Posted inଫୁରସତ

ବିଶ୍ୱର ପ୍ରଥମ ଉଡ଼ନ୍ତା କାର୍‌

ଓ୍ବାଶିଂଟନ୍‌: ଖାଲି ଉଡ଼ାଜାହାଜ କି ହେଲିକପ୍ଟର ନୁହେଁ, ଏଣିକି କାର୍‌ରେ ବସି ମଧ୍ୟ ଆକାଶମାର୍ଗରେ ଯାତ୍ରା କରିହେବ। ଆମେରିକୀୟ କମ୍ପାନୀ ଅସ୍କା (ଏଏସ୍‌କେଏ) ‘ଅସ୍କା ଏ୫’ ନାମରେ ଉଡ଼ନ୍ତା କାର୍‌ ନିର୍ମାଣ କରିଛି। ଚଳିତବର୍ଷ କଞ୍ଜୁମର ଇଲେକ୍ଟ୍ରୋନିକ୍‌ ଶୋ’ (ସିଇଏସ୍‌)ରେ ଅସ୍କା ଏହି ଇଲେକ୍ଟ୍ରିକ୍‌ ଡ୍ରାଇଭ୍‌ ଆଣ୍ଡ୍‌ ଫ୍ଲାଏ ଭର୍ଟିକାଲ୍‌ ଟେକ୍‌ଅଫ୍‌ ଆଣ୍ଡ ଲ୍ୟାଣ୍ଡିଂ (ଇଭିଟିଓଏଲ୍‌)ର ଅନାବରଣ କରିଛି। ତେବେ ଏହା ବିଶ୍ୱର ପ୍ରଥମ ୪ ଆସନ ବିଶିଷ୍ଟ ଉଡ଼ନ୍ତା କାର୍‌ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

୨୦୨୬ରେ ଅସ୍କା ନିଜର ଅନ୍‌ଡିମାଣ୍ଡ ଟ୍ରାଭେଲ୍‌ ସର୍ଭିସ୍‌ ଆରମ୍ଭ କରିବା ସହ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ କରାଇବ। ଲୋକେ ଉଡ଼ାନ୍ତା କାର୍‌ରେ ବସି ମଜାଉଠାଇ ପାରିବେ। ତେବେ ଏହାର ମୂଲ୍ୟ ବାବଦରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏହାର ଚାହିଦା ଅନୁସାରେ ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକରେ ଉଡ଼ନ୍ତା କାରରେ ଯାତ୍ରା କରିବାର ସୁବିଧା କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯିବ। ଉଭୟ ସଡ଼କ ଏବଂ ଆକାଶ ପଥରେ ଏହି କାର୍‌ ଚଳାଇବା ସମ୍ଭବ। କମ୍ପାନୀର ତଥ୍ୟ ମୁତାବକ ଏହା ଆକାଶ ମାର୍ଗରେ ଏକକାଳୀନ ଘାଣ୍ଟାପ୍ରତି ୨୫୦ ମାଇଲ୍‌ ଦୂର ଅତିକ୍ରମ କରିପାରିବ। ଉଡ଼ନ୍ତା କାର୍‌ରେ ଯାତ୍ରା କରିବାର ଲୋକଙ୍କ ସ୍ବପ୍ନକୁ ଅସ୍କା ପୂରଣ କରିବାକୁ ଯାଉଛି ବୋଲି କମ୍ପାନୀର ସହପ୍ରତିଷ୍ଠାତା ଏବଂ ସିଇଓ ଗୁଇ କପଲିନ୍‌ସ୍କି କହିଛନ୍ତି। ଚାଳକ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅତି ନିପୁଣତାର ସହ ‘ଅସ୍କା ଏ୫’ ନିର୍ମାଣ କରାଯାଇଥିବାବେଳେ କମ୍‌ ଜାଗାରେ ମଧ୍ୟ ଏହାକୁ ପାର୍କିଂ କରିହେବ। କାର୍‌ରେ ଥିବା ଓ୍ବିଙ୍ଗସ୍‌ ଏହାକୁ ଜରୁରିକାଳୀନ ଅବତରଣରେ ସହାୟକ ହେବ। ଏହି ଓ୍ବିଙ୍ଗସ୍‌ ସାଧାରଣ ଭାବେ ବ୍ୟାଟେରି ଓ ଇଞ୍ଜିନ୍‌ ଦ୍ୱାରା ପରିଚାଳିତ ହୋଇଥାଏ। ଉଡ଼ନ୍ତା କାର୍‌ରେ ବାଲିଷ୍ଟିକ୍‌ ପାରାଚ୍ୟୁଟ ଖଞ୍ଜାଯାଇଛି। ତେବେ କାର୍‌ କିଣିବାକୁ ଆଗ୍ରହୀ ବ୍ୟକ୍ତି ଏବେଠୁ ଅସ୍କାର ଓ୍ବେବ୍‌ସାଇଟ୍‌କୁ ଯାଇ ଆଗୁଆ -ଅର୍ଡର୍‌ ବୁକ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri