ଡୋକରିଚଞ୍ଚରାରେ ଡୋକରୀ ଦେବୀଙ୍କ ମଣ୍ଡେଇ ଯାତ୍ରା

କୋକସରା,୪।୧(ଡି.ଏନ.ଏ.): କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ଠାରେ ମଙ୍ଗଳବାର ଗୁଡହାଣ୍ଡି ଉନ୍ନୟନ କମିଟି ପକ୍ଷରୁ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଡୋକରୀ ଦେବୀଙ୍କ ନାମରେ ନାମିତ ଡୋକରିଚଞ୍ଚରା ପର୍ଯ୍ୟଟନସ୍ଥଳୀ ରହିଛି। ଏହି ସ୍ଥାନର ଆରାଧ୍ୟ ଦେବୀ ଓ ପାର୍ଶ୍ୱ ଦେବୀଙ୍କ ମଣ୍ଡେଇ ଯାତ୍ରା ପାଇଁ ପର୍ଯ୍ୟଟନସ୍ଥଳୀ ଉତ୍ସବମୁଖର ହୋଇଉଠିଛି ା ସୋମବାର ଅପରାହ୍ନରେ ଅଧିବାସ ସହ ମଙ୍ଗଳବାର ସକାଳୁ ଡୋକରୀ ଦେବୀଙ୍କ ପୀଠରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଡୋକାରୀ ଦେବୀ, ବସ୍ତରେନ ମାଉଳି, ପାଟଦାୟିନୀ, ଠାକୁରାଣୀ ଓ ଦଣ୍ଡ ପାଟିଆଣୀ ପାର୍ଶ୍ୱ ଦେବୀମାନେ ଲାଠିକୁର୍ସି ସହ ଡୋକରିଦେବୀଙ୍କ ପୀଠରେ ପହଞ୍ଚିଥିଲେ। ଏହାପରେ ସମସ୍ତ ଦେବାଦେବୀଙ୍କୁ ପୂଜକ ସୁକଚନ ପୂଝାରି, ରତନ ପୂଝାରି, ଚିତ୍ରସେନ ମାଝୀ ପୂଜାର୍ଚ୍ଚନା କରିଥିଲେ ା ଶିରାଙ୍କ ଦେହରେ କାଳିସୀ ବିରାଜମାନ କରିବା ପରେ ଦେବାଦେବୀଙ୍କ ଲାଠିକୁର୍ସି ପରିକ୍ରମା କରାଯାଇଥିଲା। ଏହି ଅବସରରେ ଦେବୀଙ୍କ ପୀଠରେ ମାନସିକଧାରୀମାନେ ଶୁକ୍ଳଭୋଗ ସହ କୁକୁଡ଼ା, ପାରା ଆଦି ବଳି ଦେଇଥିଲେ। ମଣ୍ଡେଇ ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆମପାଣି ଜିଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ ଯୋଗ ଦେଇଥିଲେ। ଗୁଡହାଣ୍ଡି ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ବର ପାତ୍ର, ଉପ ସଭାପତି ଅଇରୀ ନାଶନ ଚିନ୍ଦା, ସାଧାରଣ ସମ୍ପାଦକ ଘନଶ୍ୟାମ ନାଏକ, ଉପ ସଭାପତି ସୁଧୀର କୁମାର ପାତ୍ର, ସହ ସମ୍ପାଦକ ମଧୁବନ ପାତ୍ର, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ପ୍ରଧାନୀ, ସହ ସମ୍ପାଦକ ନୀଳାମ୍ବର ନାଏକ, ଚକାଡୋଳା ପାତ୍ର, ଯତୀନ ମାଝୀ,ଦୁଷ୍ମନ୍ତ ପାଟଯୋଷୀଙ୍କ ସମେତ ଖଲିଗଡ଼, ମହିମା ଓ ଟେମରା ଗ୍ରାମବାସୀ ଉପସ୍ଥିତ ରହି ମଣ୍ଡେଇ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri