Posted inଖେଳ

ପେଲେଙ୍କ ମହାପ୍ରସ୍ଥାନ

ସାଓପାଓଲୋ,୩୦ା୧୨(ପି.ଟି.):ବ୍ରାଜିଲ ଫୁଟବଲର ରାଜା ପେଲେଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ଶତାବ୍ଦୀର ବିଶ୍ୱର ସେ ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ପରିଗଣିତ ହେଉଥିଲେ। ୩ ଥର ଫୁଟ୍‌ବଲ ବିଶ୍ୱକପ୍‌ ଜିତିବା ରେକର୍ଡ ତାଙ୍କ ନାମରେ ରହିଛି। ୨୦୨୧ରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଗତମାସରେ ଏକାଧିକ ରୋଗରେ ପୀଡ଼ିତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଏଜେଣ୍ଟ ଜୋ ଫ୍ରାଗା ସ୍ପଷ୍ଟ କରିଛନ୍ତି।
ପେଲେଙ୍କ ପ୍ରକୃତ ନାମ ହେଉଛି ଏଡସନ ଆରାଣ୍ଟେସ୍‌ ଡୋ ନାସିମେଣ୍ଟୋ। ସେ ତାଙ୍କ କ୍ୟାରିୟରରେ ଦୁଇ ଦଶନ୍ଧି ଧରି ବ୍ରାଜିଲିଆନ କ୍ଲବ ସାଣ୍ଟୋସ ଓ ବ୍ରାଜିଲ ଜାତୀୟ ଦଳ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ପେଲେ ମାତ୍ର ୧୭ବର୍ଷ ବୟସରେ ତାଙ୍କର ପ୍ରଥମ ବିଶ୍ୱକପ୍‌ ୧୯୫୮ରେ ସ୍ବିଡେନରେ ଖେଳିଥିଲେ। ଟୁର୍ନାମେଣ୍ଟରେ ଥିଲେ ସେ ସର୍ବକନିଷ୍ଠ ଖେଳାଳି। ଆୟୋଜକ ଦେଶ ବିପକ୍ଷ ଫାଇନାଲରେ ବ୍ରାଜିଲ ୫-୨ ଗୋଲ୍‌ରେ ବିଜୟୀ ହୋଇଥିଲା। ତନ୍ମଧ୍ୟରେ ପେଲେଙ୍କ ୨ଟି ଗୋଲ୍‌ ସାମିଲ ଥିଲା। ପରେ ୧୯୬୨ରେ ବ୍ରାଜିଲ ଟାଇଟଲ ବଜାୟ ରଖିଥିଲା। ଏହି ସଂସ୍କରଣରେ ଇଞ୍ଜୁରି ଯୋଗୁ ସେ ମାତ୍ର ଦୁଇଟି ମ୍ୟାଚରେ ଖେଳିପାରିଥିଲେ। କିନ୍ତୁ ୧୯୭୦ରେ ତାଙ୍କ ଦେଶର ମେକ୍ସିକୋ ବିଶ୍ୱକପ୍‌ ସଫଳତାରେ ସେ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଟୁର୍ନାମେଣ୍ଟର ଫାଇନାଲରେ ସେ ଗୋଲ୍‌ ସ୍କୋର କରିଥିଲେ। ଇଟାଲୀ ବିପକ୍ଷ ଏହି ମ୍ୟାଚରେ ବ୍ରାଜିଲ ୪-୧ ଗୋଲ୍‌ରେ ବିଜୟ ଲାଭ କରିଥିଲା। ତାଙ୍କଠାରୁ ଚମତ୍କାର ପାସ୍‌ ପାଇ କାର୍ଲୋସ ଅଲବର୍ଟୋ ମ୍ୟାଚର ଶେଷ ଗୋଲ୍‌ ସ୍କୋର କରିଥିଲେ। ପେଲେ ୧୦ନମ୍ବର ଜର୍ସି ପରିଧାନ କରୁଥିଲେ। ତାଙ୍କ ସହିତ ଫୁଟ୍‌ବଲ ଜଗତର ଅନ୍ୟ ମହାନ ଖେଳାଳି ଡିଏଗୋ ମାରାଡୋନା, ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କୁ ତୁଳନା କରାଯାଏ। ୧୯୯୭ରେ ବ୍ରିଟେନର ରାଣୀ ଏଲିଜାବେଥ୍‌ଙ୍କ ଦ୍ୱାରା ସେ ନାଇଟ୍‌ ଉପାଧିରେ ଭୂଷିତ ହୋଇଥିଲେ। ପେଲେଙ୍କ ଜନ୍ମ ୧୯୪୦ରେ ମିନାସ ଜେରାଇସ୍‌ ପ୍ରଦେଶ ଅନ୍ତର୍ଗତ ଏକ ଛୋଟ ସହର ଟ୍ରେସ୍‌ କୋରାକୋସ୍‌ରେ ସେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୧୧ ବର୍ଷ ବୟସରେ ତାଙ୍କ ନିକଟରେ ଥିବା ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା। ସ୍ଥାନୀୟ ଏକ ସ୍ଥାନୀୟ ଜଣେ ପ୍ରଫେସନାଲ ଖେଳାଳି ତାଙ୍କୁ ସାଣ୍ଟୋସ ୟୁବ ଦଳରେ ସାମିଲ କରିଥିଲେ।
ବକ୍ସିଂରେ ମହମ୍ମଦ ଅଲୀଙ୍କୁ ବିଶ୍ୱର ଶ୍ରେଷ୍ଠ କ୍ରୀଡା ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଏ। ସମାନ ଢଙ୍ଗରେ ପେଲେଙ୍କୁ ମଧ୍ୟ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବରେ ଗଣାଯାଏ। ନିଜ କ୍ୟାରିୟରର ଶ୍ରେଷ୍ଠ ସମୟରେ ପେଲେ ମହମ୍ମଦ ଅଲୀଙ୍କ ‘ରମ୍ବଲ ଇନ୍‌ ଦ ଜଙ୍ଗଲ’ ଓ ହିଟ୍‌ଲରଙ୍କ ଅଲିମ୍ପିକ୍ସର ଜେସେ ଓୟେନ୍ସଙ୍କ ଠାରୁ କମ୍‌ ନ ଥିଲେ। ଏପରିକି ତାଙ୍କୁ ରୋଲାଣ୍ଡ ଗ୍ୟାରୋସର ନାଡାଲ, ଅଗଷ୍ଟାର ଟାଇଗର ଉଡ୍ସ, ଲଣ୍ଡନ ଓ ବେଜିଂ ଅଲିମ୍ପିକ୍ସର ଉସେନ୍‌ ବୋଲ୍ଟ ଓ ମାଇକେଲ ଫେଲପ୍ସଙ୍କ ସହିତ ତୁଳନା କଲେ ମଧ୍ୟ କମ ହେବ। ଗୋଟିଏ ଶବ୍ଦରେ କହିବାକୁ ଗଲେ ଫୁଟବଲ ଦୁନିଆରେ ସେ ଥିଲେ ଅଦ୍ୱିତୀୟ ଆଉ କିମ୍ବଦନ୍ତୀ ପୁରୁଷ। ୩ ଥର ଫୁଟବଲ ବିଶ୍ୱକପ ଜିତିଥିବା ପେଲେଙ୍କ ଏହି ଜାଜୁଲ୍ୟମାନ କ୍ୟାରିୟରରେ ରହିଛି ଅନେକ ସ୍ମରଣୀୟ ମୁହୂର୍ତ୍ତ। ଫୁଟବଲ ପଡିଆରେ ସେ ଖେଳୁଥିବା ସମୟରେ ଦର୍ଶକଙ୍କ ମନରେ କୌଣସି ଯାଦୁଗରର ଯାଦୁର ଭ୍ରମ ସୃଷ୍ଟି କରୁଥିଲେ। ୨୩ ଅକ୍ଟୋବର ୧୯୪୦ ମସିହାରେ ଜନ୍ମିତ ପେଲେଙ୍କ ପ୍ରଥମ ନାମ ଥିଲା ଏଡସନ୍‌ ଆରାଣ୍ଟେସ ଡୋ ନାସେମେଣ୍ଟୋ। ସମଗ୍ର ବିଶ୍ୱରେ ଫୁଟବଲକୁ ଲୋକପ୍ରିୟ ଓ ବ୍ୟବସାୟୀକରଣ କରାଇବାରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକା। ୧୯୫୦ରେ ଟିଭିରେ ଫୁଟବଲ ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ଏହାକୁ ବୈପ୍ଳବିକ ଢଙ୍ଗରେ ସମଗ୍ର ଦୁନିଆରେ ପହଞ୍ଚାଇଥିଲେ ପେଲେ। ୧୯୫୮ରେ ମାତ୍ର ୧୭ ବର୍ଷ ବୟସରେ ବ୍ରାଜିଲ ଦଳ ପକ୍ଷରୁ ପ୍ରଥମ ବିଶ୍ୱକପ ଜିତିଥିଲେ ପେଲେ। ଏହି ଟୁର୍ନାମେଣ୍ଟରେ ସେ ୪ ମ୍ୟାଚରୁ ସ୍କୋର କରିଥିଲେ ୬ ଗୋଲ। ଦୁଇ ଦଶନ୍ଧି ଧରି ଫୁଟବଲ ପଡିଆରେ ଦର୍ଶକଙ୍କୁ ଅଭିଭୂତ କରୁଥିବା ଏହି ମହାନାୟକ ଜଣଙ୍କ ୧୯୬୨ ଓ ୧୯୭୦ରେ ମଧ୍ୟ ବ୍ରାଜିଲକୁ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
୪୮ ଘଣ୍ଟାର ଅସ୍ତ୍ରବିରତି
କୌଣସି ରାଜନେତାଙ୍କ ପାଇଁ ଅସ୍ତ୍ରବିରତି ସାଧାରଣ କଥା। ମାତ୍ର ଫୁଟବଲ ପଡିଆର ଏହି ଯାଦୁଗରଙ୍କ ପାଇଁ ନାଇଜେରିଆରେ ଦୀର୍ଘ ୪୮ ଘଣ୍ଟାର ଅସ୍ତ୍ରବିରତି ହୋଇଥିଲା। ୧୯୬୦ ମସିହାରେ ନାଇଜେରିଆରେ ଗୃହଯୁଦ୍ଧ ଚାଲିଥିବା ସମୟରେ ପେଲେଙ୍କ ଖେଳ ଦେଖିବା ପାଇଁ ୪୮ ଘଣ୍ଟାରେ ସତେ ଯେମିତି ଅସ୍ତ୍ରତ୍ୟାଗ ହୋଇ ଯାଇଥିଲ। ଲାଗୋସରେ ପେଲେ ଏକ ପ୍ରଦର୍ଶନୀ ମ୍ୟାଚ ଖେଳିବା ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ପେଲେଙ୍କ ଲୋକପ୍ରିୟତାକୁ ପ୍ରମାଣ କରିଥିଲା।
ଇଡେନ୍‌ ଗାର୍ଡେନ୍‌ରେ ପେଲେ
୧୯୭୭ ମସିହାରେ ପେଲେ ପ୍ରଥମ ଥର ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ମୋହନ ବାଗାନ ପାଇଁ ମଧ୍ୟ ମ୍ୟାଚ ଖେଳିଥିଲେ। କୋଲକାତାର ଇଡେନ୍‌ ଗାର୍ଡେନରେ ସେ ଏକ ପ୍ରଦର୍ଶନୀ ମ୍ୟାଚ ଖେଳିଥିବା ବେଳେ ୮୦ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମଟି ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ ଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୫ ଓ ୨୦୧୮ରେ ଆଉ ଦୁଇ ଥର ଭାରତ ଗସ୍ତରେ ଆସିଥିଲେ ହେଁ ଫୁଟବଲ ଖେଳି ନ ଥିଲେ। ସେହି ମହାନ ଖେଳାଳିଙ୍କ ବିୟୋଗରେ ବିଶ୍ୱ ଖେଳ ଜଗତ ସ୍ତମ୍ଭୀଭୂତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri