Posted inଜାତୀୟ

ଶାସକ ମେଣ୍ଟରେ ସଙ୍କଟ ଆଶଙ୍କା, ସୀମା ବିବାଦ ନେଇ ଶିନ୍ଦେ-ଫଡନାଭିସଙ୍କ ମଧ୍ୟରେ ବଢ଼ିଲା ଦୂରତା…

ମୁମ୍ବାଇ,୨୬।୧୨ : ସୀମା ବିବାଦକୁ ନେଇ ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇ ନଥିଲା ବେଳେ ବର୍ତ୍ତମାନ ଏହି ପ୍ରସଙ୍ଗରେ ସରକାରରେ ବିଭାଜନ ହେବାର ଖବର ଆସିବା ଆରମ୍ଭ କରିଛି। ସର୍ବଶେଷ ମାମଲା କର୍ନାଟକରେ ପଡୁଥିବା ଅଞ୍ଚଳ ସମ୍ପର୍କରେ ମହାରାଷ୍ଟ୍ର ବିଧାନସଭାରେ ଏକ ପ୍ରସ୍ତାବ ଆଣିବା ସହ ଜଡିତ।

କୁହାଯାଉଛି ଯେ ଏହି ପ୍ରସ୍ତାବକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସର୍ବସମ୍ମତ ନୁହଁନ୍ତି। ଏହି ପ୍ରସ୍ତାବ ଉପରେ ଉଭୟ ନେତାଙ୍କ ଭିନ୍ନ ମତ ରହିଛି। ଏଭଳି ପରିସ୍ଥିତିରେ ସରକାରଙ୍କ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବଢୁଥିବା ଦୂରତା ଯୋଗୁ ଶାସକ ମେଣ୍ଟରେ ସଙ୍କଟ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି।

ଶିନ୍ଦେଙ୍କ ମନ୍ତ୍ରୀ ଶମ୍ଭୁରାଜ ଦେଶାଇ ଗତ ସପ୍ତାହରେ କର୍ନାଟକ ସହ ସୀମା ବିବାଦ ସମ୍ପର୍କରେ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଣିବେ ବୋଲି କହିଥିଲେ। ତେବେ ରାଜ୍ୟରେ ଭାଜପା ନେତୃତ୍ୱର ଏଭଳି ପ୍ରସ୍ତାବ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। କୁହାଯାଉଛି ଯେ କର୍ନାଟକରେ ଏହାର ନେତୃତ୍ୱାଧୀନ ସରକାର ବିରୋଧରେ ଭାଜପା ଏହି ପ୍ରସଙ୍ଗ ଉଠାଇବାକୁ ଚାହୁଁନାହିଁ। ବିଶେଷକରି ଏପରି ଏକ ସମୟରେ ଯେତେବେଳେ ଆସନ୍ତା ବର୍ଷ କର୍ନାଟକରେ ନିର୍ବାଚନ ମଧ୍ୟ ହେବାକୁ ଯାଉଛି।

ଖବର ଅନୁଯାୟୀ, ଶିନ୍ଦେଙ୍କ ମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ କର୍ନାଟକ ସୀମା ବିବାଦକୁ ନେଇ ସୋମବାର ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆଣିବାକୁ ଆଲୋଚନା ହୋଇନାହିଁ। ବାଲାସାହେବଚି ଶିବସେନା ନେତାଙ୍କ ଅନୁଯାୟୀ ବିଧାନସଭାରେ ଏହି ପ୍ରସ୍ତାବ ସମ୍ପର୍କରେ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ। ବାସ୍ତବରେ ସୀମା ବିବାଦକୁ ନେଇ କର୍ନାଟକ ଦେଇଥିବା ନିଷ୍ପତ୍ତିକୁ ବିରୋଧ କରିବାକ ଭାଜପା ନେତାମାନେ ସମର୍ଥନ କରୁନାହାଁନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଏପରି କରିବା ଦ୍ୱାରା ଆସନ୍ତା ବର୍ଷ କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ସମସ୍ୟାର ସମ୍ମୁଖୀନ ହେବ। ତେବେ ଏହି ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି ଏବଂ ଶୀତ ଅଧିବେଶନ ଶେଷରେ ଏହାକୁ ବିଧାନସଭାରେ ଅଣାଯାଇପାରିବ।

ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ବିରୋଧୀମାନେ ଶାସକ ଦଳଖୁ ଘେରୁଥିବାରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଣିବା ସପକ୍ଷରେ ଅଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ସୀମା ବିବାଦରେ ଶିନ୍ଦେ ଅତ୍ୟଧିକ ଦୁର୍ବଳ ବୋଲି ଅନେକ ବିରୋଧୀଦଳ ନେତା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ବିରୋଧୀ ମଧ୍ୟ ଅନେକ ଥର ସରକାରରେ ଶିନ୍ଦେ ଏବଂ ଫଡନାଭିସଙ୍କୁ ଶକ୍ତି ତୁଳନା କରିବାକୁ ଚେଷ୍ଟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri