Posted inଖେଳ

ଉତ୍ତରାଖଣ୍ଡ ଅଗ୍ରଣୀ

ଭୁବନେଶ୍ୱର, ୨୨।୧୨(କ୍ରୀଡ଼ା ପ୍ରତିନିଧି): ଡେରାଡୁନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ପ୍ରଭାବହୀନ ରହିଛି। ଅଧିନାୟକ ଜିଓ୍ବନଜୋତ ସିଂଙ୍କ ଅପରାଜିତ ଶତକ ସହାୟତାରେ ଉତ୍ତରାଖଣ୍ଡ ପ୍ରଥମ ଇନିଂସ ଅଗ୍ରଣୀଲାଭ କରିଛି। ଅଭିମନ୍ୟୁ କ୍ରିକେଟ ଏକାଡେମୀ ପଡ଼ିଆରେ ଚାଲିଥିବା ମ୍ୟାଚରେ ବୁଧବାର ଦ୍ୱିତୀୟ ଦିବସ ଶେଷ ବେଳକୁ ଉତ୍ତରାଖଣ୍ଡ ୩ ଉଇକେଟ ହରାଇ ୩୦୮ ରନ ସଂଗ୍ରହ କରିଛି। ଫଳରେ ଓଡ଼ିଶା ପ୍ରଥମ ଇନିଂସଠାରୁ ଏହି ଦଳ ୯୫ ରନରେ ଅଗ୍ରଣୀ ହୋଇଛି। ଓଡ଼ିଶା ପ୍ରଥମ ଇନିଂସରେ ମାତ୍ର ୨୧୩ ରନ କରିଥିଲା।
ଓଡ଼ିଶା ବୋଲର ପ୍ରଭାବହୀନ
ପ୍ରଥମ ଦିବସର ଅସମାପ୍ତ ସ୍କୋର ୪/୦ରୁ ଖେଳ ଆରମ୍ଭ କରିଥିବା ଉତ୍ତରାଖଣ୍ଡ ୨୧ ରନରେ ଓପନର ପ୍ରିୟାଂଶୁ ଖଣ୍ଡୁରୀଙ୍କ ଉଇକେଟ ହରାଇଥିଲା। ଉଇକେଟ କିପର ରାଜେଶ ଧୂପରଙ୍କ ହାତରେ କ୍ୟାଚ କରାଇ ପ୍ରିୟାଂଶୁ (୬ ରନ)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ ସୂର୍ଯ୍ୟକାନ୍ତ ପ୍ରଧାନ। କୁନାଲ ଚାଣ୍ଡେଲା ରନଆଉଟ ହୋଇଥିବାବେଳେ ୬୦ତମ ଓଭରରେ ଦୀକ୍ଷାଂଶୁ ନେଗିଙ୍କ ଉଇକେଟ ନେଇଥିଲେ ଶୁଭମ୍‌ ନାୟକ। ଉଭୟ ଚାଣ୍ଡେଲା ଓ ନେଗି ୨୮ ରନ ଲେଖାଏ କରି ଆଉଟ ହେବାରୁ ୧୭୦ ରନରେ ଉତ୍ତରାଖଣ୍ଡର ୩ୟ ଉଇକେଟ ପଡ଼ିଥିଲା। ତେବେ ଅନ୍ୟତମ ଓପନର ଜିଓ୍ବନଜୋତ ଓ ମିଡିଲ ଅର୍ଡର ବ୍ୟାଟର ସ୍ବପ୍ନିଲ ସିଂ ଅସମାପ୍ତ ୪ର୍ଥ ଉଇକେଟରେ ୧୩୮ ରନର ଭାଗୀଦାରି ଗଢ଼ି ଦଳକୁ ଅଗ୍ରଣୀ କରାଇଥିଲେ। ମ୍ୟାଚ ଆହୁରି ୨ ଦିନ ବାକିଥିବାରୁ ଉତ୍ତରାଖଣ୍ଡ ଏକ ବଡ଼ ଇନିଂସ ଗଢ଼ିବା ସମ୍ଭାବନା ସୃଷ୍ଟି କରିଛି। ୩୦୬ ବଲ୍‌ର ସମ୍ମୁଖୀନ ହୋଇଥିବା ଜିଓ୍ବନଜୋତ ୨୮ ଚୌକା ସହାୟତାରେ ୧୭୪ ଏବଂ ସ୍ବପ୍ନିଲ ୯୧ ବଲ୍‌ରୁ ୬୦ ( ୩ ଚୌକା, ୩ ଛକା) ରନରେ ଅପରାଜିତ ରହିଛନ୍ତି। ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ୭ ଜଣ ବୋଲରଙ୍କୁ ଲଗାଇଥିଲେ ହେଁ ଯୋଡ଼ି ଭାଙ୍ଗିପାରି ନ ଥିଲେ। ପ୍ରକାଶଯୋଗ୍ୟ ଯେ ସିଜନ ଆରମ୍ଭରେ ବରୋଦା ବିପକ୍ଷରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚର ମଧ୍ୟ ପ୍ରଥମ ଇନିଂସରେ ପଛୁଆ ରହି ମ୍ୟାଚ ଡ୍ର ରଖିଥିଲା। ଏଠାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଏପରି କି ଓଡ଼ିଶା ଦ୍ୱିତୀୟ ଇନିଂସରେ ସତର୍କତାର ସହ ବ୍ୟାଟିଂ ନ କଲେ ପରାଜୟର ମଧ୍ୟ ଆଶଙ୍କା ରହିବ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୨୧୩। ଉତ୍ତରାଖଣ୍ଡ ପ୍ରଥମ ଇନିଂସ: ୩୦୮/୩ (ଜିଓ୍ବନଜୋତ ସିଂ-୧୭୪*, ସ୍ବପ୍ନିଲ ସିଂ-୬୦*, ସୂର୍ଯ୍ୟକାନ୍ତ ପ୍ରଧାନ-୧/୪୩, ଶୁଭମ୍‌ ନାୟକ-୧/୭୦)।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri