ସୁନାବେଡ଼ା ଅଭୟାରଣ୍ୟ: ସ୍ଥାନାନ୍ତର ପାଇଁ ଜଣାଇଲେ ୨ ଗାଁର ଲୋକେ

ନୂଆପଡ଼ା ଅଫିସ,୧୮।୧୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟରେ ବାସ କରୁଥିବା ଅନେକ ଗ୍ରାମରୁ ପ୍ରଥମ କରି ୨ ଗ୍ରାମବାସୀ ସରକାରଙ୍କ ନିୟମାନୁସାରେ ସ୍ଥାନାନ୍ତର ହେବା ପାଇଁ ଇଚ୍ଛା କରିଛନ୍ତି। ଏ ନେଇ ଗ୍ରାମବାସୀ ଲିଖିତ ଭାବେ ଜିଲାପାଳ ହେମାକାନ୍ତ ସାଏଙ୍କୁ ଜଣାଇଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ସୁନାବେଡା ଅଭୟାରଣ୍ୟ ଭିତରେ ବ୍ଲକର ୨ଟି ପଞ୍ଚାୟତର ଛୋଟବଡ ପ୍ରାୟ ୫୨ଖଣ୍ଡ ଗ୍ରାମ ରହିଛି। ସେଠାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ସମେତ ଗଉଡ, କୁଲୁତା, ଗଣ୍ଡ, ପହରିଆ ଆଦି ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି। କିନ୍ତୁ ଅଭୟାରଣ୍ୟକୁ ସବୁଦିନିଆ ରାସ୍ତା ଅଭାବ ଓ ଅଭୟାରଣ୍ୟ ଅଧିନିୟମ ଯୋଗୁୁ ଲୋକେ ବିଭିନ୍ନି ମୌଳିକ ସୁବିଧାରୁ ବଞ୍ଚତ୍ତ। ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସୁନାବେଡା ପଞ୍ଚାୟତ ଗାତିବେଡା ଓ ଢେକୁନପାଣି ଗ୍ରାମ ଲୋକେ ସରକାରଙ୍କ ଅଭୟାରଣ୍ୟ ବିସ୍ଥାପନ ଅଧିନିୟମ ଅନୁଯାୟୀ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଇଛା କରିଛନ୍ତି। ସରକାରଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଛନ୍ତି। ଡେକୁନପାଣିବାସୀଙ୍କ କହିବାନୁଯାୟୀ ଆମେ ଏଠାରେ ଗତ ୯୦ ବର୍ଷ ଧରି ରହି ଆସୁଛୁ। ଆଜି ପର୍ଯ୍ୟନ୍ତ ଆମମାନଙ୍କ ନାମରେ ଘରଡିହ କିମ୍ବା ଜମି ପଟ୍ଟା ଖଣ୍ଡେ ନାହିଁ। ଆମେ ଯେଣତେଣ କରି ଚଳିି ଆସିଲୁ। କିନ୍ତୁ ଆମ ପିଲାମାନେ ଏହି ଜଙ୍ଗଲ ଭିତରେ ରହିବାକୁ ଚାହୁଁନାହାନ୍ତି। ଏଠାରେ ସରକାରଙ୍କ କୌଣସି ମୌଳିକ ସୁବିଧା ନାହିଁ। ତେଣୁ ସେମାନେ ଆଉ ଏହି ଅନ୍ଧାରି ମୂଳକରେ ରହିବାକୁ ଚାହୁଁନାହାନ୍ତି। ଏଠାରେ ରହି ମଧ୍ୟ ଆମମାନଙ୍କ ନାମରେ କିଛି ନାହଁି। ତେବେ ଅନ୍ୟତ୍ର ଚାଲିଯିବା ଭଲ ବୋଲି ସରକାରଙ୍କୁ ଜଣାଇଛନ୍ତି। ଏ ନେଇ ସୁନାବେଡା ମୁଖ୍ୟ ବନ୍ୟଜନ୍ତୁ ସଂରକ୍ଷକ ଅଧିକାରୀ ବିନୟ ଭାଷନ କୁମାର ବିଶ୍ୱାସୀଙ୍କୁ ପଚାରିବାରୁ ଅଭୟାରଣ୍ୟରେ ବାଘ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଅବଶ୍ୟ ଏହାର ବିଧିବଦ୍ଧ ଘୋଷଣା ହୋଇନାହିଁ। ତଥାପି ଏହା ଅଭୟାରଣ୍ୟ ଘୋଷଣା ହୋଇଛି। ତେଣୁ ଅଭୟାରଣ୍ୟ ବିସ୍ଥାପନ ଅଧିନିୟମ ଅନୁଯାୟୀ ସ୍ଥାନାନ୍ତର ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ଥାନରେ ସ୍ବତନ୍ତ୍ର କଲୋନୀ କରି ସେମାନଙ୍କୁ ଥଇଥାନ କରାଯିବ। ଏଥିସହ ପ୍ରତି ପରିବାରର ୧୮ବର୍ଷରୁ ଊଦ୍ଧ୍ୱର୍ର୍ ବୟସ ବ୍ୟକ୍ତି ପିଛା ୨୦ ଲକ୍ଷ ଟଙ୍କାର ପ୍ୟାକେଜ ଦେବାର ବ୍ୟାବସ୍ଥା ରହିଛି। ବର୍ତ୍ତମାନ ସମୟରେ ସୁନାବେଡାର ୨ଟି ଗାଁ ଗାତିବେଡା ଓ ଢେକୁନପାଣି ନିଜର ଆନ୍ତରିକତା ଦେଖାଇଛନ୍ତି। ଏ ନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଖୁବଶୀଘ୍ର ଗ୍ରାମବାସୀଙ୍କ ସହ ବୈଠକ କରି ବ୍ୟାବସ୍ଥା କରାଯିବ। ପୂର୍ବରୁ ମଧ୍ୟ ଓଡିଶାର ଶିମିଳିମପାଳ, ଆନନ୍ଦପୁର ଆଦି ଅଭୟାରଣ୍ୟରେ ଏପରି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନାମାଙ୍କନ ଭରିଲେ କହ୍ନାଇ, ସରୋଜ

ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri