ଯାହା ଅଛି ତା’ରି ଭିତରେ ରହ

ଆରତି ମହାନ୍ତି

 

ସଂଘର୍ଷ କହିଲେ କାହାକୁ ବୁଝାଏ ତାହା ଆମେ ଜାଣିଛୁ। ପ୍ରତିଦିନର ଘଟଣା ପ୍ରବାହ ଭିତରେ ସଂଘର୍ଷକୁ ଯେତେ ବୁଝି ନ ହୁଏ ତା’ଠୁ ବେଶି ବୁଝିହୁଏ ମନ ଭିତରେ ଅର୍ଥାତ୍‌ ଆମର ମାନସ ସ୍ତରରେ। ଆଉ ଏତକ ବି ଜାଣୁ ଯେ ସଂଘର୍ଷରତ ମନ ଶାନ୍ତି କ’ଣ କେବେ ଜାଣେ ନାହିଁ। ତମେ ଜୀବନକୁ ଲକ୍ଷ୍ୟ କଲେ ତାହା ବୁଝିପାରିବ। ଆଉ ଗୋଟିଏ ପ୍ରକାରର ସଂଘର୍ଷ ହେଉଛି ଯେଉଁଟା ଆମକୁ ଏକାଗ୍ରତା ଅଭ୍ୟାସ କରାଇଥାଏ – କହିବାକୁ ଗଲେ ତା’ ତଳେ ପ୍ରଚ୍ଛନ୍ନ ଭାବରେ ରହିଥାଏ ଆକାଂକ୍ଷା ବା କାମନାକୁ ପୂର୍ଣ୍ଣ କରିବାର ଗଭୀର ଅଭୀପ୍ସା। ସେଇଟା ହିଁ ହେଉଛି ଟଣା ଓଟରା ଚାଲିଥିବା ଅଥବା ସଂଘର୍ଷରତ ମନ। ସେଇ ମନକୁ ଲକ୍ଷ୍ୟ କଲେ ଦେଖିବ ସକାଳର ପ୍ରାର୍ଥନା ବା ପୂଜା କଲେ ମନ କେମିତି କାମକରେ। କିଛି ଗୋଟାଏ ଶ୍ଳୋକ କି ସ୍ତବ କି ଗୁରୁଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ର ଉପରେ ତମେ ଯେତେବେଳେ ମନ ନିବେଶ କରିବାକୁ ବସ ସେତେବେଳେ ଟିକେ ସଚେତନ ରହି ଖାଲି ନିରୀକ୍ଷଣ କର ତେବେ ବୁଝିପାରିବ କେମିତି ମନ ତମର ନିର୍ଦ୍ଦିଷ୍ଟ ଜିନିଷଟିକୁ ଛାଡ଼ି ପଳାଉଛି। ତା’ ଦ୍ୱାରା ଖାଲି ମନକୁ ସିନା ତମେ ବୁଝେଇ ଦିଅ ଯେ ତମେ ପୂଜା କଲ କି ଧ୍ୟାନ କଲ ହେଲେ ସେଇଟା କ’ଣ ସତ? ତା’ ପରକୁ ଦେଖ ଦିନସାରା ତମେ କ’ଣ କରୁଛ – ହାତରେ କରୁଛ କିନ୍ତୁ ମନରେ ଅନ୍ୟ ଭାବନାର ଅବାଧ ପ୍ରବେଶ। ସେଇଟା ଜଣକର ଅଫିସ ବା ବ୍ୟବସାୟରେ ହେଉ କି ଗୃହିଣୀର ନିଜ କାମଧନ୍ଦା ଭିତରେ ହେଉ କେମିତି ଏକ ବିଶୃଙ୍ଖଳିତ ନିରାନନ୍ଦ ଭାବରେ ତମର ସମୟ କଟୁଛି। ତେବେ ପ୍ରଶ୍ନ ହେଉଛି ଜଣେ କ’ଣ କରିବ? କେମିତି ଜୀବନ କଟାଇଲେ ବଞ୍ଚତ୍ଥିବା ସମୟ ତକ ସେ ଖୁସି ଆନନ୍ଦରେ କଟାଇ ଦେଇପାରିବ।
ଏଠି ଆମେ ବୁଝିବାକୁ ଯାଉଛୁ କୌଣସି ରକମର ସଂଘର୍ଷ ନ ଥାଇ କ’ଣ ଜୀବନ କଟାଇ ପାରିବା ନାହିଁ? ଦେଖିବ ଗୋଟିଏ ଛୋଟ ପିଲାକୁ ତମେ ଯଦି କିଛି ଗୋଟାଏ ନ କରିବାକୁ କହିବ ସେ ତାକୁ ଇ କରିବାକୁ ଚାହିଁବ। ଏହା ଏକ ଆଦିମ ପ୍ରକୃତି କହିଲେ ଚଳିବ, ସେଇ ଅଭ୍ୟାସରେ ଆମେ ବଡ଼ମାନେ ବି ଚଳୁ। ଯେଉଁଟା ଆମକୁ ବେଶି ଦୁଃଖ ଲାଗେ କି ବିବ୍ରତ ହେଉ ସେଇ ଭାବନା ଆମ ମନକୁ ବାରମ୍ବାର ଆସୁଥାଏ। ଆଉ ଆମେ ତାକୁ ସେତିକି ଜୋର୍‌ ଲଗେଇ ମନରୁ କାଢ଼ିଦେବାରେ ଲାଗିଥାଉ। ଏବେ ଯଦି ଅନ୍ୟ ଏକ ପ୍ରକାର ଅବସ୍ଥାକୁ କୁହାଯାଏ ଯେ ତମେ ତାକୁ ଖାଲି ଦେଖ ଓ ବୁଝ। ସେଠୁ ପଳେଇବାକୁ ଶକ୍ତି ଖଟାଅ ନାହିଁ। ତେବେ ତମେ ଦେଖିବ ପୁରୁଣା ଅଭ୍ୟାସରେ ପରିବର୍ତ୍ତନ ଘଟିବ। ମନରେ ଖୁସି ଆନନ୍ଦ ଦେଖାଦେବ ଆଉ ତମେ ବିମର୍ଷ ରହିବ ନାହିଁ। ଆମ ଭାବନା ଗୁଣକୁ ଦେଖିଲେ ସେଥିରେ ରାଗ, ଈର୍ଷା, ଅନ୍ୟ ପ୍ରତି ବିରୋଧତା ଆଦି ଥିବାର ବୁଝିପାରୁ। ଦେଖ କାହିଁକି ଏସବୁ ମନରେ ଦେଖାଦେଉଛି ତାକୁ ଯେ ମନରେ ଧରି ନ ରଖି ଯଦି ସେସବୁ ଅଶାନ୍ତି ଆଣୁଛି ବୋଲି ଜାଣିଯାଅ ତେବେ ତମେ ନିଶ୍ଚେ ସେଥିରୁ ବାହାରି ଆସିବ। ତେବେ ସେଇଟା ସେତେ ସହଜ ନୁହେଁ। କିନ୍ତୁ ହୋଇପାରିବ ନାହିଁ ବୋଲି ଯଦି ପ୍ରଥମରୁ ଧରିନିଅ ତେବେ ତମର ସବୁ ଶକ୍ତି ସରିଯିବ ବୋଲି ଜାଣିବ। ଆମ ଭିତରେ ଅଫୁରନ୍ତ ଶକ୍ତି ରହିଛି – ଆମେ ଯାହା କରିବାକୁ ପ୍ରକୃତରେ ଚାହୁଁ, ତାକୁ ନିଶ୍ଚୟ କରିଦେଉ। ସେଥିପାଇଁ ମନର ସବୁଶକ୍ତି ଏକତ୍ରିତ ହୋଇଯାଆନ୍ତି। ଯଦି ଜଣେ ବିରାଟ ଶୃଙ୍ଗ ଉପରକୁ ଚଢ଼ିବାକୁ ଚାହେଁ ସେ ଚଢ଼ିପାରେ, ଯଦି ଜୀବନରେ କିଛି ଗୋଟାଏ କରି ଦୃଢ଼ ସଂକଳ୍ପ ନିଏ ସେ ତାହା କରିପାରେ, ତେବେ ଜଣେ କାହିଁକି ଏପରି କରିପାରିବ ନାହିଁ? ଯଦି ଜଣେ ପ୍ରକୃତରେ ଜୀବନରେ ଶାନ୍ତି ରଖି ଶେଷଯାକେ ଚଳିବାକୁ ଚେଷ୍ଟା କରେ ସେ ନିଶ୍ଚୟ ସେତକ କରିପାରିବ। ସେଥିପାଇଁ ସଚେତନତା ରହିବା ଦରକାର । ଏହି ସଚେତନତା ତମ ମନରୁ ସବୁ ଅଳିଆ ସଫା କରିନେଇପାରେ। ସେଥିରେ କୌଣସି ରକମର ଟଣାଓଟରା ନାହିଁ। କାରଣ ତମେ ତମ ଭିତରେ ପ୍ରକୃତ କଥାଟିକୁ ବୁଝିପାରୁଛ – ତମ ଆଗରେ ଦୁଇଟି ରାସ୍ତା ରହିଛି – ଗୋଟିଏରେ ତମେ ସୁଖଆନନ୍ଦ ରଖି ଚଳିବ ଆଉ ଅନ୍ୟଟିରେ ଦୁଃଖ ଯନ୍ତ୍ରଣାରେ ଓ ଘୋଷାରି ହେବ। ଏଥିରେ ଅଭ୍ୟାସର କଥା ନାହିଁ କୌଣସି ଗୁରୁଙ୍କର ଦୀକ୍ଷା ନବାର ଦରକାର ନାହିଁ। କେବଳ ନିଜକୁ ଦେଖ ଆଉ ଯାହା ଅଦରକାରୀ ସେଠୁ ବାହାରି ଆସ। ତମେ କ’ଣ ନିଜକୁ ନିଜେ ସ୍ବଚ୍ଛ ନିର୍ମଳ ଓ ସତ୍‌ଭାବରେ ଜୀବନ କଟାଇ ପାରିବ ନାହିଁ? ନିଜକୁ ପ୍ରଶ୍ନକର – ଥରେ ନୁହେଁ କି ଦୁଇଥର ନୁହେଁ ଯେତେବେଳେ ବି ତମେ ଜୀବନ କଟାଉଛ ମନ ଭିତରେ ସେଇତକ ଖାଲି ଭାବନାରେ ରଖ ଦେଖିବ ଜୀବନ ବଦଳି ଯାଇଛି।
ମୋ -୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri