Posted inଜାତୀୟ

ଭାରତର ଆକାଶ ସୀମାରେ ଅନୁପ୍ରବେଶ ଜାରି ରଖିଛି ଚାଇନା ବିମାନ…

ନୂଆଦିଲ୍ଲୀ,୧୩।୧୨ : ଡିସେମ୍ବର ୯ ରେ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପୁଣିଥରେ ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ଚରମ ସୀମାରେ ପହଞ୍ଚାଇଛି। ତେବେ କୁହାଯାଉଛି ଯେ ଚାଇନ ଲଗାତାର ଦୀର୍ଘ ଦିନ ଧରି ଭାରତରଆକାଶ ମାର୍ଗ ସୀମାରେନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ସର୍ବଶେଷ ସୂଚନା ଅନୁଯାୟୀ, ଗତ ଦୁଇ-ତିନି ସପ୍ତାହ ମଧ୍ୟରେ ଚାଇନା ଅରୁଣାଚଳ ପ୍ରଦେଶର ଲାଇନ ଅଫ ଆକଚ୍ୟୁଆଲ କଣ୍ଟ୍ରୋଲ (ଏଲଏସି) କୁ ଅନେକ ଥର ଡ୍ରୋନ ପଠାଇଛି। ଏଗୁଡିକ ମାଧ୍ୟମରେ ଚାଇନା ଭାରତୀୟ ଆକାଶ ସୀମାକୁ ଉଲ୍ଲଂଘନ କରିବାକୁ ଚେଷ୍ଟା ଜାରି ରଖିଛି।

ଖବର ଅନୁଯାୟୀ ଚାଇନାର ଏହି କାର୍ଯ୍ୟର ଜବାବ ଦେବା ପାଇଁ ଭାରତକୁ ଅନେକ ଥର ଏହି ଅଞ୍ଚଳରେ ଯୁଦ୍ଧ ବିମାନକୁ ନିୟୋଜିତବାକୁ ପଡିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ଗତ କିଛି ସପ୍ତାହ ମଧ୍ୟରେ ଏଭଳି ଦୁଇ-ତିନିଥର ଘଟିଥିଲା, ଯେତେବେଳେ ବାୟୁସେନାକୁ ଏଲଏସିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଡ୍ରୋନଗୁଡ଼ିକୁ ଘଉଡ଼ାଇବା ପାଇଁ ଯୁଦ୍ଧ ବିମାନ ବ୍ୟବହାର କରିବାକୁ ପଡିଥିଲା। ଏହାର ମୁକାବିଲା କରିବା ପାଇଁ ବାୟୁସେନାକୁ ସୁଖୋଇ-୩୦ ଏମକେଆଇର ଯୁଦ୍ଧ ବିମାନର ବ୍ୟବହାର କରିବାକୁ ପଡ଼ିଥିଲା।

ସୂଚନାନୁସାରେ, ବାୟୁସେନା ଚାଇନା ସୀମାରେ ଡ୍ରୋନର କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିଛି। ବାୟୁ ସୀମା ଉଲ୍ଲଂଘନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ହୋଇଛି। ସୂତ୍ରରୁ ଜଣାପଡିଛି ଯେ ଯଦି ଡ୍ରୋନ ଏଲଏସି ସହିତ ସମାନ ଭାବରେ ଉଡୁଥିବାର ଦେଖାଯାଏ, ତେବେ ଭାରତରେ କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି ବିମାନ କିମ୍ବା ଡ୍ରୋନ ରାଡାର ଉପରେ ଆସି ଭାରତୀୟ ସୀମା ଆଡକୁ ଆସିବାକୁ ଚେଷ୍ଟା କରେ, ତେବେ ଏହାକୁ ଘଉଡାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥାଏ।

ଉଲ୍ଲେଖନୀୟ ଯେ, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବାୟୁସେନା ଏକ ଶକ୍ତିଶାଳୀ ଉପସ୍ଥିତି ବଜାୟ ରଖିଛି। ବର୍ତ୍ତମାନ ସୁଖୋଇ-୩୦ ଯୁଦ୍ଧ ବିମାନର ସ୍କ୍ବାଡନଗୁଡିକ ତେଜପୁରରୁ ଆସାମର ଛାବୁଆ ପର୍ଯ୍ୟନ୍ତ ମୁତୟନ କରାଯାଇଛି। ଏହା ବ୍ୟତୀତ ପଶ୍ଚିମବଙ୍ଗର ହାସିମାରା ଠାରେ ରାଫାଲ ଯୁଦ୍ଧ ବିମାନ ମଧ୍ୟ ରଖାଯାଇଛି। ଚାଇନାକୁ ଉପଯୁକ୍ତ ଉତ୍ତର ଦେବାକୁ ଆସାମ ସେକ୍ଟରରେ ରୁଷିଆରୁ କିଣାଯାଇଥିବା ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri