Posted inଜାତୀୟ

ସାବାସ୍‌ ଶାଲିନି

ଭୋପାଳ,୧୩।୧୧: ମଧ୍ୟପ୍ରଦେଶର ମହିଳା କନଷ୍ଟେବଳ ଶାଲିନି ଚୌହାନ ଇନ୍ଦୋରର ଗାନ୍ଧୀ ମେମୋରିଆଲ୍‌ ମେଡିକାଲ କଲେଜରୁ ଏକ ରାଗିଂ ଗ୍ୟାଙ୍ଗ୍‌ ଉପରୁ ପର୍ଦ୍ଦା ହଟାଇଛନ୍ତି। ଏ ପ୍ରକାର ସ୍ବତନ୍ତ୍ର ମିଶନରେ ଶାଲିନିଙ୍କ କାର୍ଯ୍ୟକରିବା ପ୍ରଣାଳୀକୁ ଲୋକେ ପସନ୍ଦ କରିବା ସହ ଅନେକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। କଲେଜ କ୍ୟାମ୍ପସରେ ଏକାଧିକ ରାଗିଂ ମାମଲା ସାମ୍ନାକୁ ଆସିବା ପରେ ଏ ସମ୍ପର୍କିତ ପ୍ରମାଣ ସଂଗ୍ରହ କରିବା ସକାଶେ ଶାଲିନିଙ୍କୁ ଅଣ୍ଡରକଭର୍‌ କପ୍‌ ଭାବେ କଲେଜକୁ ପଠାଯାଇଥିଲା। ୨୪ ବର୍ଷୀୟା ମହିଳା କନଷ୍ଟେବଳ ପାଖାପାଖି ୩ ମାସ ଧରି କଲେଜକୁ ବ୍ୟାଗ୍‌ରେ ବହି, ଖାତା ଧରି ଜଣେ ଛାତ୍ରୀ ଭାବେ ଯାଉଥିଲେ। ଅନ୍ୟ ଷ୍ଟୁଡେଣ୍ଟଙ୍କ ପରି କ୍ଲାସ ସହିତ କ୍ୟାଣ୍ଟିନରେ ଖଟି ମଧ୍ୟ କରୁଥିଲେ। ରାଗିଂ ସମ୍ପର୍କରେ ପ୍ରମାଣ ହାସଲ ପାଇଁ ଶାଲିନି ଅନ୍ୟ ଛାତ୍ରୀଛାତ୍ରଙ୍କ ସହ ପ୍ରଥମେ ଭଲଭାବେ ମିଶି ତାଙ୍କ ବିଶ୍ୱାସଭାଜନ ହେଉଥିଲେ। ୩ ମାସର ଅଣ୍ଡରକଭର ଅପରେଶନ୍‌ରେ ଶାଲିନିଙ୍କ ହାତକୁ ବହୁ ପ୍ରମାଣ ଆସିଥିଲା। କ୍ୟାମ୍ପସ୍‌ରେ ରାଗିଂ କରୁଥିବା ୧୧ ଛାତ୍ରୀଛାତ୍ରଙ୍କୁ ସେ ଚିହ୍ନଟ କରିଥିଲେ। ସେମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ହସ୍ତଗତ ହେବାପରେ ସମ୍ପୃକ୍ତ ଷ୍ଟୁଡେଣ୍ଟଙ୍କୁ କଲେଜ ଓ ହଷ୍ଟେଲରୁ ନିଲମ୍ବନ କରାଯାଇଛି।
ଏହି ଅଣ୍ଡରକଭର ଅପରେଶନ୍‌ ସମ୍ପର୍କରେ ବରିଷ୍ଠ ଇନ୍‌ସ୍ପେକ୍ଟର ତେହଜିବ କାଜି କହିଛନ୍ତି, କଲେଜ କ୍ୟାମ୍ପସରେ ରାଗିଂ ନେଇ ଥାନାକୁ ଏକାଧିକ ଅଭିଯୋଗ ଆସିଥିଲା। କିନ୍ତୁ ଅଭିଯୋଗ କରୁଥିବା ଷ୍ଟୁଡେଣ୍ଟ ଡରରେ ନର୍ଦ୍ଦିଷ୍ଟ ଭାବେ କୌଣସି ସିନିୟର୍‌ଙ୍କ ନାଁ କହୁ ନ ଥିଲେ। ଅନ୍ୟପକ୍ଷେ ପୋଲିସକୁ ଦେଖି ରାଗିଂର ଶିକାର ହୋଇଥିବା ଛାତ୍ରୀଛାତ୍ର ଭୟଭିତ ହୋଇଯାଉଥିଲେ। ଏହି କାରଣ ପାଇଁ ପୋଲିସକୁ ଏ ମାମଲାରେ ସଫଳତା ମିଳିପାରୁ ନ ଥିଲା। ସେଥିପାଇଁ ରାଗିଂରେ ସମ୍ପୃକ୍ତ ଛାତ୍ରଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ଏହି ଅଣ୍ଡରକଭର ଅପରେଶନ୍‌ ଆରମ୍ଭ କରାଯାଇଥିବା ତେହଜିବ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri