Posted inଜାତୀୟ

୨୦ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଗଲା…

ଶ୍ରୀନଗର,୧୧।୧୨ : ଜମ୍ମୁ-କଶ୍ମୀରରେ ୨୦ ଜଣ ରାଜନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି। ଡିସେମ୍ବର ୧୦ ରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। କିଛି ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦିଆଯାଇଛି। ରାଜନେତାମାନଙ୍କୁ ସୁରକ୍ଷା କର୍ମୀ ପ୍ରଦାନ କରାଯିବା ବ୍ୟତୀତ ସେମାନଙ୍କ ଏସକର୍ଟ ସୁବିଧା ମଧ୍ୟ ପ୍ରତ୍ୟାହାର କରାଯାଇଛି।

ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବତନ ବିଧାୟକ ହୋଇଥିବାବେଳେ ଜଣେ ପୂର୍ବତନ ଏମ୍‌ପି ମଧ୍ୟ ଅଛନ୍ତି। ଏତଦ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଜ୍ୱାଇଁ ମହମ୍ମଦ ଅସୀମ ଖାନଙ୍କ ସୁରକ୍ଷାକୁ ହଟାଇ ଦିଆଯାଇଛି। ଅନେକ ନେତାଙ୍କ ସୁରକ୍ଷାର ଗୋଟିଏ କିମ୍ବା ଦୁଇଟି ବିଭାଗ ହ୍ରାସ କରାଯାଇଛି। ସୁରକ୍ଷା ପ୍ରତ୍ୟାହାର କରାଯାଇଥିବା ବ୍ୟକ୍ତିଙ୍କ ତାଲିକାରେ ନ୍ୟାଶନାଲ କନଫରେନ୍ସ ଏବଂ ପିଡିପି ନେତା ଅଛନ୍ତି।

ଏହାପୂର୍ବରୁ ଜାନୁଆରୀ ମାସରେ ଜମ୍ମୁ-କଶ୍ମୀରର ପୂର୍ବତନ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା,ଗୁଲାମ ନବୀ ଆଜାଦଙ୍କ , ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ପ୍ରମୁଖ ଚାରିଜଣ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସଏସଜି) କଭରକୁ କମ କରି ଦିଆଯାଇଥିଲା। ତେବେ, ଫାରୁକ ଅବଦୁଲ୍ଲା ଏବଂ ଗୁଲାମ ନବୀ ଆଜାଦଙ୍କୁ ଜାତୀୟ ସୁରକ୍ଷା ଗାର୍ଡର ସୁରକ୍ଷା କଭର ଯୋଗାଇ ଦିଆଯାଇଛି, ଯାହାକୁ ବ୍ଲାକ କ୍ୟାଟ କମାଣ୍ଡୋ ମଧ୍ୟ କୁହାଯାଏ। ଏହି କାରଣରୁ ସେମାନଙ୍କର ଜେଡ-ପ୍ଲସ ସୁରକ୍ଷା ରହିଛି। ଫେବୃଆରୀ ୨୦୧୯ ରେ ପୁଲୱାମା ଆକ୍ରମଣ ପରେ ଜମ୍ମୁ-କଶ୍ମୀର ପ୍ରଶାସନ ୧୮ ବିଚ୍ଛିନ୍ନତାବାଦୀ ଏବଂ ୧୫୫ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri