‘ଗଣତନ୍ତ୍ରକୁ ନେଇ ଆମକୁ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ’

ନ୍ୟୁୟର୍କ,୨।୧୨: ଭାରତ ଆସନ୍ତା ଏକ ମାସ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଅଧ୍ୟକ୍ଷତା ଦାୟିତ୍ୱ ସମ୍ଭାଳିବ। ଏହି ସମୟରେ ଆତଙ୍କବାଦ ମୁକାବିଲା ଏବଂ ବହୁପକ୍ଷବାଦକୁ ପ୍ରୋତ୍ସାହିତ କରିବାକୁ ଭାରତ ପ୍ରଥମ ପ୍ରାଥମିକତା ଦେବ ବୋଲି ଜଣାପଡିଛି। ଡିସେମ୍ବର ମାସ ପାଇଁ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ୟୁଏନଏସସିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ରୁଚିରା କାମ୍ବୋଜ ଜାତିସଂଘ ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ କାମ୍ବୋଜଙ୍କୁ ଭାରତରେ ଗଣତନ୍ତ୍ର ଏବଂ ବକ୍ତବ୍ୟର ସ୍ବାଧୀନତା ବିଷୟରେ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ଗଣତନ୍ତ୍ର କିପରି ଚାଲିଛି ଭାରତ କାହାଠାରୁ ଶିଖିବା ଆବଶ୍ୟକ ନାହିଁ। ସମସ୍ତେ ଜାଣନ୍ତି ଯେ ଭାରତ ହେଉଛି ବିଶ୍ୱର ଅନ୍ୟତମ ପ୍ରାଚୀନ ସଭ୍ୟତା। ଭାରତରେ ଗଣତନ୍ତ୍ରର ମୂଳ ୨୫୦୦ ବର୍ଷ ପୂର୍ବେ ଥିଲା। ଯଦି ଆମେ ସାମ୍ପ୍ରତିକ ଯୁଗ ବିଷୟରେ କହିବା, ତେବେ ଆମର ଗଣତନ୍ତ୍ରର ସମସ୍ତ ସ୍ତମ୍ଭ ଦୃଢ ଭାବରେ ଠିଆ ହୋଇଛି। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର।
କାମ୍ବୋଜ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱକୁ ସାହାଯ୍ୟ କରିବା ପାଇଁ ଭାରତ କିପରି ସର୍ବଦା ଛିଡା ହୋଇଛି। ସେ କହିଛନ୍ତି, ଗତ ୨ ବର୍ଷ ମଧ୍ୟରେ ବିଶ୍ୱ ଏକ ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ ଭାରତ ସବୁବେଳେ ସାହାଯ୍ୟ ଏବଂ ସମାଧାନ ପାଇଁ ଖୋଜୁଥିଲା। ଭାରତ କରୋନା ସମୟରେ ବିଶ୍ୱକୁ ଯେମିତି ସାହାଯ୍ୟ କଲା, ସେହିଭଳି ଭାରତ ମଧ୍ୟ ଅନ୍ୟାନ୍ୟ ଜିନିଷରେ ବିଶ୍ୱର ଶୀର୍ଷ ଟେବୁଲରେ ସ୍ଥାନ ପାଇବାକୁ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ...

ଇସ୍ରାଏଲ୍‌ ସେନା ଘାଟି ଉପରେ ହେଜବୁଲ୍ଲାର ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୭ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅନ୍ତର୍ଗତ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି ମୃତାହତ...

ରାଫାହ ଖାଲି କଲା ଇସ୍ରାଏଲ୍‌

ଜେରୁଜେଲମ୍‌,୭ା୫: ଗାଜାର ଦକ୍ଷିଣ ଭାଗରେ ଥିବା ରାଫାହ ସହରରୁ ୧ ଲକ୍ଷ ପାଲେଷ୍ଟିନୀୟଙ୍କୁ ଖାଲି କରିବା ପାଇଁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେବା ପରେ ସେମାନଙ୍କୁ ଅନ୍ୟତ୍ର...

ଇସ୍ରାଏଲ ସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୬ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅଧୀନ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି...

ଚାଇନାରେ ପୁଣିଥରେ ବଢୁଛି କି ମହାମାରୀ? ହସ୍ପିଟାଲରେ ଆଇସିୟୁ ବେଡ ବଢାଇବାକୁ ସୁପାରିସ

ବେଜିଂ,୬।୫: ନିକଟରେ ଚାଇନାରେ କରୋନା ମହାମାରୀ ଯୋଗୁ ସାରା ଦେଶ ବିପର୍ଯ୍ୟସ୍ତ ହୋଇପଡିଥିଲା। ଦେଶରେ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।...

ପୁଣି ମହାକାଶ ଯିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ: ପ୍ରଥମ ମହିଳା ଭାବେ ରଚିବେ ଇତିହାସ

ଓ୍ବାଶିଂଟନ୍‌,୬।୫: ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ୱିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ...

ବାଇଡେନଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଟ୍ରମ୍ପ

ଓ୍ବାଶିଂଟନ,୬ା୫: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପ୍ରାର୍ଥୀଙ୍କ ମଧ୍ୟରେ କଥାବାର୍ତ୍ତା ତୀବ୍ର ହୋଇଛି। ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବୃତ୍ତି ସାମ୍ନାକୁ...

ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ

ଜେରୁଜେଲମ,୬।୫: ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri