Posted inଫୁରସତ

ପଥର ତଳେ ଘର ନିର୍ମାଣ କରୁଥିଲେ ଲୋକେ, କାରଣ ଜାଣିଲେ…

ମାନବିକତାର ବିକାଶ ପରଠାରୁ ଲୋକମାନେ ନିଜ ଜାଗା ଜମି ଛାଡ଼ି ଅନ୍ୟ ଦେଶ ଖୋଜିବାକୁ ବାହାରିଲେ। ଗୋଟିଏ ସ୍ଥାନରେ ଜନସଂଖ୍ୟା ବୃଦ୍ଧି ପାଇବା ପରେ ସେମାନେ ଖାଦ୍ୟ ଏବଂ ସମ୍ବଳ ଅଭାବର ସମ୍ମୁଖୀନ ହେବାରେ ଲାଗିଲେ। ଯେଉଁଥିପାଇଁ ସେମାନଙ୍କୁ ନୂତନ ସ୍ଥାନ ଖୋଜିବାକୁ ପଡ଼ିଲା। ଏଭଳି ପରିସ୍ଥିତିରେ ସେମାନେ ଅନ୍ୟମାନଙ୍କ ଜମିକୁ ଯାଇ ଲୁଟ୍‌ କରୁଥିଲେ। ସେମାନଙ୍କୁ ସେଠାରୁ ଘଉଡ଼ାଇବା ପରେ ସେମାନେ ସେହି ଜମିକୁ ନିଜର କରି ନେଉଥିଲେ। ଦୀର୍ଘ ଦିନ ଧରି ଗ୍ରୀସର ଏକ ଦ୍ୱୀପରେ ସେମିତି ଘଟଣା ଘଟି ଆସୁଥିଲା। କିନ୍ତୁ ଦ୍ୱୀପର ଲୋକମାନେ ନିଜକୁ ଲୁଚାଇବା ପାଇଁ ଏପରି ଉପାୟ ପାଞ୍ଚିଲେ ଯେମିତି କି କେହି ସେମାନଙ୍କୁ ଖୋଜି ପାରିବେ ନାହିଁ। ଦୀର୍ଘଦିନ ପର୍ଯ୍ୟନ୍ତ ଏପରି ଜୀବନ ଅତିବାହିତ କରୁଥିଲେ।

ଗ୍ରୀସର ଇକାରିଆ ଦ୍ୱୀପ। ଯାହା ଏଜି ସାଗରରେ ଅବସ୍ଥିତ। ଏହି ଦ୍ୱୀପରେ ଥିବା ଘର ଉପରେ ଡକାୟତି ଆକ୍ରମଣର ଦିନକୁ ଦିନ ବଢୁଥିଲା। ପ୍ରଥମ ଶତାବ୍ଦୀରୁ ଡକାୟତମାନେ ଏଠାକୁ ଆସି ସ୍ଥାନୀୟ ଲୋକଙ୍କ ସାମଗ୍ରୀ ଚୋରି କରି ହଇରାଣ କରୁଥିଲେ। ରୋମାନ ଏବଂ ବାୟଞ୍ଜାଟାଇନ୍‌ ସାମ୍ରାଜ୍ୟର ମଧ୍ୟ ଆକ୍ରମଣ ଜାରି ରହିଲା। ଯେତେବେଳେ ଏହି ଦ୍ୱୀପଟି ଅଟୋମନ ସାମ୍ରାଜ୍ୟ ଅଧୀନକୁ ଆସିଲା, ଏଠାରେ ଥିବା ଦେଶବାସୀ ସ୍ଥିର କଲେ ଯେ, ସେମାନେ ଡକାୟତି ସମସ୍ୟାରୁ ମୁକ୍ତି ପାଇବାକୁ ଚେଷ୍ଟା କରିବେ।

ତେଣୁ ଡକାୟତମାନ ଦାଉରୁ ରକ୍ଷା ପାଇବା ପାଇଁ ପଥର ତଳେ ଘର ନିର୍ମାଣ କରିଥିଲେ। ସେମାନେ ଯୋଦ୍ଧା ନ ଥିଲେ, ତେଣୁ ଡକାୟତମାନଙ୍କ ସହିତ ଯୁଦ୍ଧ କରିବା ସେମାନଙ୍କର ସାମର୍ଥ୍ୟରେ ନ ଥିଲା, କିନ୍ତୁ ସେମାନେ ଏକ ନୂତନ ବିକଳ୍ପ ବାହାର କରିଥିଲେ। ଏଠାରେ ଥିବା ସ୍ଥାନୀୟ ଲୋକମାନେ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରି ପାହାଡ଼ିଆ ଅଞ୍ଚଳକୁ ଗଲେ। ଅର୍ଥାତ୍‌ ଜଙ୍ଗଲ ଭିତରେ ସେମାନଙ୍କର ଘର ତିଆରି କଲେ। ଫଳରେ ଡକାୟତମାନେ ଏ ବିଷୟରେ ଜାଣିପାରିଲେ ନାହିଁ।

ଇକାରିଆ ଦ୍ୱୀପରେ ନିର୍ମିତ ଘରଗୁଡ଼ିକୁ ଆଣ୍ଟି ଡକାୟତି ଘର କୁହାଯାଏ। ଏଗୁଡ଼ିକ ବଡ଼ ପଥରର ତଳେ ତିଆରି କରାଯାଇଥିଲା। ଘରଗୁଡ଼ିକ ଦୂରରୁ କିମ୍ବା ପର୍ବତର ଶିଖରରୁ ଦେଖିବା ପ୍ରାୟ ଅସମ୍ଭବ ଥିଲା, ତଥାପି, ସେମାନେ ଉପକୂଳରେ ନିର୍ମିତ ଘର ପରି ଆରାମଦାୟକ ନ ଥିଲେ, କିନ୍ତୁ ସ୍ଥାନୀୟ ଲୋକ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ଘରଗୁଡ଼ିକୁ ବାଛିଥିଲେ। ଏଠାରେ ରହୁଥିବା ଲୋକମାନେ କେବଳ ରାତିରେ ପରସ୍ପରକୁ ଭେଟୁଥିଲେ ଏବଂ ରାତିରେ ନିଆଁ ଜଳାଉ ନ ଥିଲେ। କାରଣ କେହି ଯେମିତି ସେମାନଙ୍କୁ ଦୂରରୁ କେହି ଦେଖି ପାରିବେ ନାହିଁ ସେଥି ନିମନ୍ତେ ଏପରି କରୁଥିଲେ। ଏହା ବ୍ୟତୀତ ସେ କୁକୁରମାନଙ୍କୁ ମଧ୍ୟ ରଖି ନ ଥିଲେ। କାରଣ କୁକୁର ଭୁକିଲେ କେହି ଜାଣିଦେବେ ଏଠାରେ ଲୋକମାନେ ରହୁଛନ୍ତି ବୋଲି ତାହା ମଧ୍ୟ କରୁ ନ ଥିଲେ। ଲୋକମାନେ ପ୍ରାୟ ୩ ଦଶନ୍ଧି ଧରି ଏଠାରେ ରହୁଥିଲେ, ଯାହାକୁ ପାଇରେଟ ଏରା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri