ରୁଷିଆ ଆତଙ୍କବାଦର ପୃଷ୍ଠପୋଷକ

କିଭ୍‌,୨୪ା୧୧: ୟୁରୋପୀୟ ପାର୍ଲାମେଣ୍ଟ ବୁଧବାର ରୁଷିଆକୁ ‘ଆତଙ୍କବାଦର ପୃଷ୍ଠପୋଷକ ରାଷ୍ଟ୍ର’ ଘୋଷଣା କରିଛି। ୟୁକ୍ରେନ୍‌ରେ ମସ୍କୋ ଲଗାତର ବର୍ବର ଆକ୍ରମଣ କରିବା ସହ ମାନବ ଅଧିକାର ଓ ଅନ୍ତର୍ଜାତୀୟ ମାନବାଧିକାର ଆଇନଗୁଡ଼ିକର ଉଲ୍ଲଂଘନ କରୁଛି ବୋଲି ପାର୍ଲାମେଣ୍ଟ ଦର୍ଶାଇଛି। ୫୯୬ ସଦସ୍ୟ ବିଶିଷ୍ଟ ୟୁରୋପୀୟ ପାର୍ଲାମେଣ୍ଟରେ ଏହି ପ୍ରସ୍ତାବ ସପକ୍ଷରେ ୪୯୪ ଆଇନପ୍ରଣେତା ଭୋଟ ଦେଇଥିବାବେଳେ ୫୮ ଏହା ବିରୋଧରେ ମତ ଦେଇଥିଲେ। ୪୪ ସଦସ୍ୟ ମତଦାନରୁ ବିରତ ରହିଥିଲେ।

ଉଲ୍ଲେଖ କରାଯାଇଛି ଯେ, ରୁଷୀୟ ସଂଘ ପକ୍ଷରୁ ୟୁକ୍ରେନୀୟ ନାଗରିକମାନଙ୍କ ଉପରେ ଲଗାତର ଆକ୍ରମଣ କରାଯାଉଛି। ସାଧାରଣ ଲୋକଙ୍କ ଧନଜୀବନକୁ ଟାର୍ଗେଟ କରାଯାଉଛି। ମାନବାଧିକାର ସମ୍ପର୍କିତ ଅନ୍ତର୍ଜାତୀୟ ଆଇନର ଏଭଳି ଉଲ୍ଲଂଘନ ଆତଙ୍କବାଦୀ କାର୍ଯ୍ୟ ସହ ସମାନ। ତେବେ ଏହି ସଂକଳ୍ପନାମା ସପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କ୍ଷମତା ୟୁରୋପୀୟ ପାର୍ଲାମେଣ୍ଟର ନ ଥିବାରୁ ଏହାକୁ ପ୍ରତୀକାମତ୍କ ପଦକ୍ଷେପ ବୋଲି କୁହାଯାଉଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍‌ସ୍କି ୟୁରୋପୀୟ ପାର୍ଲାମେଣ୍ଟର ଏହି ଘୋଷଣାକୁ ସ୍ବାଗତ କରିଛନ୍ତି। ଟୁଇଟରରେ ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍‌ ସମେତ ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାରର ନୀତି ଯାଗୁ ରୁଷିଆକୁ ସବୁ ସ୍ତରରେ ଏକଘରକିଆ କରି ଉତ୍ତରଦାୟୀ କରାଯିବା ଜରୁରୀ। ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଅନୁରୂପ ସଂକଳ୍ପନାମା ନିଜ ନିଜ ପାର୍ଲାମେଣ୍ଟରେ ଗୃହୀତ କରିବା ଉଚିତ। ପ୍ରକାଶ ଯେ, ୟୁରୋପୀୟ ସଂଘ (ଇୟୁ), ଆମେରିକା ଓ ବ୍ରିଟେନ ରୁଷିଆ ଉପରେ କଠୋର କଟକଣା ଜାରି କରିସାରିଛନ୍ତି। ଆମେରିକା କଂଗ୍ରେସର ଉଭୟ ଗୃହ ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ତାଲିକାରେ ରଖିବା ପାଇଁ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଅନୁରୋଧ କରିଥିଲେ ହେଁ ସେ ମନା କରିଦେଇଛନ୍ତି। ଆମେରିକା ମତରେ ବର୍ତ୍ତମାନ କ୍ୟୁବା, ଉତ୍ତର କୋରିଆ, ଇରାନ ଓ ସିରିଆ ହେଉଛନ୍ତି ଆତଙ୍କବାଦକୁ ପ୍ରୋତ୍ସାହନକାରୀ ରାଷ୍ଟ୍ର। ଇୟୁର ୪ ସଦସ୍ୟ ଲିଥୁଆନିଆ, ଲାଟ୍‌ଭିଆ, ଏଷ୍ଟୋନିଆ ଏବଂ ପୋଲାଣ୍ଡ ରୁଷିଆକୁ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ରାଷ୍ଟ୍ର ଘୋଷଣା କରିଥିବା ୟୁରୋପିଆନ୍‌ ପାର୍ଲାମେଣ୍ଟାରି ରିସର୍ଚ୍ଚ ସର୍ଭିସ୍‌ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri