ମହାକାଶରେ ହେବ ସୋଲାର ଫାର୍ମ

ପ୍ୟାରିସ୍‌,୨୪।୧୧: ବୈଦ୍ୟୁତିକ ଶକ୍ତି ଉତ୍ପାଦନର ପ୍ରମୁଖ ସମ୍ବଳ ହେଉଛି କୋଇଲା। ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏବେ କୋଇଲା ସଙ୍କଟ ମୁଣ୍ଡ ଟେକିଛିି। ଏଥିଯୋଗୁ ଭବିଷ୍ୟତରେ ବିଦ୍ୟୁତ୍‌ ଶକ୍ତିର ଘୋର ଅଭାବ ବିଶ୍ୱବାସୀଙ୍କ ପାଇଁ ବିପଦ ସାଜିପାରେ। ଏ ପ୍ରକାର ଅସୁବିଧାକୁ ଦୂର କରିବା ସକାଶେ ୟୁରୋପୀୟ ବୈଜ୍ଞାନିକମାନେ ମହାକାଶରେ ସୋଲାର ଫାର୍ମ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରାକୃତିକ ଉତ୍ସ ସୂର୍ଯ୍ୟାଲୋକ ବ୍ୟବହାର ଦ୍ୱାରା ଅଧିକମାତ୍ରାରେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରାଯାଇପାରିବ। ସେହି ବିଦ୍ୟୁତ୍‌ ଶକ୍ତି ପୃଥିବୀବାସୀଙ୍କୁ ଆଲୋକିତ କରିବ ବୋଲି ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍‌ଏ) ଆଶା ବାନ୍ଧିଛି। ଏହି ଲକ୍ଷ୍ୟ ହାସଲ ପାଇଁ ସ୍ପେସ୍‌ରେ ସୋଲାର ଫାର୍ମ ସ୍ଥାପନ ଯୋଜନା ଚାଲିଛି।

ପଡ଼ୁଥିବା ସୂର୍ଯ୍ୟାଲୋକର ୧୦ ଗୁଣା ଆଲୋକ ମହାକାଶରେ ପଡ଼ିଥାଏ। ସୂର୍ଯ୍ୟଙ୍କ ଆଲୋକରୁ ପ୍ରଚୁର ପରିମାଣର ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ସମ୍ଭବ। ଏ ନେଇ ଇଏସ୍‌ଏ ବୈଜ୍ଞାନିକଙ୍କ ଦ୍ୱାରା ଏକ ଅଧ୍ୟୟନ ଆରମ୍ଭ କରାଯିବ। ନିଷ୍କର୍ଷରେ ପହଞ୍ଚିବାକୁ ପାଖାପାଖି ୩ ବର୍ଷ ସମୟ ଲାଗିପାରେ। ଏହି ସୌର ପ୍ରକଳ୍ପ ଦ୍ୱାରା ଜାଏଣ୍ଟ ଅର୍‌ବିଟ୍‌ ସାଟେଲାଇଟ୍‌ଗୁଡ଼ିକ ସୂର୍ଯ୍ୟାଲୋକ ସଂଗ୍ରହ କରି ଏହାକୁ ଲୋ ପାଓ୍ବାର୍‌ ଡେନ୍‌ସିଟି ମାଇକ୍ରୋଓ୍ବେଭ୍‌ରେ ରୂପାନ୍ତରିତ କରିବ। ସୁରକ୍ଷିତ ଭାବେ ବିମ୍‌ ଆକାରରେ ଏହି ମାଇକ୍ରୋଓ୍ବେଭ୍‌ ପୃଥିବୀର ରିସିଭର୍‌ ଷ୍ଟେଶନ୍‌ରେ ପହଞ୍ଚିବ, ଯେଉଁଠାରୁ ବିଦ୍ୟୁତ୍‌ ଉତ୍ପାଦନ କରାଯିବ। ମାଇକ୍ରୋଓ୍ବେଭ୍‌ ଜରିଆରେ ମଣିଷ, ପଶୁ, ପକ୍ଷୀ, ବୃକ୍ଷ ସାଙ୍ଗକୁ ବିମାନ ଚଳାଚଳ ଯେପରି ପ୍ରଭାବିତ ନ ହେବ ସେ ଦିଗକୁ ଦୃଷ୍ଟିରେ ରଖାଯିବ।

ଜେନେରେଟିଂ ସୋଲାର ପାର୍କର ଓଜନ ୧ ଟନ୍‌ରୁ ଅଧିକ ହୋଇପାରେ। ପୃଥିବୀପୃଷ୍ଠରେ ୬ ନିୟୁତ ସୋଲାର ପ୍ୟାନେଲ୍‌ରୁ ୨ ଗିଗାବାଇଟ୍‌ ବିଦ୍ୟୁତ୍‌ ଶକ୍ତି ମିଳୁଥିବାବେଳେ ଗୋଟିଏ ବୃହତ୍‌ ଉପଗ୍ରହ ସମାନ ପରିମାଣର ବିଦ୍ୟୁତ୍‌ ଉତ୍ପାଦନ ପାଇଁ ସକ୍ଷମ। ଜଳବାୟୁ ପରିବର୍ତ୍ତନ ଯୋଗୁ ଭବିଷ୍ୟତରେ ଯେଉଁ ଶକ୍ତି ସଙ୍କଟ ଦେଖାଯିବା ଆଶଙ୍କା ରହିଛି, ତାହାକୁ ସୋଲାର ପାର୍କ ଦ୍ୱାରା ହିଁ ଦୂର କରାଯାଇ ପାରିବ ବୋଲି ପ୍ରୋଜେକ୍ଟ୍‌ ମୁଖ୍ୟ ସଞ୍ଜୟ ବିଜେନ୍ଦ୍ରନ କହିଛନ୍ତି। ତେବେ ଏଥିଲାଗି ବହୁ ପରିମାଣର ଅର୍ଥ ସାଙ୍ଗକୁ ସରକାରୀ ସହାୟତା ଲୋଡ଼ା। ଇଏସ୍‌ଏ ବ୍ୟତୀତ ଆମେରିକା, ଜାପାନ ମଧ୍ୟ ସ୍ପେସ୍‌ରେ ସୋଲାର ଫାର୍ମ ପ୍ରତିଷ୍ଠା ଲକ୍ଷ୍ୟରେ ଦିଗରେ ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri