ଅକ୍ଷୟ ଶକ୍ତିରେ ୩ ଗୁଣା ନିବେଶ ଜରୁରୀ: ଜାତିସଂଘ

ଜେନେଭା, ୧୩ା୧୦: ଶୂନ ଅଙ୍ଗାରକାମ୍ଳ ନିର୍ଗମନ ବା ଜିରୋ କାର୍ବନ ଏମିଶନ ଲକ୍ଷ୍ୟ ହାସଲ ପାଇଁ ପୁନଃ ବ୍ୟବହାରଯୋଗ୍ୟ ଶକ୍ତିରେ ବୈଶ୍ୱିକ ନିବେଶ ୨୦୫୦ ସୁଦ୍ଧା ୩ ଗୁଣା ବଢ଼ିବା ଆବଶ୍ୟକ ବୋଲି ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି। ସ୍ବଚ୍ଛ ଶକ୍ତି ଉତ୍ସରୁ ବିଦ୍ୟୁତ ଉତ୍ପାଦନ ଓ ଯୋଗାଣ ଆସନ୍ତା ୮ ବର୍ଷରେ ଦୁଇଗଣା ହେବା ଜରୁରୀ ବୋଲି ଡବ୍ଲ୍ୟୁଏମ୍‌ଓ ମହାନିର୍ଦ୍ଦେଶକ ପେଟେରି ତାଲାସ୍‌ କହିଛନ୍ତି।

୨୦୨୨ ଷ୍ଟେଟ୍‌ କ୍ଲାଇମେଟ୍‌ ସର୍ଭିସ ରିପୋର୍ଟ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁ ବୈଶ୍ୱିକ ଶକ୍ତି ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି। ଏହା ସିଧାସଳଖ ଭାବେ ଇନ୍ଧନ ଯୋଗାଣ, ଶକ୍ତି ଉତ୍ପାଦନ ଏବଂ ଶକ୍ତି ଭିତ୍ତିଭୂମିକୁ ପ୍ରଭାବିତ କରୁଛି। ଗ୍ଲୋବାଲ ସ୍କେଲ୍‌ରେ ଜଳ ଉତ୍ସ କମ୍‌ ଥିବାବେଳେ ୨୦୨୦ରେ ୮୭% ବୈଶ୍ୱିକ ବିଦ୍ୟୁତ୍‌ ଆବଶ୍ୟକତା ଥର୍ମାଲ, ନ୍ୟୁକ୍ଲିୟର ଏବଂ ହାଇଡ୍ରୋଇଲେକ୍ଟ୍ରିକ୍‌ ସିଷ୍ଟମ୍‌ରୁ ଉତ୍ପାଦନ ନିମନ୍ତେ ଜଳର ଉପଲବ୍ଧତା ଉପରେ ନିର୍ଭରଶୀଳ ଥିଲା। କୁଲିଂ ପାଇଁ ମଧୁର ଜଳ ଉପରେ ନିର୍ଭର କରୁଥିବା ପ୍ରାୟ ୩୩% ଥର୍ମାଲ ପାଓ୍ବାର ପ୍ଲାଣ୍ଟ୍‌ ଜଳ ନିଅଣ୍ଟ କ୍ଷେତ୍ରରେ ରହିଛି। ସେହିପରି ପ୍ରାୟ ୧୫% ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ୍‌ରେ ମଧ୍ୟ ଅନୁରୂପ ଆବଶ୍ୟକତା ରହିଛି। ଆସନ୍ତା ୨୦ ବର୍ଷରେ ଏହା ୨୫%କୁ ବୃ୍‌ଦ୍ଧି ପାଇପାରେ।

ମୋଟ ବୈଶ୍ୱିକ ସବୁଜଗୃହ ଗ୍ୟାସ୍‌ ନିର୍ଗମନର ୩ ଚତୁର୍ଥାଂଶ। ଏକବିଂଶ ଶତାବ୍ଦୀରେ ଶକ୍ତି ଦକ୍ଷତା ବୃଦ୍ଧି ନିମନ୍ତେ ଆମକୁ ସୌର, ପବନ ଶକ୍ତି, ହାଇଡ୍ରୋପାଓ୍ବାର ଭଳି ସ୍ବଚ୍ଛ ଏନର୍ଜୀ ଉତ୍ସକୁ ବ୍ୟବହାର କରିବା ନିହାତି ଆବଶ୍ୟକ ବୋଲି ଡବ୍ଲ୍ୟୁଏମ୍‌ଓ ମହାନିର୍ଦ୍ଦେଶକ ପେଟେରି କହିଛନ୍ତି। ସମୟ ଆମ ସପକ୍ଷରେ ନାହିଁ। ଆମ ଆଖି ଆଗରେ ଜଳବାୟୁରେ ବିପଜ୍ଜନକ ପରିବର୍ତ୍ତନ ହେଉଛି। ଗ୍ଲୋବାଲ ଏନର୍ଜୀ ସିଷ୍ଟମର ସମ୍ପୂର୍ଣ୍ଣ ରୂପାନ୍ତର କରିବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। ଆଗକୁ ସୌର ଶକ୍ତି ସର୍ବାଧିକ ବ୍ୟବହାର ହେବାକୁ ଥିବା ଉତ୍ସ ହେବାକୁ ଯାଉଛି। ପୁନଃନବୀକରଣ ଯୋଗ୍ୟ ଶକ୍ତି ଆବଶ୍ୟକତା ଗ୍ୟାପ୍‌କୁ ପୂର୍ଣ୍ଣ କରିବାରେ ଆଫ୍ରିକା ନିକଟରେ ବଡ଼ ସୁଯୋଗ ରହିଛି। ସମସ୍ତ ଆଫ୍ରିକୀୟଙ୍କ ନିକଟରେ ମର୍ଡନ ଏନର୍ଜୀ ପହଞ୍ଚାଇବାକୁ ହେଲେ ବାର୍ଷିକ ପ୍ରାୟ ୨୫ ବିଲିୟନ ଡଲାରର ନିବେଶ ଆବଶ୍ୟକ, ଯାହାକି ଏବେର ଗ୍ଲୋବାଲ ଏନର୍ଜୀ ଇନ୍‌ଭେଷ୍ଟମେଣ୍ଟ୍‌ର ୧% ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri