Posted inଜାତୀୟ

୩୬ତମ ନ୍ୟାଶନାଲ ଗେମ୍ସକୁ ଉଦ୍‌ଘାଟନ କଲେ ମୋଦି

ଅହମଦାବାଦ,୨୯।୯: ଗୁଜରାଟରେ ୩୬ତମ ନ୍ୟାଶନାଲ ଗେମ୍ସକୁ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିଷ୍ଠିତ ଗେମ୍ସକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଆୟୋଜିତ କରାଯାଇଛି। ଷ୍ଟାଡ଼ିୟମ୍‌ରେ ଆୟୋଜିତ ହୋଇଥିବା ଏହି ଭବ୍ୟ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି କହିଛନ୍ତି, ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ୍‌ରେ ସବୁଠୁ ବଡ଼ ଖେଳ ମହୋତ୍ସବ ହେବାକୁ ଯାଉଛି। ଏହା ଆଗାମୀ ଭବିଷ୍ୟତର ଆରମ୍ଭ। ଏହି ଐତିହାସିକ ବାତାବରଣ ଶବ୍ଦର ଉପରେ ବୋଲି ମୋଦି କହିଛନ୍ତି। ଏଥିସହ ସେ କହିଛନ୍ତି, ଆଜି ଆମର ଯୁବକମାନେ ରେକର୍ଡ ସୃଷ୍ଟି କରିବା ସହ ନିଜର ରେକର୍ଡ ମଧ୍ୟ ଭାଙ୍ଗୁଛନ୍ତି। ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଭାରତୀୟ ଯୁବକମାନେ ରେକର୍ଡ ସଂଖ୍ୟକ ପଦକ ହାସଲ କରିଛନ୍ତି। ଷ୍ଟାଡିୟମ୍‌ରେ ଜୁଡେଗା ଇଣ୍ଡିଆ, ଜିତେଗା ଇଣ୍ଡିଆର ନାରା ଗୁଞ୍ଜରିତ ହୋଇଉଠିଥିଲା। ଏଥିସହ ମୋଦି ଖେଳାଳୀଙ୍କୁ ବହୁ ପ୍ରଶଂସା କରିବା ସହ ଶୁଭାକାମନା ଜଣାଇଛନ୍ତି। ଏହି ଅବସରରେ କଳାକାରମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୋଦିଙ୍କ ସମେତ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭୋଇ ପଟେଲ, କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ମନ୍ତ୍ରୀ ହର୍ଷ ଭାଇ ସଂଘଓ୍ବି ଓ ଭାରତୀୟ ଅଲିମ୍ପିକ ଆସୋସିଏସନ ସଚିବ ରାଜୀବ ମେହେଟ୍ଟା ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ ୨ଥର ଅଲିମ୍ପିକ ପଦକ ଜିତିଥିବା ପି.ବି ସିନ୍ଧୁ ଓ ଗୋଲଡେନ ବୟ ନୀରଜ ଚୋପ୍ରା ଏଥିରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ୭ବର୍ଷ ପରେ ଦେଶରେ ରାଷ୍ଟ୍ରୀୟ ଖେଳ ଆୟୋଜିତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

Moscow Bomb Blast: ଭ୍ଲାଦିମିର ପୁଟିନଙ୍କୁ ବଡ଼ ଝଟକା! ମସ୍କୋ କାର ବୋମା ବିସ୍ଫୋରଣରେ ରୁଷିଆ ଜେନେରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ବଡ଼ ଝଟକା ଲାଗିଛି। ଭ୍ଲାଦିମିର ପୁଟିନଙ୍କ ସେନାର ଅପରେସନାଲ୍ ଟ୍ରେନିଂ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri