ଏମ୍‌ଆର୍‌ପିଠାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି ମଦ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ସର୍ବନିମ୍ନ ଖୁଚୁରା ମୂଲ୍ୟ(ଏମ୍‌ଆର୍‌ପି)ଠାରୁ ଅଧିକ ଦରରେ ମଦ ବିକ୍ରି ହେଉଛି। ଏପରି କି ମଦ ଦୋକାନୀମାନେ ଗ୍ରାହକଙ୍କୁ ରସିଦ୍‌ ଦେଉନାହାନ୍ତି। ଶନିବାର ପ୍ରଶ୍ନକାଳରେ ବିଜେଡି ସଭ୍ୟ ଅରବିନ୍ଦ ଢାଲିଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏକଥା ସ୍ବୀକାର କରିଛନ୍ତି ।
ମୂଳ ପ୍ରଶ୍ନକର୍ତ୍ତା ପଚାରିଥିଲେ ଯେ ରାଜ୍ୟରେ ଯେଉଁ ଦେଶୀ ଓ ବିଦେଶୀ ମଦ ବିକ୍ରି କରାଯାଉଛି, ତାହା ଏମ୍‌ଆରପିଠାରୁ ଅଧିକ ଦାମରେ ବିକ୍ରି ହେଉଛି। ଏ ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି କି? ଅବକାରୀ ମନ୍ତ୍ରୀ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ୩୧ଟି ଏଭଳି ମାମଲା(ଏମ୍‌ଆର୍‌ପିରୁ ଅଧିକ ଦରରେ ବିକ୍ରି) ରୁଜୁ କରାଯାଇଛି ଓ ସେଥିରୁ ମାତ୍ର ୮ଟି ମାମଲା ଫଇସଲା ହୋଇଛି ଏବଂ ବାକି ୨୩ଟି କେସ୍‌ ବିଚାରାଧୀନ ରହିଛି।
ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ ମଧ୍ୟ କହିଲେ, ୧୦ ଟଙ୍କାର ଜିନିଷ କିଣିଲେ ରସିଦ ମିଳୁଛି। ମଦ କିଣିଲେ ରସିଦ ମିଳୁନି। ରସିଦ ଦେବା ବ୍ୟବସ୍ଥା ଅଛି କି ନାହିଁ। ବିଜେଡି ସଭ୍ୟ ଅନନ୍ତ ଦାସ କହିଲେ, ଚନ୍ଦନେଶ୍ୱର, ଦୀଘାରେ ଲୋକେ ଦିନରାତି ସର୍ବତ, ପଇଡ଼ ପିଇଲା ଭଳି ମଦ ପିଉଛନ୍ତି। ପୋଲିସବାଲା ଦେଖୁଛନ୍ତି। କିଛି କରୁନାହାନ୍ତି। ଏହାକୁ ବନ୍ଦ କରିବେ କି? ମନ୍ତ୍ରୀ କହିଲେ, ଅନ୍ୟ ସାମଗ୍ରୀ ଭଳି ମଦ କିଣିଲେ ରସିଦ ବ୍ୟବସ୍ଥା ରହିଛି। ତେବେ ରସିଦ ନେବେ କି ନାହିଁ ତାହା ଗ୍ରାହକଙ୍କ ଉପରେ ନିର୍ଭର କରୁଛି। ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଦୋକାନଗୁଡ଼ିକରେ ଏମ୍‌ଆର୍‌ପିଠୁ ଅଧିକ ଦାମରେ ମଦ ବିକ୍ରି ହେଉଥିବାର ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି। ଅଚାନକ ଦୋକାନଗୁଡ଼ିକ ପରିଦର୍ଶନ ସମୟରେ କିମ୍ବା ଅଧିକ ଦାମରେ ବିକ୍ରିର କୌଣସି ଅଭିଯୋଗ ଆସିବା ମାତ୍ରେ ତାହାର ତଦନ୍ତ ଜିଲା ସ୍ତରରେ ଓ ଆବଶ୍ୟକସ୍ଥଳେ ଡିଭିଜନ ଓ ରାଜ୍ୟସ୍ତରୀୟ ସ୍କ୍ବାଡ୍‌ ଦ୍ୱାରା କରାଯାଇଥାଏ। ଅଭିଯୋଗର ସତ୍ୟାସତ୍ୟ ନିର୍ଦ୍ଧାରଣ ପରେ ସମ୍ପୃକ୍ତ ଲାଇସେନ୍ସଧାରୀଙ୍କ ବିରୋଧରେ ଗୁରୁତର ଅନିୟମିତତା ରିପୋର୍ଟ(ଏସ୍‌ଆଇଆର) ଦରଜ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ବୋଲି ମନ୍ତ୍ରୀ କହିଛନ୍ତି।
୨୦୨୧-୨୨ରେ ରାଜ୍ୟରେ ଏମ୍‌ଆର୍‌ପିଠାରୁ ଅଧିକ ଦରରେ ମଦ ବିକ୍ରି ସମ୍ପର୍କିତ ୨୯ଟି ମାମଲା ହୋଇଛି। ଏଥିରେ ୨୯ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷର ଜୁନ୍‌ ମାସ ଶେଷ ସୁଦ୍ଧା ମୋଟ ୩୧ଟି ଏମ୍‌ଆରପି ଉଲ୍ଲଂଘନ କେସ୍‌ରେ ୮ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ଦୀଘାରେ ପଶ୍ଚିମବଙ୍ଗରୁ ମଦ ପିଇ ଲୋକେ ସେଠାରେ ବସୁଛନ୍ତି। ପଶ୍ଚିମବଙ୍ଗରୁ ମାଦକ ଦ୍ରବ୍ୟ ଚୋରା ଚାଲାଣ ହେଉଛି। ମାତ୍ର ସେଠାକାର ପୋଲିସ ଆମ ରାଜ୍ୟର ପୋଲିସକୁ ସହଯୋଗ କରୁନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲୋ ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri