Posted inଫୁରସତ

ବିଶ୍ୱର ସବୁଠୁ ଦାମୀ ଘର

ପ୍ୟାରିସ୍‌: ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ ଫ୍ରାନ୍ସ ଗସ୍ତରେ ଥିବାବେଳେ ମାତ୍ର ଗୋଟିଏ ରାତି ସଲମାନ୍‌ ବିଶ୍ୱର ସବୁଠାରୁ ଦାମୀ ଘରେ ରହିବା କଥା ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚା ହେବାରେ ଲାଗିଛି। ଲୋଭେସିନ୍ନସ୍‌ର ଛାଟିୟୁ ଲୁଇସ୍‌ ଚର୍ତୁଦଶ ବିଶ୍ୱର ସବୁଠାରୁ ଦାମୀ ଘର ମଧ୍ୟରୁ ଗୋଟିଏ।
୭ ହଜାର ସ୍କୋୟାର ମିଟର ପରିମିତ ଅଞ୍ଚଳରେ ଏହି ବିରାଟ ବଙ୍ଗଳା ଅବସ୍ଥିତ। ତେବେ ଏହାର ମାଲିକ ହେଉଛନ୍ତି ନିଜେ ପ୍ରିନ୍ସ ସଲମାନ। ୨୦୧୫ରେ ଏହାକୁ ୨୭୫ ମିଲିୟନ୍‌ ୟୁରୋରେ ସେ କିଣିଥିଲେ। ୨୦୦୮ରୁ ୨୦୧୧ ମଧ୍ୟରେ ଏହି ବିଶାଳ ଘର ନିର୍ମାଣ କରାଯାଇଥିଲା। ପ୍ରପର୍ଟିି ଡେଭଲପର୍‌ ଇମାଦ ଖାଶୋଗ୍ଗିଙ୍କ କମ୍ପାନୀ ଏହାର ନିର୍ମାଣ କରିଥିଲା। ଏହା ଏକ ରାଜପ୍ରାସାଦ ହୋଇଥିଲେ ହେଁ ଯଦି କୌଣସି ବ୍ୟକ୍ତି ଏଠାରେ ସମୟ କାଟିବାକୁ ଚାହାନ୍ତି ତେବେ ସେ ଉପଯୁକ୍ତ ଦେୟ ଦେଇ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହାର ଇନ୍‌ଡୋର୍‌ ଓ ଆଉଟ୍‌ଡୋର୍‌ରେ ରିଭର୍ସିବଲ୍‌ ଏୟାର କଣ୍ଡିସନିଙ୍ଗ୍‌ର ସବୁଧା ରହିଛି। ଏଠାରେ ମ୍ୟୁଜିକ୍‌ର ସୁବିଧା ଥିବା ସହ ସ୍ବତନ୍ତ୍ର ସ୍ପିକର୍‌ ସାହାଯ୍ୟରେ ଏହାର ସାଉଣ୍ଡକୁ ନିୟନ୍ତ୍ରଣ କରାଯିବାର ସୁବିଧା ମଧ୍ୟ ଉପଲବ୍ଧ। ୨୩ ହେକ୍ଟର ପରିମିତ ସ୍ଥାନ କେବଳ ପାର୍କିଂ ବ୍ୟବସ୍ଥାକ ପାଇଁ ରଖାଯାଇଛି। ସପ୍ତଦଶ ଶତାବ୍ଦୀରେ ଏହାର ନିର୍ମାଣ କରାଯାଇଥିଲା। ବିଶେଷ ପ୍ରକାର ମାର୍ବଲ ଓ ସିଲ୍‌କ ଏଥିରେ ବ୍ୟବହାର କରାଯାଇଛି। ବାସ୍ତୁକଳା ପ୍ରତି ଥିବା ରାଜାଙ୍କ ରୁଚି ଅନୁସାରେ ଏହି ପ୍ରାସାଦର ନାମକରଣ ଛାଟିୟୁ ଲୁଇସ୍‌ ଚର୍ତୁଦଶ ରଖାଯାଇଥିବା କୁହାଯାଉଛି।
ପ୍ରାସାଦରେ ନାଇଟ୍‌ କ୍ଲବ ଏବଂ ସିନେମା ଘରର ସୁବିଧା ରହିଛି। ଏଥିସହ ପାଣିତଳେ ଏକ କାଚ ଘର ମଧ୍ୟ ରହିଛି। ଧଳା ଚମଡ଼ାରେ ତିଆରି ଫର୍ନିଚର ରଖାଯାଇଥିବାବେଳେ ଏଠାରେ ଧଳା ଓ ସୁନେଲି ରଙ୍ଗକୁ ବହୁଳ ଭାବେ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri