ଦୋକାନ ଗୃହ ଅନିୟମିତତାର ତଦନ୍ତ ହେଉନି

ବାଲିଚନ୍ଦ୍ରପୁର,୨୨ା୭(ସ୍ବ.ପ୍ର.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ବାଲିଚନ୍ଦ୍ରପୁର ବଜାରରେ ନିର୍ମାଣାଧୀନ ଦୋକାନ ଗୃହରେ ବ୍ୟାପକ ଅନିୟମିତତା ହୋଇଛି। ଗୋଟିଏ ଗୃହ ପ୍ରଦାନ ପାଇଁ ବେଆଇନ ଭାବେ ପ୍ରଭାବଶାଳୀ ଲୋକଙ୍କଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ଆଦାୟ କରାଯାଇଛି। ଏଥିସହିତ ସେମାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରାଯାଉଛି। ମାତ୍ର ଏଠାରେ ବିସ୍ଥାପିତମାନଙ୍କୁ ଅଣଦେଖା କରାଯାଇଛି। ସେମାନଙ୍କୁ ଥଇଥାନ କରିବାକୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ତେଣୁ ଏହି ଘଟଣାର ତଦନ୍ତ ଦାବି କରି ଯାଜପୁର ଜିଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଭିଜିଲାନ୍ସ ନିର୍ଦ୍ଦେଶକ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ବିସ୍ଥାପିତ ବ୍ୟବସାୟୀ ଏବଂ ବାଲିଚନ୍ଦ୍ରପୁର ପଞ୍ଚାୟତବାସୀ ଅନେକ ଥର ଚିଠି ଲେଖିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଘଟଣାର ତଦନ୍ତ ହେଉନାହିଁ। ଫଳରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ଯଦି ଏହାର ତଦନ୍ତ ନ ହୁଏ ତେବେ ସେମାନେ ଆନ୍ଦୋନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ସେମାନେ ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବାଲିଚନ୍ଦ୍ରପୁର ବଜାରଟି ଅବିଭକ୍ତ କଟକ ଜିଲାର ଏକ ପ୍ରମୁଖ ବ୍ୟବସାୟ ସ୍ଥଳ। ଏହାଉପରେ କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ହଜାରହଜାର ଲୋକ ନିର୍ଭର କରିଥାନ୍ତି। ମାତ୍ର ରାସ୍ତା ସମ୍ପ୍ରସାରଣ ଓ ପଟ୍ଟାମୁଣ୍ଡାଇ କେନାଲ ପୁନରୁଦ୍ଧାର ନିମନ୍ତେ ୨୦୧୬ରେ ଉକ୍ତ ବଜାରର ଶତାଧିକ ବ୍ୟବସାୟୀଙ୍କ ଦୋକାନ ଉଚ୍ଛେଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜୀବିକା ହରାଇଥିବା ବ୍ୟବସାୟୀ, ପଞ୍ଚାୟତ ପ୍ରତିନିଧି, ବଣିକସଂଘ ଓ ସ୍ଥାନୀୟ ମୁରବିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କିପରି ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ କରାଯିବ ସେ ନେଇ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଏଥିରେ କୁହାଯାଇଥିଲା, କେନାଲ ସମ୍ପ୍ରସାରଣ ପରେ ଜଳସମ୍ପଦ ବିଭାଗର ବଳକା ଜାଗାରେ ଦୋକାନ ଗୃହ ନିର୍ମାଣ କରାଯିବ। ସେଠାରେ ପ୍ରଥମେ ବିସ୍ଥାପିତମାନଙ୍କୁ ଥଇଥାନ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଘର ପ୍ରଦାନର ବ୍ୟବସ୍ଥା କରାଯିବ। ବୈଠକର ନିଷ୍ପତ୍ତି ଅନୁସାରେ ବଳକା ଜମିରେ ପଞ୍ଚାୟତ ପକ୍ଷରୁ ଦୋକାନ ଗୃହ ନିର୍ମାଣ କରାଗଲା। ଏହାପରେ ବିସ୍ଥାପିତମାନଙ୍କୁ ଦୋକାନ ଗୃହ ପାଇଁ ଆବେଦନ କରିବାକୁ କୁହାଗଲା। ଫଳରେ ସମସ୍ତ ବିସ୍ଥାପିତ ଓ ଅନ୍ୟମାନେ ଗୃହ ପାଇଁ ଆବେଦନ କରିଥିଲେ। ମାତ୍ର ପଞ୍ଚାୟତ ପକ୍ଷରୁ ପୂର୍ବ ପ୍ରତିଶ୍ରୁତି ଓ ବିସ୍ଥାପିତଙ୍କ କଥାକୁ ବିଚାରକୁ ନିଆ ନ ଯାଇ ଉପରୋକ୍ତ ଚଞ୍ଚକତା କରାଯାଇଛି। ଫଳରେ ବାଦ ପଡ଼ିଥିବା ବ୍ୟବସାୟୀଙ୍କ ମଧ୍ୟରୁ କେତେଜଣ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନିର୍ମାଣାଧୀନ ଦୋକାନ ଘର ଗୁଡ଼ିକ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହି ନଷ୍ଟ ହେବାକୁ ବସିଲାଣି। ତେଣୁ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri