୯୬ ଛାତ୍ରୀଛାତ୍ରଙ୍କୁ ୬ ଶିକ୍ଷକ

ହାଟଡିହୀ,୧୮।୭ (ଡି.ଏନ.ଏ.) – ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ନୂଆ ନୂଆ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏତେ ସବୁ ପରେ ବି ଆଜିର ଦିନ ରେ ବହୁ ଅଭିଭାବକ ସରକାରୀ ସ୍କୁଲ ଛାଡି ଘରୋଇ ସ୍କୁଲମୁହାଁ ହେଉଛନ୍ତି। ଅଧିକାଂଶ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନ ଥିବାରୁ ଅଭିଭାବକ ମାନେ ଅସନ୍ତୋଷ ହେଉଛନ୍ତି। ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତରେ ଅବସ୍ଥିତ ସୋସୋ-କାନପୁର ବିକେ ହାଇସ୍କୁଲ ଏହାର ଏକ ଉଦାହରଣ ସାଜିଛି। ୧୯୬୨ ମସିହାରୁ ଉକ୍ତ ସ୍କୁଲଟି ବହୁ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ବେଳେ ଏଠାରେ ଏବେ ସଂସ୍କୃତ ଏବଂ ବିଜ୍ଞାନ ଶିକ୍ଷକ ନାହାନ୍ତି। ଗତ ବର୍ଷ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ବିଷୟ ପଢାଇବା ପାଇଁ ସ୍କୁଲ ତରଫରୁ ଅନୁରୋଧ କରି ବାହାରୁ ଜଣେ ଶିକ୍ଷକଙ୍କୁ ଅଣାଯାଇଥିଲା। ଗଣିତ ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ପଢ଼ାଉଛନ୍ତି। ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ଦୁଇ ପଦବୀ ଫାଙ୍କା ପଡିଛି। ଅନୁରୋଧରେ ଆସିଥିବା ସଂସ୍କୃତ ଶିକ୍ଷକ ପ୍ରାୟ ୫ ମାସ ହେବ ଆଉ ଆସୁ ନ ଥିବାରୁ ସ୍କୁଲରେ ସଂସ୍କୃତ ବିଷୟ ପଢାଇବା ପୁରା ବନ୍ଦ ହୋଇଯାଇଥିବା ପ୍ରଧାନଶିକ୍ଷକ ଅଶୋକ ଜେନା କହିଛନ୍ତି। ଆହୁରି ମଧ୍ୟ କିରାଣୀ ଏବଂ ପିଅନ ପଦବୀ ଫାଙ୍କା ପଡିଛି। ନବମ ଶ୍ରେଣୀରେ ୬୦ ଜଣ ଏବଂ ଦଶମ ଶ୍ରେଣୀରେ ୩୬ ଜଣ ମୋଟ ୯୬ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ପ୍ରଧାନଶିକ୍ଷକ ଏବଂ ଖେଳ ଶିକ୍ଷକଙ୍କୁ ମିଶାଇ ମୋଟ ୬ଜଣ ଶିକ୍ଷୟିତ୍ରୀଶିକ୍ଷକ ଏଠାରେ କାର୍ଯ୍ୟ କରୁଛନ୍ତି। ସୋସୋ, ନିଉଦାନୀ, ମରିଚିପଦା, କାନପୁର, କଖାରୁଗ ପ୍ରଭୃତି ଗ୍ରାମର ଛାତ୍ରୀଛାତ୍ରମାନେ ପାଠ ପଢିବା ପାଇଁ ଉକ୍ତ ସ୍କୁଲ ଉପରେ ନିର୍ଭର କରନ୍ତି। ୫-ଟିରେ ସ୍କୁଲ ଗୃହ ଉନ୍ନତିକରଣ କରାଯାଇ ଚିକ୍କଣ କରାଯାଉଛି। କିନ୍ତୁ ଛାତ୍ରୀଛାତ୍ର ମାନେ ପାଠ କିପରି ପଢିବେ ଏବଂ ତାଙ୍କୁ କିଏ ପାଠ ପଢାଇବେ ସେଥିପ୍ରତି ଧ୍ୟାନ ଦିଆଯାଉ ନ ଥିବା ଏବଂ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ହେଉ ନ ଥିବା ନେଇ ଗୌରାଙ୍ଗ ଚରଣ ବାରିକ, ରାଧାଶ୍ୟାମ ମଲିକ, ବିନୋଦ ରାଉତ, ଦୀପକ ରାଉତଙ୍କ ସମେତ ବହୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି l
ଏସମ୍ପର୍କରେ ହାଟଡିହୀ ବିଇଓ ସୁରେଶ ଜେନାଙ୍କୁ ପଚାରିବାରୁ ପ୍ରଥମ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବହୁସଂଖ୍ୟକ ଶିକ୍ଷକଙ୍କୁ ନିୟୁକ୍ତି ମିଳିଛି। ଏହି ସ୍କୁଲର ପାଳି ନ ପଡ଼ିବାରୁ ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟ ନିଯୁକ୍ତି ବେଳେ ଶିକ୍ଷକ ପଦବୀ ପୂରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri