Posted inଫୁରସତ

ଆମ୍ବର ଦାମ୍‌ ଜାଣିଲେ…

ଆମ୍ବ ପ୍ରେମୀମାନେ ବର୍ତ୍ତମାନ ସେମାନଙ୍କର ପ୍ରିୟ ପ୍ରଜାତିର ଆମ୍ବ ଖାଇବାର ମଜା ନେଉଛନ୍ତି। କିଛି ଆମ୍ବ ମାର୍ଚ୍ଚରୁ ବଜାରକୁ ଆସିଥିବା ବେଳେ ଏବେ ବର୍ଷା ଆରମ୍ଭରେ ବି କିଛି ଆମ୍ବ ବଜାରରେ ଉପଲବ୍ଧ ହେଉଛି। ଯଦିଓ ଭାରତକୁ ଆମ୍ବର ଦେଶ କୁହାଯାଏ। ତଥାପି ବିଦେଶରେ ମଧ୍ୟ ଆମ୍ବ ଫଳୁଛି। ଯାହାର ଦାମ୍‌ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଜାପାନର ମିୟାଜାକିରେ ଏପରି ଦାମୀ ଆମ୍ବ ମିଳିଥାଏ। ଏହା ଦକ୍ଷିଣ ପୂର୍ବ ଏସିଆର କିଛି ଅଂଶରେ ବି ମିଳିଥାଏ। ଏହି ଆମ୍ବକୁ ‘ସୂର୍ଯ୍ୟ ଅଣ୍ଡା’ ମଧ୍ୟ କୁହାଯାଏ। ଏହି ଆମ୍ବ ଲାଲ୍‌ ଆଉ ବାଇଗଣୀ ମିଶା ରଙ୍ଗର। ଏତେ ମିଠା ଯେ, ଯେଉଁମାନେ ଏହାକୁ ଖାଆନ୍ତି ସେମାନେ ଏହାର ସ୍ବାଦକୁ ବେଶ୍‌ ଅନୁଭବ କରିଥାନ୍ତି। ମାତ୍ର ଆଶ୍ଚର୍ଯ୍ୟଜନକ କଥା ଏହି ଆମ୍ବକୁ କେହି ସହଜରେ ପାଆନ୍ତି ନାହିଁ। କାରଣ ଏହାର ଦାମ୍‌ ବହୁ ଅଧିକ। ଯାହାକି ଜଣେ ସାଧାରଣ ଲୋକ ପକ୍ଷେ କିଣି ଖାଇବା କଷ୍ଟକର।

ଏକ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ବଗିଚାରେ ଏହି ଆମ୍ବ ଗଛ ଲଗାଇଥିଲେ। ଏହା ଜବଲପୁରର ବାସିନ୍ଦା ସଙ୍କଳ୍ପ ପ୍ୟାରୀ ଏବଂ ତାଙ୍କ ପତ୍ନୀ ରାନୀ ପ୍ୟାରୀଙ୍କ ଦ୍ୱାରା ଲଗାଯାଇଥିଲା। ଆମ୍ବ ଏତେ ମୂଲ୍ୟବାନ ଯେ, ଏହାର ସୁରକ୍ଷା ପାଇଁ ଚଳିତ ବର୍ଷ ସେମାନେ ୪ ଜଣ ସୁରକ୍ଷାକର୍ମୀ ଏବଂ କୁକୁର ନିଯୁକ୍ତ କରିଛନ୍ତି।

ଅନ୍ତର୍ଜାତୀୟ ବଜାରରେ ଏହି ଆମ୍ବ ମୂଲ୍ୟ କିଲୋଗ୍ରାମ ପ୍ରତି ୨.୭୦ ଲକ୍ଷ ଟଙ୍କା। ଭାରତରେ ଏହା ଅତ୍ୟନ୍ତ ବିରଳ। ଲୋକମାନେ ଗୋଟିଏ ଆମ୍ବକୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେବା ପାଇଁ ପ୍ରସ୍ତୁତ କିନ୍ତୁ ବର୍ତ୍ତମାନ ଏହି ଆମ୍ବ ମିଳୁନାହିଁ। ଗୋଟିଏ ଆମ୍ବର ଓଜନ ପ୍ରାୟ ୩୫୦ ଗ୍ରାମ୍‌। ଅନ୍ୟ ଆମ୍ବ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ ମିଠା ହୋଇଥାଏ। ଏହି ଆମ୍ବ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ପାଚିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାକାରୋଟିନ ଏବଂ ଫଲିକ୍‌ ଏସିଡ୍‌ ଥିବାରୁ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri