ବଖାଣିଲେ ରାହୁଲ ଉଦ୍ଧାର ଅନୁଭୂତି

ଢେଙ୍କାନାଳ ଅଫିସ, ୧୬।୬: ସେପଟେ ଜଗିଥିଲା ମୃତ୍ୟୁ। ଏପଟେ ମୃତ୍ୟୁ ପଞ୍ଝାରୁ ଜୀବନକୁ ଛଡ଼ାଇ ଆଣିବାକୁ ଚାଲିଥିଲା ସଂଘର୍ଷ। ୧୦୬ ଘଣ୍ଟାର କଷ୍ଟକର ସମୟ। ଛତିଶଗଡ଼ ସରକାର, ମାଇନିଂ ଏକ୍ସପର୍ଟ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ସେନା ଯବାନ, ସ୍ଥାନୀୟ ପୋଲିସଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ଅବିରତ ଉଦ୍ୟମ ଫଳରେ ସଫଳ ହୋଇଛି ‘ଅପରେଶନ ଜିନ୍ଦେଗୀ’। ୮୦ ଫୁଟ ବୋରଓ୍ବେଲରେ ୫ଦିନ ଧରି ଫସି ରହିଥିବା ଛତିଶଗଡ଼ର ୧୧ ବର୍ଷୀୟ ବାଳକ ରାହୁଲ ସାହୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଅପରେଶନ ସଫଳ ହେବା ପରେ ଏଥିରେ ନିୟୋଜିତ କର୍ମଚାରୀଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି ଦେଶବାସୀ। ହେଲେ ‘ଅପରେଶନ ଜିନ୍ଦେଗୀ’ ଏତେ ସହଜ ନ ଥିଲା। ପଥର ପ୍ରାଚୀର ଫୁଟାଇ ରାହୁଲଙ୍କ ପାଖରେ ପହଞ୍ଚତ୍ବା, ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ଏବଂ ଗ୍ରୀନ୍‌ କରିଡରରେ ମେଡିକାଲ ପଠାଇବା ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀର ଅଙ୍ଗେନିଭା ଅନୁଭୂତି ବଖାଣିଛନ୍ତି ୩୨ ଜଣିଆ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ନେତୃତ୍ୱ ନେଇଥିବା ଢେଙ୍କାନାଳ ମାଟିର ପୁଅ ଇନ୍ସପେକ୍ଟର ମହାବୀର ମହାନ୍ତି (୪୦)।
ଛତିଶଗଡ଼ ଝାଞ୍ଜିଗିର ଚାମ୍ପାର ମାଲଖରୋଡ଼ା ବ୍ଲକ ପିହରିଡ଼ ଗ୍ରାମର ରାହୁଲ ବୋରଓ୍ବେଲରେ ଖସିପଡ଼ିଥିବା ଘଟଣା ଉପରେ ଅଟକିଥିଲା ସାରା ଦେଶବାସୀଙ୍କ ନଜର। ଦିନ ଯେତେ ଗଡୁଥିଲା କୋମଳମତି ଦିବ୍ୟାଙ୍ଗ ପୁଅକୁ କିପରି ବିରାଟ ଗର୍ତ୍ତରୁ ବାହାର କରାଯିବ ସେ ନେଇ ଚିନ୍ତା ସେତିକି ବଢ଼ିଚାଲିଥିଲା। ଏଭଳି ଏକ ସମୟ ଆସିଥିଲା, ଯେଉଁଠି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିଲା ରାହୁଲଙ୍କ ଜୀବନ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏନ୍‌ଡିଆର୍‌ଏଫ୍‌କୁ ମିଳିଥିଲା ଗୁରୁଦାୟିତ୍ୱ ଏବଂ ଆରମ୍ଭ ହୋଇଥିଲା ‘ଅପରେଶନ ଜିନ୍ଦେଗୀ’, ଯାହାର ନେତୃତ୍ୱ ନେଇଥିଲେ ମହାବୀର। ଏହା ସଫଳ ହେବା ପରେ ଶାନ୍ତିରେ ନିଃଶ୍ୱାସ ମାରିଥିଲେ କୋଟି କୋଟି ଜନସାଧାରଣ।
ଉଦ୍ଧାର ସମୟର ସଂଘର୍ଷ ବିଷୟରେ ସୂଚନା ଦେଇ ମହାବୀର କହିଛନ୍ତି, ବୋରୱେଲରେ ପଡ଼ିଯାଇଥିବା ରାହୁଲଙ୍କୁ ଉଦ୍ଧାର ପାଇଁ ଗତ ୧୦ ତାରିଖ ସନ୍ଧ୍ୟା ୫ଟା ୪୫ରେ ତାଙ୍କ ନିକଟକୁ ଫୋନ ଆସିଥିଲା। କାଳ ବିଳମ୍ବ ନ କରି ସେ ତୁରନ୍ତ ଏନ୍‌ଡିଆରଏଫ୍‌ର ୩୨ଜଣିଆ ଯବାନଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ପ୍ରଥମେ ରାହୁଲଙ୍କ ଜୀବନ ରକ୍ଷା ପାଇଁ ବୋରଓ୍ବେଲ ଭିତରକୁ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ଏହାପରେ ସିସିଟିଭି କ୍ୟାମେରା ଲଗାଯାଇ କଥାବାର୍ତ୍ତା ହେବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଥିଲା। ଏସବୁ ସହିତ ସମାନ୍ତରାଳ ଭାବେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ପଥର ଚଟାଣ କାଟି ରାହୁଲଙ୍କ ପାଖରେ ପହଞ୍ଚତ୍ବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। କାଳେ କିଛି ଅଘଟଣ ଘଟିବ ତେଣୁ, ସବୁ କାମ ଜଗିରଖି କରିବାକୁ ପଡୁଥିଲା। ଦିନରାତି ଅନିଦ୍ରା ରହି ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା, ତାହାର ମୂଲ୍ୟ ମିଳିଲା ମଙ୍ଗଳବାର ରାତି ପ୍ରାୟ ୧୨ଟାରେ। ରାହୁଲ ବାହାରକୁ ଆସିବା ସମୟର ଅନୁଭବ ପ୍ରକାଶ କରିବା ଅସମ୍ଭବ। ଏକ ଜୀବନ ବଞ୍ଚତ୍ୟାଇଥିବାରୁ ସେ ଉଦ୍ଧାରକାରୀ ଦଳର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଭଳି ଉଦ୍ଧାର କାର୍ଯ୍ୟ ସମ୍ଭବତଃ ଦେଶରେ ପ୍ରଥମ। ଦେଶବାସୀଙ୍କ ଆଗରେ ବିଶ୍ୱାସଭାଜନ ହୋଇପାରିଥିବାରୁ ଏହା ଖୁସିର ବିଷୟ ବୋଲି ମହାବୀର କହିଛନ୍ତି। ଅନ୍ୟପଟେ ମହାବୀର ଉଦ୍ଧାରର ନେତୃତ୍ୱ ନେଇଥିବା ପ୍ରଚାର ହେବାପରେ ମହାବୀରଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।
ସୂଚନାଯୋଗ୍ୟ, ଢେଙ୍କାନାଳ ସଦର ବ୍ଲକ ନାଗିଆପଶି ଗ୍ରାମର ସ୍ବର୍ଗତ ଅନନ୍ତ ଚରଣ ମହାନ୍ତିଙ୍କ ୪ ସନ୍ତାନଙ୍କ ମଧ୍ୟରୁ ମହାବୀର ହେଉଛନ୍ତି ସାନ। ସେ ଦିଲ୍ଲୀରେ ସିଆରପିଏଫ୍‌ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବାବେଳେ ଗତବର୍ଷ ଜୁଲାଇରେ ତାଙ୍କୁ ଏନ୍‌ଡିଆରଏଫ୍‌ ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଥିଲା। ଓଡ଼ିଶାର ମୁଣ୍ଡଳୀ ଏନ୍‌ଡିଆରଏଫ୍‌ର ଏକ ଆଞ୍ଚଳିକ କାର୍ଯ୍ୟାଳୟ ଛତିଶଗଡ଼ର ଭିଲାଇଠାରେ ରହିଛି। ମହାବୀର ସେଠାରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ପ୍ରଧାନ ମୁଣ୍ଡଳୀ ଏନ୍‌ଡିଆରଏଫ୍‌ ଆଇନ ବିଭାଗର ଏସ୍‌ଆଇ ଭାବେ କାର୍ଯ୍ୟରତ। ଉଲ୍ଲେଖଯୋଗ୍ୟ, ମହାବୀରଙ୍କ ବାପା ଅନନ୍ତ ଚରଣ ୧୮ ବର୍ଷ ଧରି ଗ୍ରାମର ମୁଖିଆ ଥିଲେ। ନାଗିଆପଶି ପଞ୍ଚାୟତ ମାନ୍ୟତା ପାଇବା ଏବଂ ଗ୍ରାମରେ ହାଇସ୍କୁଲ ପ୍ରତିଷ୍ଠା କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ମହାବୀର ଜଣେ ସାହସୀ ଯୁବକ। ତାଙ୍କ ପାଇଁ ଆଜି ଆମ ଗଁା ଗର୍ବିତ ବୋଲି ଗ୍ରାମର ଅଶୋକ ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri