ସ୍ଥଗିତ ସ୍ଥାନରେ ମେ ୨୭ରେ ଭୋଟ

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଗତ ପଞ୍ଚାୟତ ନିର୍ବାଚନ ସମୟରେ କେତେକ ସ୍ଥାନରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ପଦବୀ ଲାଗି ନିର୍ବାଚନ ହୋଇପାରି ନ ଥିଲା। ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେସବୁ ସ୍ଥାନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଉକ୍ତ ସ୍ଥାନଗୁଡ଼ିକରେ ପୁନର୍ବାର ବିଧିବ୍ୟବସ୍ଥା ଅନୁସାରେ ନିର୍ବାଚନ କରାଇବା ଲାଗି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି। ନିର୍ବାଚନ ସ୍ଥଗିତ ଥିବା ସ୍ଥାନଗୁଡ଼ିକରେ ଆସନ୍ତା ମେ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୨୬ରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯିବ। ଏପ୍ରିଲ ୨୯ଠାରୁ ମେ ୨ ପର୍ଯ୍ୟନ୍ତ ନାମାଙ୍କନପତ୍ର ଗ୍ରହଣ ଏବଂ ଦାଖଲର ସମୟ ରଖାଯାଇଛି। ମେ ୪ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ। ୫ତାରିଖରେ ପ୍ରାର୍ଥୀତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୭ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ମେ ୨୭ ସକାଳ ୭ଟାଠାରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ। ୨୮ ତାରିଖରେ ଭୋଟ ଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ହୋଇଯିବ। ୩୧ ତାରିଖରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ କମିଶନ ସୂତ୍ରରୁ ପ୍ରକାଶ କରାଯାଇଛି। ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଅଞ୍ଚଳରେ ଏପ୍ରିଲ ୨୧ ତାରିଖଠାରୁ ମେ ୨୮ ତାରିଖ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ପୂର୍ବରୁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ପୁନରାୟ ନାମାଙ୍କନପତ୍ର ଦାଖଲ କରିବା ଆବଶ୍ୟକ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

‘ଗରିବ ଯଦି ମହାପ୍ରଭୁଙ୍କ ସାମଗ୍ରୀ ବିକ୍ରି କର’, ପୁରୀରେ ସାନ୍ତା ଟୋପି ବିକ୍ରିକୁ ନେଇ ବିବାଦ

ଭୁବନେଶ୍ୱର: ବଡ଼ଦିନ ବା ଖ୍ରୀଷ୍ଟମାସ ଅବସରରେ ରାଜଧାନୀ ଭୁବନେଶ୍ୱରର ଏବଂ ଶ୍ରୀକ୍ଷେତ୍ର ପୁରୀର ରାସ୍ତା କଡ଼ରେ ସାନ୍ତା କ୍ଲଜ୍ ଟୋପି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri