ଜୁନ୍‌ ତୃତୀୟ ସପ୍ତାହରେ ମୌସୁମୀ

ଭୁବନେଶ୍ୱର,୧୪ା୪(ବ୍ୟୁରୋ):ଚଳିତ ବର୍ଷ ଦେଶରେ ଭଲ ବର୍ଷା ହେବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ବର୍ଷା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଏହି ଘୋଷଣା ଚାଷୀଙ୍କ ପାଇଁ ଖୁସି ଖବର ଆଣିଛି।
ପ୍ରଶାନ୍ତ ମହାସାଗରରେ ଲା-ନିନା ରହୁଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପାଇଁ ପାଗ ଅନୁକୂଳ ରହିବ। ଏଥିସହିତ ଭାରତ ମହାସାଗରରେ ଡାଇପୋଲ ନକାରାତ୍ମକ ସ୍ଥିତିରେ ରହିବ। ଫଳରେ ମହାସାଗର ଉପରିଭାଗ ତାପମାତ୍ରା ବୃଦ୍ଧି ହେବା ସହ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ ରହିବ।

ଚଳିତ ବର୍ଷ ମୌସୁମୀ ଦୀର୍ଘମିଆଦୀ ହାରାହାରି ବୃଷ୍ଟିପାତ (ଏଲ୍‌ପିଏ)ର ୯୬ରୁ ୧୦୪ ପ୍ରତିଶତ ରହିବ ବୋଲି ଆଇଏମ୍‌ଡି(ଭାରତୀୟ ପାଣିପାଗ ବିଭାଗ) ପୂର୍ବାନୁମାନ କରିଛି ।

ତେବେ ଚଳିତ ବର୍ଷ ମୌସୁମୀ ଜୁନ୍‌ ତୃତୀୟ ସପ୍ତାହରେ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ରହିଛି। ଜୁନ୍‌ ମାସରେ ସେତେଟା ବର୍ଷା ହେବ ନାହିଁ। ଜୁଲାଇରେ ବର୍ଷା ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉପକୂଳ, ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ସ୍ବାଭାବିକ ରହିବ। କେତେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ୨୦୧୯, ୨୦୨୦ ଏବଂ ୨୦୨୧ରେ ମଧ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

CEC ଚୟନ କମିଟିରୁ CJIଙ୍କୁ କାହିଁକି ହଟାଗଲା? ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୮।୧୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିର୍ବାଚନ ସଂସ୍କାର ଉପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର...

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

୧୮ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ, ମାତ୍ର ୧୧ ଦିନରେ…

ଭୁବନେଶ୍ୱର,୯।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଡିସେମ୍ବର ୩୧ ତାରିଖ...

ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇଲେ ଓଡ଼ିଶା ସରକାର, ଏଣିକି ପାଇଲେ ଏତିକି ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ସଂଶୋଧିତ ପାରିଶ୍ରମିକ ବିଲ୍ ଗୃହୀତ ହେବା ପରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍‌ରେ ବଡ଼ ଧରଣର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri