Posted inଜାତୀୟ

ପଦୋନ୍ନତିରେ ସଂରକ୍ଷଣ ବନ୍ଦ ହେଲେ ସାଢ଼େ ୪ ଲକ୍ଷ କର୍ମଚାରୀ ହେବେ ପ୍ରଭାବିତ, ବଢ଼ିବ ଅଶାନ୍ତି…

ନୂଆଦିଲ୍ଲୀ, ୩୧।୩ : ସରକାରୀ ଚାକିରିରେ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସଂରକ୍ଷଣକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି। ସରକାର କୋର୍ଟଙ୍କୁ କହିଛନ୍ତି ଯେ ୨୦୦୭ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ ଲକ୍ଷ କର୍ମଚାରୀଙ୍କୁ ଏହି ନୀତିର ସୁବିଧା ଦିଆଯାଇଛି। ଯଦି ଏହି ନୀତି ପ୍ରତ୍ୟାହାର କରାଯାଏ, ତେବେ ଏହାର ଭୟଙ୍କର ପରିଣାମ ହେବ। କର୍ମଚାରୀଙ୍କ ପଦବୀରେ ପରିବର୍ତ୍ତନ ହେବ। ସେମାନଙ୍କ ବେତନରେ ପରିବର୍ତ୍ତନ ଆସିବ। ଏପରିକି ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ। ସେମାନଙ୍କ ପେନସନ୍‌ ବଦଳିଯିବ। କର୍ମଚାରୀମାନଙ୍କୁ ଦିଆଯାଇଥିବା ଅତିରିକ୍ତ ଦରମା ପୁନରୁଦ୍ଧାର କରିବାକୁ ପଡିବ।

ପଦୋନ୍ନତିରେ କୋଟା ହଟାଇବା ଦ୍ୱାରା କର୍ମଚାରୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି। ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ୨୦୧୭ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରି କେନ୍ଦ୍ର ସରକାର ନିଜ ନୀତିର ସୁରକ୍ଷା କରିଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ସରକାର କହିଛନ୍ତି ଯେ ଏହି ନୀତି ସମ୍ବିଧାନର ନିୟମାବଳୀ ଏବଂ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଅଟେ। ଏଥିରେ ସରକାରୀ ଚାକିରିରେ ଏସ୍‌ସି ଏବଂ ଏସ୍‌ଟି ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି।

ସରକାର କହିଥିଲେ ଯେ ଏସ୍‌ସି ଏବଂ ଏସ୍‌ଟି କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ପ୍ରଶାସନିକ କାର୍ଯ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ ଏହି କୋଟାର ଲାଭ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ନିର୍ଦ୍ଦିଷ୍ଟ ପ୍ରଦର୍ଶନ କ୍ଷମତା ମାନଦଣ୍ଡ ପୂରଣ କରନ୍ତି ଏବଂ ଯୋଗ୍ୟ ବିବେଚିତ ହୁଅନ୍ତି। ସରକାର ୭୫ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର ତଥ୍ୟ ସୁପ୍ରିମକୋର୍ଟରେ ରଖିଛନ୍ତି।

ଏଥିରେ ଉଲ୍ଲେଖ କରାଯାଇଛି ଯେ ଏହି ବିଭାଗ ଏବଂ ସରକାରଙ୍କ ମନ୍ତ୍ରଣାଳୟର ମୋଟ କର୍ମଚାରୀଙ୍କ ସଂଖ୍ୟା ୨୭,୫୫,୪୩୦। ସେଥିମଧ୍ୟରେ ୪,୭୯,୩୦୧ କର୍ମଚାରୀ ଏସ୍‌ସି ଥିବାବେଳେ ଏସ୍‌ଟି କର୍ମଚାରୀଙ୍କ ସଂଖ୍ୟା ୨,୧୪,୭୩୮ ରହିଛି। ଓବିସି ବିଭାଗରୁ ଆସିଥିବା କର୍ମଚାରୀଙ୍କ ସଂଖ୍ୟା ୪,୫୭,୧୪୮ ରହିଛି। ଏସ୍‌ସି କର୍ମଚାରୀଙ୍କ ସଂଖ୍ୟା ୧୭.୫ ପ୍ରତିଶତ ଥିବାବେଳେ ଏସ୍‌ଟିଙ୍କ ସଂଖ୍ୟା ୭.୭ ପ୍ରତିଶତ ଏବଂ ଓବିସି କର୍ମଚାରୀଙ୍କ ସଂଖ୍ୟା ୧୬.୫ ପ୍ରତିଶତ ରହିଛି। ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଯଦି ପଦୋନ୍ନତିର କୋଟା ବନ୍ଦ କରାଯିବ, ତେବେ ଏସ୍‌ସି-ଏସ୍‌ଟି କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ପ୍ରତ୍ୟାହାର କରିବାକୁ ପଡିବ। ଏହି କାରଣରୁ, କର୍ମଚାରୀମାନଙ୍କୁ ସେମାନଙ୍କର ମୂଳ ପୋଷ୍ଟକୁ ପଠାଇବାକୁ ପଡିବ। ତାଙ୍କର ଦରମା ପୁନ-ସ୍ଥିର କରିବାକୁ ପଡିବ। ଯେଉଁ କର୍ମଚାରୀମାନେ ଏହି ଅବଧିରେ ଅବସର ନେଇଛନ୍ତି, ସେମାନଙ୍କ ପେନସନ୍‌ ମଧ୍ୟ ପୁଣିଥରେ ସ୍ଥିର କରିବାକୁ ପଡିବ। ସମ୍ପ୍ରତି ବିଦ୍ୟମାନ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଇଥିବା ଅତିରିକ୍ତ ଟଙ୍କା ପୁନରୁଦ୍ଧାର ହେବ। ଏହାଦ୍ୱାରା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ସେମାନେ ମକଦ୍ଦମା କରିବେ।

ସରକାର କହିଛନ୍ତି ଯେ ବିଭିନ୍ନ ବିଭାଗରେ ଏସ୍‌ସି, ଏସ୍‌ଟି ଏବଂ ଓବିସି କର୍ମଚାରୀଙ୍କ ପ୍ରତିନିଧିତ୍ୱ ପ୍ରତ୍ୟେକ ମନ୍ତ୍ରଣାଳୟ ଏବଂ ବିଭାଗର ସଂପୃକ୍ତ ଅଧିକାରୀ, କର୍ମଚାରୀ ମନ୍ତ୍ରଣାଳୟ, ଏସସି-ଏସଟି କମିଶନ, ସଂସଦୀୟ କମିଟି ଏବଂ ସମସ୍ତ ସାଂସଦ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ନଜର ରଖିଥାନ୍ତି। ଏସ୍‌ସି, ଏସ୍‌ଟି ଏବଂ ଓବିସି କର୍ମଚାରୀ କର୍ମଚାରୀଙ୍କ କାର୍ଯ୍ୟର ଗୁଣବତ୍ତା ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ ମାଧ୍ୟମରେ ଆକଳନ କରାଯାଏ। ଏଥିରେ ଏସ୍‌ସି, ଏସ୍‌ଟି ଏବଂ ଓବିସି କର୍ମଚାରୀଙ୍କର କାର୍ଯ୍ୟ ଫଳାଫଳ, ବ୍ୟକ୍ତିଗତ ଆଚରଣ ଏବଂ କାର୍ଯ୍ୟ କରିବାର କ୍ଷମତା ଇତ୍ୟାଦି ପରୀକ୍ଷା କରାଯାଏ । ଏହାପରେ ପଦୋନ୍ନତି ବିଚାର କରାଯାଇଥାଏ ବୋଲି ନ୍ଦ୍ରେ ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri