ଲୋକଙ୍କ ହିତରେ ଓଡ଼ିଶା ଷ୍ଟିଭେଡର୍ସ: ଚର୍ଚ୍ଚିତ ମିଶ୍ର

ରାଜ୍ୟ ତଥା ଦେଶର ଆର୍ଥିକ ଉନ୍ନତିରେ ଆମଦାନୀ ଓ ରପ୍ତାନି ବିଶେଷ ଭୂମିକା ଗ୍ରହଣ କରିଥାଏ। ଆମ ରାଜ୍ୟର ଜଳପଥରେ ପଣ୍ୟ କାରବାର ପ୍ରାୟତଃ ଗୋପାଳପୁର ଓ ପାରାଦୀପରୁ ହୋଇଥାଏ। ଏହାକୁ ସମ୍ଭବ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ ଅନ୍ୟତମ। ଏହାଛଡ଼ା ବନ୍ଦର, ବିଳାସପୂର୍ଣ୍ଣ କାର୍‌ ବିକ୍ରୟ ସହ ଅନ୍ୟାନ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଓଏସ୍‌ଏଲ୍‌ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର।

ଓଏସ୍‌ଏଲ୍‌ ଗ୍ରୁପକୁ ଆପଣ କିପରି ଆସିଲେ?
ଓଏସ୍‌ଏଲ୍‌ ଗ୍ରୁପ୍‌କୁ ଆସିବାର ଚିନ୍ତାଧାରା ମୋର ପୂର୍ବରୁ ଥିଲା। ୨୦୦୧ରେ ମୁଁ ଓଏସ୍‌ଏଲ୍‌ରେ ଯୋଗଦେଇଥିଲି। ବାପା ମହିମାନନ୍ଦ ମିଶ୍ର ଏହି କମ୍ପାନୀର ଚେୟାରମ୍ୟାନ୍‌ ହୋଇ ମଧ୍ୟ ମୁଁ ଭାଇଜାଗ୍‌ ଅଫିସ୍‌ରେ ସୁପରଭାଇଜର ଭାବେ କାର୍ଯ୍ୟ ଆରମ୍ଭ କରିଥିଲି। ଏପରି କି ସେତେବେଳେ ମୋତେ କୌଣସି ସ୍ବତନ୍ତ୍ର ଚାମ୍ବର ମିଳି ନ ଥିଲା।

ବ୍ୟବସାୟ କୌଶଳ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ଏତେ କମ୍‌ ବୟସରୁ କିପରି ଦକ୍ଷତା ହାସଲ କଲେ?
ପିଲାବେଳରୁ ବ୍ରେକ୍‌ଫାଷ୍ଟ ଏବଂ ଡାଇନିଂ ଟେବୁଲ୍‌ରେ ବାପାଙ୍କ ସହିତ ବ୍ୟବସାୟ ବିଷୟରେ ଆଲୋଚନା ହୋଇଆସୁଥିଲା। ତଥାପି ଭାଇଜାଗ୍‌ରେ ଥିବା ସେତେବେଳର ଶାଖା ପରିଚାଳନାରୁ କାର୍ଯ୍ୟ କରିବାର ଶୈଳୀ ସମ୍ପର୍କରେ ଶିକ୍ଷା ଆହରଣ କରିଥିଲି। କମ୍ପାନୀର ଅନ୍ୟ କେତେଜଣ ବରିଷ୍ଠ ଅଧିକାରୀଙ୍କଠାରୁ ମଧ୍ୟ ବ୍ୟବସାୟ କୌଶଳ ବିଷୟରେ ଅନେକ କିଛି ଶିକ୍ଷା ପାଇଥିଲି।

ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ କେବଳ ଏକ ଷ୍ଟିଭେଡିଂ ସଂସ୍ଥା ନୁହେଁ, ବରଂ ଏଠାରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ ହୋଇଥାଏ। ଆପଣ ଏହାକୁ କିପରି ପରିଚାଳନା କରୁଛନ୍ତି?
ପ୍ରଥମରେ ଓଏସ୍‌ଏଲ୍‌ ଏକ ପ୍ରଫେସନାଲ୍‌ ଡ୍ରିଭେନ୍‌ କମ୍ପାନୀ। ଆମେ ନିଯୁକ୍ତି ବେଳେ ସମୟ ନେଇ ଠିକ୍‌ ଏମ୍ପ୍ଲୟିଙ୍କୁ ଚୟନ କରିଥାଉ। ଥରେ ଆମ କମ୍ପାନୀରେ ରହିବା ପାଇଁ ଯୋଗ୍ୟ ବିବେଚିତ ହୋଇଗଲେ, ଆମେ ସେମାନଙ୍କୁ ଏକ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇଥାଉ। ଫଳରେ କମ୍ପାନୀ ପରିଚାଳନା ସହଜ ହୋଇଥାଏ।

ବର୍ତ୍ତମାନ ପରିପେକ୍ଷୀରେ ଷ୍ଟିଭେଡିଂ କମ୍ପାନୀ ପାଇଁ କି ସମସ୍ୟା ରହିଛି?
ଓଏସ୍‌ଏଲ୍‌ର ହିଁ ଷ୍ଟିଭେଡିଂ (ଜାହାଜଗୁଡ଼ିକରେ ମାଲ୍‌ ବୋଝେଇ ଓ ଖଲାସ୍‌ କାର୍ଯ୍ୟ)ରୁ ହୋଇଥିଲା। ବନ୍ଦରଗୁଡ଼ିକରେ ଶ୍ରମିକମାନଙ୍କ କାର୍ଯ୍ୟ ଷ୍ଟିଭେଡିଂ। ଏହାଛଡ଼ା ଆମକୁ କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ କରିବାକୁ ପଡୁଛି। କାରଣ ମାଲ୍‌ ବୋଝେଇ ଖଲାସ୍‌ କାମ ଧୀରେ ଧୀରେ କମିଆସୁଛି। ଏହାଛଡ଼ା ଆମେ ମାଇନିଂ, ମେକାନିକାଲ୍‌ ବର୍ଥ ଓ ଜଳପଥରେ ମାଲ୍‌ ପରିବହନ ଇତ୍ୟାଦି କାର୍ଯ୍ୟରେ ମନୋନିବେଶ କରୁଛୁ। ଗୋପାଳପୁର ପୋର୍ଟ ମଧ୍ୟ ଆମେ ନେଇଛୁ।

ଗୋପାଳପୁର ବନ୍ଦର ପ୍ରତିଷ୍ଠା କରି ଆପଣଙ୍କ ଚିନ୍ତା ସଫଳ ହୋଇଛି କି?
ପାରାଦୀପ ବନ୍ଦର ୬୦ ଦଶକରେ ଆରମ୍ଭ ହୋଇଥିଲା। ୯୦ ଦଶକ ଯାଏ ପ୍ରାୟ ୩୦ରୁ ୩୫ ମିଲିୟନ୍‌ ଟନ୍‌ ମାଲ୍‌ ପରିବହନ ହୋଇପାରୁଥିଲା। ୧୨୦ ମିଲିୟନ୍‌ ଟନ୍‌ ମାଲ୍‌ ପରିବହନ ପାଇଁ ପାରାଦୀପକୁ ୬୦ ବର୍ଷ ଲାଗିଗଲା। ଭଗବାନଙ୍କ ଦୟାରୁ ଗୋପାଳପୁର ବନ୍ଦର ୨୦୦୬ରେ ଆରମ୍ଭ ହେଲା। ୨୦୦୭ରେ ଆଙ୍କରେଜ୍‌ ଅପରେଶନ ଆରମ୍ଭ ହେଲା। ବର୍ଥ ଅପରେଶନ ୨୦୧୫ରେ ଆରମ୍ଭ ହୋଇଥିଲେ ହେଁ ଫାଇଲିନ୍‌ ଯୋଗୁ ବନ୍ଦର କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଆମେ ବହୁ କ୍ଷତି ସହିଥିଲୁ। ପୁନଃ ନିର୍ମାଣ କରି ପୁଣିଥରେ କାର୍ଯ୍ୟ ଆରମ୍ଭ କରିଥିଲୁ। ୨୦୧୬ରୁ ଅଦ୍ୟାବଧି ୬ ବର୍ଷ ମଧ୍ୟରେ ୧୫ ମିଲିୟନ ଟନ୍‌ରେ ପହଞ୍ଚିପାରିଛୁ। ଏହା ଆମ ପାଇଁ ଏକ ଆଖିଦୃଶିଆ ସଫଳତା। ଆଗାମୀ ୫ ବର୍ଷ ମଧ୍ୟରେ ଏହାକୁ ୪୫ ମିଲିୟନ୍‌ ଟନ୍‌ରେ ପହଞ୍ଚାଇବାକୁ ଧାର୍ଯ୍ୟ କରିଛୁ।

ଓଡ଼ିଶାରେ ବିଏମ୍‌ଡବ୍ଲ୍ୟୁ ଭଳି ଉଚ୍ଚ ମୂଲ୍ୟଯୁକ୍ତ ଗାଡ଼ିର ବିକ୍ରେତା ହେବାକୁ କାହିଁକି ଚାହିଁଲେ?
ଆମେ ପ୍ରଥମେ କୋଲକାତାରେ ବିଏମ୍‌ଡବ୍ଲ୍ୟୁର ଡିଲରଶିପ୍‌ ଖୋଲିଥିଲୁ। ସେତେବେଳେ ଇଷ୍ଟର୍ନ ଜୋନ୍‌ରେ ବିଳାସପୂର୍ଣ୍ଣ ଗାଡ଼ି ବିକ୍ରି ପ୍ରାୟ ୫୦ ରହିଥିଲା। ୨୦୦୮ରେ ଆମେ ଏକୁଟିଆ ୭୦ଟି ବିଏମ୍‌ଡବ୍ଲ୍ୟୁ ଗାଡ଼ି ବିକ୍ରି କରିଥିଲୁ। ପରେ ଏହାର ଚାହିଦା ବଢ଼ିଲା ଏବଂ ଆଜିର ଦିନରେ ଓଡ଼ିଶାରେ ଆମେ ବର୍ଷକୁ ୧୫୦ ସଂଖ୍ୟକ ଗାଡ଼ି ବିକ୍ରି କରୁଛୁ। ଏବେ ଲୋକଙ୍କ ପାଖରେ ଖର୍ଚ୍ଚ କରିବାର ଶକ୍ତି ମଧ୍ୟ ବଢ଼ିଗଲାଣି।

ଭବିଷ୍ୟତ ପାଇଁ କ’ଣ ଯୋଜନା ରହିଛି?
ଓଏସ୍‌ଏଲ୍‌ ପରିବାରକୁ ଆହୁରି ଆଗକୁ ବଢ଼ାଇବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହି କମ୍ପାନୀ ଉପରେ ଅନେକ ପରିବାର ନିର୍ଭରଶୀଳ। ଏହା କୌଣସି ଲାଭଖୋର କମ୍ପାନୀ ନୁହେଁ, ବରଂ ସବୁବେଳେ ଲୋକଙ୍କ ହିତରେ କାର୍ଯ୍ୟ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri