Posted inଜାତୀୟ

ଛୁଟି ନ ଥିବାରୁ ମାନସିକ ସନ୍ତୁଳନ ହରାଉଛନ୍ତି ଯବାନ…

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ କାରଣରୁ କ୍ରୋଧ ବଶତଃ ସେମାନେ ନିଜ ସାଥୀଙ୍କୁ ହତ୍ୟା କରିବା ସହ ନିଜକୁ ମଧ୍ୟ ଗୁଳି କରୁଛନ୍ତି। ୬ ଏବଂ ୭ ମାର୍ଚ୍ଚରେ ୪୮ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବିଏସ୍‌ଏଫ୍‌ର ୭ ଜଣ ଯବାନଙ୍କର ମୃତ୍ୟୁ ଘଟିଛି। ଏହି ଦୁଇଟି ଘଟଣାରେ ଯବାନମାନେ ନିଜ ନିଜ ସାଥୀଙ୍କୁ ହତ୍ୟା କରିଛନ୍ତି।

ସିଏପିଏଫ୍‌ ଅଧୀନରେ ଥିବା ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ବାହିନୀରେ ୨୦୧୯ରୁ ୨୦୨୧ ଗତ ୩ ବର୍ଷ ମଧ୍ୟରେ ମୋଟ ୨୫ ଜଣ ଯବାନଙ୍କ ଜୀବନ ଯାଇଛି। ୨୦୧୯ରେ ଏହିପରି ଘଟଣାରେ ୯ ଜଣ ଯବାନ ଏବଂ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ୨୦୨୦ରେ ୮ ଜଣ ଏବଂ ୨୦୨୧ରେ ମଧ୍ୟ ୮ ଜଣ ଯବାନଙ୍କ ମୃତ୍ୟୁ ଘଟିଛି।

ପୂର୍ବତନ ବିଏସ୍‌ଏଫ୍‌ ଏଡିଜି ସଞ୍ଜୀବ କୃଷ୍ଣ ସୁଦ କହିଛନ୍ତି ଯେ ଏହା ପଛରେ କେତେକ କାରଣ ରହିଛି, ଯାହାକି ସିଏପିଏଫ୍‌ ଯବାନମାନଙ୍କୁ ନିଜ ସହକର୍ମୀ କିମ୍ବା ଅଧିକାରୀଙ୍କ ହତ୍ୟା କରିବା ପରି ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି କରିଥାଏ। ଯବାନମାନେ ଠିକ ସମୟରେ ଛୁଟି ପାଉ ନଥିବାରୁ ଏବଂ ସେମାନଙ୍କର ଅଭିଯୋଗର ଶୁଣାଣି ଠିକ ଭାବରେ କରାଯାଉ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ସେ କହିଛନ୍ତି।

ତେବେ ଏଭଳି ଘଟଣା ପାଇଁ ଅନ୍ୟ କେତେକ କାରଣ ମଧ୍ୟ ଦାୟୀ। ଯବାନମାନଙ୍କ ଉପରେ କାର୍ଯ୍ୟ ଭାର ଅଧିକ। ଅନେକ ସ୍ଥାନରେ ସେମାନଙ୍କୁ ୧୫ ଘଣ୍ଟା ଡ୍ୟୁଟି କରିବାକୁ ପଡିଥାଏ। ଫଳରେ ଯବାନମାନେ ଠିକ ଭାବରେ ଶୋଇପାରୁ ନାହାଁନ୍ତି। ଯଦି ସେମାନେ ସେମାନଙ୍କର ସମସ୍ୟାକୁ କାହା ସାମ୍ନାରେ ରଖନ୍ତି, ତେବେ ଉପଯୁକ୍ତ ଶୁଣାଣି ମଧ୍ୟ ହୁଏ ନାହିଁ। ଫଳରେ ସେମାନେ ମାନସିକ ସନ୍ତୁଳନ ହରାଇ ବସୁଛନ୍ତି ।

କେତେକ ସ୍ଥାନରେ ବାରାକ୍‌ ଏବଂ ଅନ୍ୟାନ୍ୟ ସୁବିଧାର ଅଭାବ ରହିଛି। ଯବାନ ମାନଙ୍କର ଘରୋଇ ସମସ୍ୟା ମଧ୍ୟ ଅଛି। ତଥାପି, ପ୍ରତ୍ୟେକ କ୍ଷେତ୍ରରେ ଏହା ସତ୍ୟ ନୁହେଁ। ଆଜିକାଲି ସମସ୍ତ ଯବାନଙ୍କ ହାତରେ ମୋବାଇଲ ଫୋନ ଅଛି। ତେଣୁ ସେମାନେ ଘର ବିଷୟରେ ପ୍ରତ୍ୟେକ ସୂଚନା ପାଇଥାନ୍ତି। ଯଦି ଡ୍ୟୁଟି ହେତୁ କିମ୍ବା ଅନ୍ୟ କୌଣସି କାରଣରୁ ପୂର୍ବରୁ ବିରକ୍ତ ହୋଇ ରହିଥିବାବେଳେ ପରିବାରରୁ ଫୋନ୍‌ ଆସେ। ଯଦି କିଛି ସମସ୍ୟା ରହିଥାଏ ତେବେ ଯବାନଙ୍କ ଉପରେ ଚାପ ବଢ଼ିଯାଇଥାଏ। ଏପରି ପରିସ୍ଥିତିରେ, ସହକର୍ମୀଙ୍କ ସହ ଯୁକ୍ତିତର୍କ କିମ୍ବା ଜଣେ ସିନିୟରଙ୍କ ଗାଳି ଯୋଗୁ କ୍ରୋଧରେ ସେ ନିଜ ସାଥୀମାନଙ୍କ ଉପରେ ଗୁଳି ଚଳାଇଥାନ୍ତି ବୋଲି ଏଡିଜି ସଞ୍ଜୀବ କହିଛନ୍ତି।

ସେହିପରି କେତେକ କ୍ଷେତ୍ରରେ ଜୁନିଅର ଏବଂ ସିନିୟରସ୍ତରରେ ଯବାନମାନଙ୍କ ଅଭିଯୋଗ କେହି ଶୁଣନ୍ତି ନାହିଁ । କ୍ୟାଡରି ଅଧିକାରୀମାନେ ସେମାନଙ୍କ ନିଜ ସମସ୍ୟାରେ ବ୍ୟସ୍ତ ରହିଥାନ୍ତି। ଫଳରେ ସେମାନେ ଯବାନଙ୍କ ଅଭିଯୋଗ ପ୍ରତି ଅଧିକ ଧ୍ୟାନ ଦେଇ ପାରନ୍ତି ନାହିଁ। କେତେକ କ୍ଷେତ୍ରରେ କନିଷ୍ଠ ଅଧିକାରୀମାନେ ଠିକ ସମୟରେ ପଦୋନ୍ନତି ନ ପାଇ ନିରାଶ ହୁଅନ୍ତି। ଏପରି ସୂଚନା ବାହାରକୁ ଆସିପାରେ ନାହିଁ। କିନ୍ତୁ ଡ୍ୟୁଟିରେ ଏହା ପରିପ୍ରକାଶ ହୋଇଥାଏ। ଅପରପକ୍ଷରେ ବରିଷ୍ଠ ଅଧିକାରୀମାନେ ଏସମ୍ପର୍କରେ କିଛି ଜାଣି ପାରନ୍ତି ନାହିଁ । ଯେତେବେଳେ ଏହି ଘଟଣା ଘଟେ, ମୁଖ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଏ। ଯଦି ବରିଷ୍ଠ ଅଧିକାରୀ ସବୁକିଛି ଜାଣାନ୍ତ କିମ୍ବା ସେ ଆଗ୍ରହ ପ୍ରକାଶ କରନ୍ତେ ତେବେ ଏକ ନୂତନ ନୀତି ପ୍ରସ୍ତୁତ କରାଯାଇପାରନ୍ତା। ମାତ୍ର ଏସବୁ କିଛି ହେଉ ନାହିଁ।

ବେଳେବେଳେ ବରିଷ୍ଠ ଅଧିକାରୀ ତାଙ୍କ ଅଧସ୍ତନମାନଙ୍କ ପାଇଁ ଖରାପ ଶବ୍ଦ ବ୍ୟବହାର କରନ୍ତି। ଯାଞ୍ଚ୍‌ରେ କୌଣସି ନିରପେକ୍ଷତା ଅବଲମ୍ବନ କରାଯାଏ ନାହିଁ । ଏହା ଯବାନଙ୍କୁ ଏକ ଭୁଲ ବାର୍ତ୍ତା ପଠାଏ। କେତେକ କ୍ଷେତ୍ରରେ ଏହା ମଧ୍ୟ ଦେଖାଯାଏ ଯେ ଯବାନ ତାଙ୍କ ସ୍ଥାନରେ ଠିକ ଅଛନ୍ତି, କିନ୍ତୁ ତାଙ୍କ ବିରୋଧରେ ଭୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମୟ ସମୟରେ ପଦୋନ୍ନତି କିମ୍ବା ପଦବୀ ନ ପାଇବା ମଧ୍ୟ ଯବାନମାନଙ୍କୁ ଚାପଗ୍ରସ୍ତ କରିଥାଏ । ଯେହେତୁ ଏହା ଏକ ସୁରକ୍ଷାକର୍ମୀଙ୍କର ବିଷୟ, ଡ୍ୟୁଟି ତ ଦେବାକୁ ପଡିବ। ଏପରିସ୍ଥଳେ ଅନ୍ୟ ବାଟ ନ ପାଇ ଯବାନ ସନ୍ତୁଳନ ହରାଇଥାନ୍ତି। ସେମାନଙ୍କ ପାଖରେ ୨୪ ଘଣ୍ଟା ପାଇଁ ଅସ୍ତ୍ରଶସ୍ତ୍ର ରହୁଛି। ତେଣୁ କ୍ରୋଧ ଏକ ଯନ୍ତ୍ରଣାଦାୟକ ପରିସ୍ଥିତିରେ ପରିଣତ ହେବାକୁ ଅଧିକ ସମୟ ଲାଗେ ନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୧୯ରେ ସିଏପିଏଫ୍‌ ଯବାନମାନଙ୍କ ପାଇଁ ଗୋଟିଏ ବର୍ଷରେ ୧୦୦ ଦିନର ଛୁଟି ଦେବାକୁ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri