ବେଦାନ୍ତରେ ଅଘଟଣ: ହାଇଓ୍ବା ଚାପାରେ ଦୁଇ ଶ୍ରମିକଙ୍କ ଜୀବନ ଗଲା

ଭବାନୀପାଟଣା,୬ା୩(ସ୍ବ.ପ୍ର.): ବେଦାନ୍ତ ଲିମିଟେଡ୍‌ରେ ଘଟିଛି ଅଘଟଣ। ବକ୍ସାଇଟ୍‌ ବୋଝେଇ ଓ ଖଲାସ କରିବା ପାଇଁ ଓଏସ୍‌ଏଲ କମ୍ପାନୀ ନିୟୋଜିତ ଥିବାବେଳେ ଏହା ଅଧୀନରେ ଥିବା ରାୟଗଡ଼ା ଜିଲା ମୁନିଗୁଡ଼ାର ଜନୈକ ବ୍ୟକ୍ତିଙ୍କ ହାଇଓ୍ବା ଟ୍ରକ୍‌ ଏଥିରେ ଭଡ଼ାରେ ଲାଗିଥିଲା। ଶନିବାର ବିଳମ୍ବିତ ରାତିରେ ବକ୍ସାଇଟ୍‌ ବୋଝେଇ କରି କମ୍ପାନୀର ବକ୍ସାଇଟ ୟାର୍ଡକୁ ଯାଉଥିବାବେଳେ ରାସ୍ତାର ଏକ ଖାଲରେ ପଡ଼ି ଏହି ହାଇଓ୍ବାଟି ଓଲଟି ପଡ଼ିଥିଲା। ଏହି ସମୟରେ ରାସ୍ତାକଡ଼ରେ ପାଣି ପିଇବାକୁ ଯାଇ ଠିଆ ହୋଇଥିବା ଏଲ୍‌ ଆଣ୍ଡ ଟି କମ୍ପାନୀର ଦୁଇଜଣ ଶ୍ରମିକ ଝାଡ଼ଖଣ୍ଡ ରାଜ୍ୟ ବୋକାରୋ ଅଞ୍ଚଳର ଅଭିମନ୍ୟୁ ଜେନା ଓ ମୁକେଶ ଟୁଡୁଙ୍କ ଉପରେ ହାଇଓ୍ବାଟି ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ଚାପି ହୋଇ ଉଭୟ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତେବେ ସକାଳ ଯାଏ ଏହି ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଯାଇଥିବାବେଳେ ଶେଷରେ ଶ୍ରମିକ ଅଶାନ୍ତି ବଢ଼ିବା ଆଶଙ୍କା କରି ମୃତ ଶରୀରକୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି। ସେଠାରେ ଡାକ୍ତର ଉଭୟ ଶ୍ରମିକଙ୍କୁ ମୃତ ଘୋଷଣା କରିବା ପରେ କମ୍ପାନୀ ପକ୍ଷରୁ ତରବରିଆ ଭାବେ ମୃତଦେହ ବ୍ୟବଚ୍ଛେଦ କରିବାକୁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି। ଏ ନେଇ ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଜବତ କରାଯାଇଥିବା ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକର ମାଲିକ ଓ ମାସିକ ଭଡ଼ାରେ ଲଗାଇଥିବା ଓଏସ୍‌ଏଲ କମ୍ପାନୀ ତଥା ଶ୍ରମିକମାନଙ୍କ ନିଯୁକ୍ତିଦାତା ଏଲ୍‌ଆଣ୍ଡଟି କମ୍ପାନୀ ଶ୍ରମିକ ମୃତ୍ୟୁ ଘଟଣାକୁ ଅତ୍ୟନ୍ତ ହାଲକା ଭାବେ ନେଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଲାଞ୍ଜିଗଡ଼ ଅଞ୍ଚଳରେ ଶ୍ରମିକ ସୁରକ୍ଷା ନେଇ କାର୍ଯ୍ୟରତ ବିଭିନ୍ନ ସଂଗଠନର ନିଷ୍କ୍ରିୟତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri