ମାର୍ଚ୍ଚ ସୁଦ୍ଧା ପିଲାଙ୍କ ଉପସ୍ଥାନ ରିପୋର୍ଟ ଦିଅ

ଭୁବନେଶ୍ୱର,୪।୩(ବ୍ୟୁରୋ): ଦୀର୍ଘ ଦୁଇବର୍ଷ ପରେ ପ୍ରାଥମିକ ପିଲାରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି। ଗତ ୨୮ରେ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍‌ ରହୁଥିବାରୁ ଗଣଶିକ୍ଷା ବିଭାଗର ଚିନ୍ତା ବଢ଼ିଛି। ରାଜ୍ୟରେ ମୋଟ ୫୮,୦୮୯ଟି ପ୍ରାଥମିକ ସ୍କୁଲରେ ପାଠପଢ଼ା ଚାଲିଛି। ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାକୁ ଆଉ ଅଳ୍ପ ଦିନ ଥିବାରୁ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅନେକ ଅଭିଭାବକ ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡ଼ିଛି। ଅନେକ ସ୍କୁଲରେ ପିଲାଙ୍କ ଉପସ୍ଥାନ ଆଶାତୀତ କମ୍‌ ରହିଛି। ସେହିଭଳି ଅନେକ ସ୍କୁଲର ଛାତ୍ରୀଛାତ୍ର ଟିସି ନ ନେଇ ମଧ୍ୟ ଗୋଟିଏ ସ୍କୁଲ ଛାଡ଼ି ଅନ୍ୟ ସ୍କୁଲରେ ନାମ ଲେଖାଇଛନ୍ତି। ଫଳରେ ସ୍କୁଲ ଖୋଲିବା ପରେ ମଧ୍ୟ ପିଲାଙ୍କ ଉପସ୍ଥାନ ହାର ଖୁବ୍‌ କମ୍‌ ରହିଛି। ଏପରି କି ଯେଉଁ ପିଲାମାନେ ସ୍କୁଲ ଆସୁନାହାନ୍ତି ସେମାନେ ଅନ୍ୟତ୍ର ପଢ଼ୁଛନ୍ତି ନା ଅଧାରୁ ପଢ଼ା ଛାଡ଼ିଛନ୍ତି ତାକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ରାଜ୍ୟର ସରକାରୀ, ଘରୋଇ ଏବଂ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲଗୁଡ଼ିକୁ ଦୈନିକ କେତେ ଛାତ୍ରୀଛାତ୍ର ଆସୁଛନ୍ତି ତାହାର ଉପସ୍ଥାନ ବିଦ୍ୟାଳୟ ପକ୍ଷରୁ ଦାଖଲ କରାଯିବ। ମାର୍ଚ୍ଚ ଶେଷ ସୁଦ୍ଧା ଜିଲାୱାରୀ ରିପୋର୍ଟ ବିଭାଗକୁ ପ୍ରଦାନ କରିବେ। ସେହିପରି ସବୁ ସ୍କୁଲର ପାଠପଢ଼ାର ବ୍ୟବସ୍ଥା ଏବଂ ଶିକ୍ଷାଦାନ ଶୈଳୀ ନେଇ ଓସେପା ଦ୍ୱାରା ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି।
ମିଳିଥିବା ସୂଚନାନୁସାରେ, ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମୋଟ ୩୭,୭୧,୨୪୯ଜଣ ଛାତ୍ରୀଛାତ୍ର ଥିବାବେଳେ ଷଷ୍ଠରୁ ଅଷ୍ଟମ ମଧ୍ୟରେ ପିଲାଙ୍କ ସଂଖ୍ୟା ୨୨,୧୭,୦୦୦ ରହିଛି। ଜିଲାୱାରୀ ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସଂଖ୍ୟା ୩ଲକ୍ଷ ୨୬ହଜାରରୁ ଅଧିକ ଥିବାବେଳେ ଗଞ୍ଜାମରେ ୪ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ୱ, ମୟୂରଭଞ୍ଜରେ ୪ଲକ୍ଷରୁ ଅଧିକ, ସୁନ୍ଦରଗଡ଼ରେ ୨ଲକ୍ଷ ୯୦ହଜାରରୁ ଅଧିକ, ଯାଜପୁରରେ ୨ଲକ୍ଷ ୫୦ରୁ ଅଧିକ, ଖୋର୍ଦ୍ଧାରେ ୨ଲକ୍ଷ ୮୦ହଜାରରୁ ଅଧିକ, କଟକରେ ୨ଲକ୍ଷ ୭୫ହଜାରରୁ ଅଧିକ ଛାତ୍ରୀଛାତ୍ର ସ୍କୁଲରେ ଶିକ୍ଷାଦାନ କରୁଛନ୍ତି। ସେହିପରି ଅନ୍ୟ ଜିଲାଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ସର୍ବନିମ୍ନ ଦେଢ଼ ଲକ୍ଷରୁ ଅଧିକ ରହିଛି। ଶିକ୍ଷା ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବା ଲାଗି ନାମଲେଖା ସମୟରେ ଟିସି ବାଧ୍ୟତାମୂଳକ ବ୍ୟବସ୍ଥାକୁ ଉଠାଇ ଦିଆଯାଇଥିବାରୁ ଅନେକ ପିଲା ଗୋଟିଏ ସ୍କୁଲ ଛାଡ଼ି ଅନ୍ୟ ସ୍କୁଲରେ ନାମ ଲେଖାଇଛନ୍ତି। ଫଳରେ ବର୍ତ୍ତମାନ କେଉଁ ସ୍କୁଲରେ କେତେ ପିଲା ରହିଛନ୍ତି ତାହାର ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହୋଇପାରିନାହିଁ। ତେବେ ଜିଲାୱାରୀ ୨୦୧୯ ଶିକ୍ଷାବର୍ଷରେ କେଉଁ ସ୍କୁଲରେ କେତେ ପିଲା ଥିଲେ ଏବଂ ବର୍ତ୍ତମାନ କେତେ ପିଲା ଅଛନ୍ତି ତାହାର ରିପୋର୍ଟ ପ୍ରଧାନଶିକ୍ଷକ ପ୍ରସ୍ତୁତ କରି ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବେ। ସବୁ ସ୍କୁଲର ରିପୋର୍ଟ ମିଳିବା ପରେ ଏପ୍ରିଲ ପ୍ରଥମ ସପ୍ତାହରେ ବିଭାଗ ପକ୍ଷରୁ ସମୀକ୍ଷା କରାଯିବ। ଏହାବ୍ୟତୀତ ମାର୍ଚ୍ଚରେ ପ୍ରତ୍ୟେକ ସ୍କୁଲରେ କେତେ ପିଲା ବାର୍ଷିକ ପରୀକ୍ଷା ଦେବେ ତାହାର ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ବିଭାଗକୁ ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri