Odisha Elections 2024
Posted inଜାତୀୟ

ଖୁବ୍‌ ଶୀଘ୍ର ଅଣାଯିବ ଛାତ୍ରଙ୍କ ମୃତଦେହ: କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ସାଧାରଣ ଲୋକ ବହୁ ପ୍ରଭାବିତ ହେଉଛନ୍ତି। ଯୁଦ୍ଧ ଯୋଗୁ ୨ଦେଶର ସୈନ୍ୟମାନେ ନିହତ ହୋଇଥିବା ବେଳେ ୟୁକ୍ରେନରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଖାର୍କ୍ୱିଭରେ ମଙ୍ଗଳବାର ସକାଳେ ଜଣେ ୨୧ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ କର୍ନାଟକ ଚଲାଗେରୀର ନବୀନ ବୋଲି ଜଣାପଡ଼ିଛି। ନବୀନଙ୍କ ମୃତ୍ୟୁକୁ ନେଇ ଭାରତୀୟ ବର୍ହିବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଅନ୍ୟପଟେ ନବୀନ କର୍ନାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କ ଘର ଜିଲା ହାଭେରୀର ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବସଭରାଜ ଶୋକ ପ୍ରକାଶ କରିଛନ୍ତି। ଏଥିସହ ନବୀନଙ୍କ ପରିବାର ଲୋକଙ୍କ ସହିତ ଫୋନରେ କଥା ହୋଇ ସେ ସମବେଦନା ଜଣାଇଛନ୍ତି। ତେବେ ଖୁବ୍‌ଶୀଘ୍ର ନବୀନଙ୍କ ମୃତଦେହ ଭାରତ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି ବୋଲି ବସଭରାଜ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦିଗ୍ରାମରେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା, ଉତ୍ତେଜନା

କୋଲକାତା,୨୩ା୫: ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲା ଅନ୍ତର୍ଗତ ନନ୍ଦିଗ୍ରାମରେ ଜଣେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ...

କଲେଜରେ ଜୀବନ ହାରିଲେ ଜୁନିୟର ଡାକ୍ତର: ପ୍ରଫେସର ହଇରାଣ କରୁଥିବା ଅଭିଯୋଗ

ଡେରାଡୁନ୍‌,୨୩ା୫: ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଶ୍ରୀଗୁରୁ ରାମ ରାୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଆଣ୍ଡ ହେଲ୍‌ଥ ସାଇନ୍ସରେ ଜଣେ ୨୬ ବର୍ଷୀୟ ଜୁନିୟର ଡାକ୍ତରଙ୍କ ଆତ୍ମହତ୍ୟାକୁ ନେଇ...

ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ: ଯାହାଙ୍କୁ ଲାଗୁଛି ଭାଜପା ହାରିଯିବ, ସେମାନେ ସମସ୍ତେ…

ନୂଆଦିଲ୍ଲୀ,୨୩।୫: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ଦାବି କରୁଛନ୍ତି। ସେ କହିଛନ୍ତି ଯେ ୨୦୧୯ ଲୋକ ସଭା...

କେଜରିଓ୍ବାଲଙ୍କ ବଡ଼ ବୟାନ, ଦେବି ନାହିଁ ଇସ୍ତଫା ଜେଲ୍‌ରୁ ଚଳାଇବି ସରକାର!

ନୂଆଦିଳ୍ଲୀ,୨୩।୫: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ଜୁନ ୨ରେ ଆତ୍ମସମର୍ପଣ କରିବେ। ଲୋକ ସଭା ନିର୍ବାଚନ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ...

ଆଇପିଏଲ ୨୦୨୫ ଯାଏଁ ଖେଳିବେ ଧୋନି!

ନୂଆଦିଲ୍ଲୀ,୨୩।୫: ଯେତେବେଳେ ମେ ୧୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଆଇପିଏଲ ୨୦୨୪ ରୁ ହଟାଗଲା, ଅନେକ ଲୋକ...

‘ଏକ ବଳାତ୍କାରୀଙ୍କୁ କ’ଣ ପାଇଁ ରକ୍ଷା କରୁଛନ୍ତି ମୋଦି ଜୀ’, ପ୍ରଧାନମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ କାହିଁକି ପଚାରିଲେ ରାହୁଲ

ନୂଆଦିଲ୍ଲୀ,୨୩।୫: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଚିଠି ଲେଖି ମହିଳାଙ୍କ ଯୌନ ଶୋଷଣର ଅଭିଯୁକ୍ତ ପ୍ରଜ୍ୱଳ ରେଭନ୍ନାଙ୍କ କୂଟନୈତିକ ପାସପୋର୍ଟକୁ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଟଳି ପଡ଼ିଲେ ୭ ମାଓବାଦୀ

ରାୟପୁର,୨୩।୫: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଗୁରୁବାର ଛତିଶଗଡର ବିଜାପୁର ଜିଲା ନାରାୟଣପୁର ସୀମାରେ ଏନକାଉଣ୍ଟରରେ ୭ ମାଓବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଅଧିକ ମୃତାହତ...

ପତ୍ନୀ-ସନ୍ତାନଙ୍କଠାରୁ ଆରମ୍ଭ କରି ମା’ବାପାଙ୍କ ଯାଏ…୭ ପ୍ରକାର ପେନସନ ଦେଇଥାଏ EPFO, ଜାଣନ୍ତୁ କିଭଳି ମିଳିବ ଲାଭ 

ନୂଆଦିଲ୍ଲୀ,୨୩।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ନିଜର ସଦସ୍ୟଙ୍କ ପାଇଁ ପେନସନ ସୁବିଧା ଦେଇଥାଏ, ଏହା ଅବସର ନେବା ପରେ ଆପଣଙ୍କ ନିୟମିତ ଦରମା ପାଲଟିଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri