Posted inଜାତୀୟ

୪ ଲଶ୍କର ସହାୟକ ଗିରଫ…

ଶ୍ରୀନଗର,୨୪।୨ : ଜମ୍ମୁ-କଶ୍ମୀରର ବାରମୁଳା ଏବଂ ଶୋପିଆନ ଜିଲାରୁ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କ ଚାରିଜଣ ସହାୟକଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛନ୍ତିି। ପୋଲିସ ମୁଖପାତ୍ର କହିଛନ୍ତି ଯେ ବାରମୁଳା ଠାରୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର ସହ ଜଡିତ ଆତଙ୍କବାଦୀଙ୍କ ଦୁଇଜଣ ସହାୟକଙ୍କୁ ମିଳିତ ସୁରକ୍ଷା ବାହିନୀ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ଗୁଳିଗୋଳା ସମେତ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି।

ମୁଖପାତ୍ର କହିଛନ୍ତି ଯେ ବାରମୁଳା ଅଞ୍ଚଳରେ ପୋଲିସ ତଥା ଅନ୍ୟ ସୁରକ୍ଷା ବାହିନୀ ବିରୁଦ୍ଧରେ ଶାନ୍ତି ତଥା ଆଇନ ଶୃଙ୍ଖଳା ଭଙ୍ଗ କରିବା ପାଇଁ ଖାଚଦାରୀ ଜେହାନପୋରାର ଅଜ୍ଞାତ ଆତଙ୍କବାଦୀ ଗୋଷ୍ଠୀ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହିତ ସକ୍ରିୟ ରହିଥିବାର ଗୁପ୍ତ ସୂଚନା ମିଳିଥିଲା।

ସୂଚନା ଅନୁସାରେ, ସୁରକ୍ଷା ବାହିନୀ ଜେହାନପୋରା-ଖଦନିଆର ଲିଙ୍କ ରୋଡ ସମେତ ଅନେକ ସ୍ଥାନରେ ଅବରୋଧ କରିଥିଲେ। ଅନୁସନ୍ଧାନ ବେଳେ ଜେହାନପୋରା ପଟୁୁ ଦୁଇଜଣ ଲୋକ ସ୍କୁଟିରେ ଆସୁଥିଲେ। ସେମାନଙ୍କର ହାବଭାବ ସନ୍ଦେହଜନକ ଜଣାପଡୁଥିଲା। ଅବରୋଧ ଦେଖି ସେମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସତର୍କ ପୋଲିସ ଦଳ ଉଭୟଙ୍କୁ ଧରିଥିଲା। ସେମାନଙ୍କ ନିକଟରୁ ୪୦ ରାଉଣ୍ଡ ଗୁଳି ଏବଂ ଏକେ-୪୭ ରାଇଫଲ ଜବତ କରାଯାଇଛି।

ସେହିପରି ଶୋପିଆନ୍‌ରୁ ଲଶ୍କର ଆତଙ୍କବାଦୀଙ୍କ ଦୁଇ ସହାୟକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ମୁଖପାତ୍ର କହିଛନ୍ତି ଯେ ଏକ ମାମଲାର ତଦନ୍ତ ବେଳେ ଦୁଇ ଆତଙ୍କବାଦୀଙ୍କ ସହଯୋଗୀଙ୍କ ଆକିବ ମୁଶତାକ ଲୋନ ଏବଂ ଆମୀର ଆମିନ ସୋଫିଙ୍କୁ ପୋଲିସ ଅଧିକାରୀମାନେ ଗିରଫ କରିଛନ୍ତି। ଉଭୟ ଶାଦଚେକ ଅଞ୍ଚଳର ବାସିନ୍ଦା।


Enter your email to get our daily news in your inbox.

All Right Reserved By Dharitri.Com

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ପପୁ ଯାଦବ

ନୂଆଦିଲ୍ଲୀ,୫।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣ...

ଆମେଠି ପ୍ରାର୍ଥୀ କେ.ଏଲ ଶର୍ମାଙ୍କ ବିସ୍ପୋରକ ବୟାନ, ଗାନ୍ଧୀ ପରିବାର ପାଖରେ କରୁନି ଚାକିରି

ନୂଆଦିଲ୍ଲୀ,୫।୫: ଆମେଠିରୁ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି। ତେବେ ଟିକେଟ୍‌ ମିଳିବା ପରେ ସେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,...

ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ...

ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୫: ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri