Posted inଜାତୀୟ

ଉତ୍ତରପ୍ରଦେଶ ମହିଳା ନେତା ପିସ୍ତଲ-ରାଇଫଲ ରଖିବାକୁ ପସନ୍ଦ କରୁଛନ୍ତି, ସତ୍ୟପାଠରେ ଉଲ୍ଲେଖ…

ଲକ୍ଷ୍ନୌ,୨୧।୨ : ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟ ରାଜନୀତିରେ ବହୁ ବାହୁବଳୀ ନେତା ଏଥର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ମହିଳା ନେତାମାନେ ମଧ୍ୟ ପଛରେ ନାହାଁନ୍ତି। ସାଧାରଣତଃ ବାହୁବଳୀ ନେତାମାନେ ଅସ୍ତ୍ରଶସ୍ତ୍ର ରଖିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ପ୍ରକୃତରେ ସେପରି ନୁହେଁ। ରାଜ୍ୟର ବହୁ ମହିଳା ନେତା ଅଛନ୍ତି, ଯେଉଁମାନେ ଅସ୍ତ୍ରଶସ୍ତ୍ର ରଖିବାକୁ ପସନ୍ଦ କରନ୍ତି। କେତେକ ନେତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି।

ଏହି ମହିଳା ନେତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ସହିତ ବହୁ ପରିମାଣର ଅଳଙ୍କାର ମଧ୍ୟ ଅଛି। ସେହିପରି ଅସ୍ତ୍ରଶସ୍ତ୍ର ମଧ୍ୟରେ ରାଇଫଲ ଠାରୁ ଆରମ୍ଭ କରି ରିଭଲଭର , ପିସ୍ତଲ ଏବଂ ଡବଲ ବ୍ୟାରେଲ ବନ୍ଧୁକ ପର୍ଯ୍ୟନ୍ତ ଏସବୁ ମହିଳା ନେତାମାନେ ସେମାନଙ୍କ ପାଖରେ ରଖିଛନ୍ତି। ଏହା ସେମାନେ ନାମାଙ୍କନ ପତ୍ର ଦାଖଲ କରିଥିବା ସମୟରେ ପ୍ରଦାନ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

କେତେକ ମହିଳା ନେତାଙ୍କ ପାଖରେ କାର୍‌ ନାହିଁ। କିନ୍ତୁ ଅସ୍ତ୍ରଶସ୍ତ୍ର ରଖିବାକୁ ସେମାନେ ପସନ୍ଦ କରିଥାନ୍ତି। କଂଗ୍ରେସର ରାମପୁର ଖାସର ପ୍ରାର୍ଥୀ ଆରାଧନା ମିଶ୍ର ମୋନାଙ୍କ ପାଖରେ କାର୍‌ ନାହିଁ । ତାଙ୍କ ପାଖରେ ପିସ୍ତଲ ଲାଇସେନ୍ସ ରହିଛି। ଏହାର ମୂଲ୍ୟ ଲକ୍ଷେ ଟଙ୍କା ପାଖାପାଖି। ଅପରପକ୍ଷରେ ପାଟିଆଲି ଆସନରୁ ଏସପି ପ୍ରାର୍ଥୀ ଥିବା ନାଦିରା ସୁଲତାନଙ୍କ ପାଖରେ ଉଭୟ ରାଇଫଲ ଏବଂ ରିଭଲଭର ଲାଇସେନ୍ସ ଅଛି। ଶାହାବାଦରୁ ଭାଜପାପ୍ରାର୍ଥୀ ରଜନୀ ତିୱାରୀଙ୍କର ମଧ୍ୟ ଉଭୟ ରିଭଲଭର ଏବଂ ରାଇଫଲ ଲାଇସେନ୍ସ ରହିଛି। ବିଜନୋର ବିଏସପି ପ୍ରାର୍ଥୀ ରୁଚି ଓ୍ବିରାଙ୍କ ପାଖରେ ଏକ ରିଭଲଭର, ଦୁଇ ନଳୀ ବନ୍ଧୁକ ସମେତ ତିନୋଟି ଅସ୍ତ୍ର ଲାଇସେନ୍ସ ରହିଛି।

ମୋହନଲାଲଗଞ୍ଜର ଏସପି ପ୍ରାର୍ଥୀ ସୁଶୀଲା ସରୋଜଙ୍କ ପାଖରେ ତିନି ଅସ୍ତ୍ରଶସ୍ତ୍ର ରହିଛି। ୨୦୦୦ରେ ଏମ୍‌ପି କୋଟାରୁ ରିଭଲଭର ନିଆଯାଇଥିଲା ବୋଲି ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏହା ସହିତ ତାଙ୍କ ନାମରେ ଡବଲ ବ୍ୟାରେଲ ବନ୍ଧୁକ ଏବଂ ରାଇଫଲ ମଧ୍ୟ ପଞ୍ଜିକୃତ ହୋଇଛି। ଭାଜପା ପ୍ରାର୍ଥୀ ଅଲକା ରାୟଙ୍କ ପାଖରେ ଉଭୟ ପିସ୍ତଲ ଏବଂ ରିଭଲଭର ରହିଛି। ଡୁମାରିଆଗଞ୍ଜର ଏସପି ପ୍ରାର୍ଥୀ ସଇଦା ଖାତୁନଙ୍କର ଏକ ରିଭଲଭର ରହିଛି। ମେଜାର ଭାଜପା ପ୍ରାର୍ଥୀ ନୀଲମ କାରୱରିଆଙ୍କ ଏବଂ ପ୍ରତାପପୁରର ଏସ୍‌ପି ପ୍ରାର୍ଥୀ ବିଜୟ ଯାଦବଙ୍କ ପାଖରେ ବନ୍ଧୁକ ଓ ରାଇଫଲ ରହିଛି।

କେବଳ ମହିଳା ନେତାମାନେ ଅସ୍ତ୍ରଶସ୍ତ୍ରକୁ ପସନ୍ଦ କରନ୍ତି ତାହା ନୁହେଁ, ବହୁ ରାଜନେତାଙ୍କ ସ୍ତ୍ରୀମାନଙ୍କ ପାଖରେ ମଧ୍ୟ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଅଛି। ଲକ୍ଷ୍ନୌ କାଣ୍ଟର ଭାଜପା ପ୍ରାର୍ଥୀ ବ୍ରିଜେଶ ପାଠକଙ୍କ ସ୍ତ୍ରୀଙ୍କର ପିସ୍ତଲ ଲାଇସେନ୍ସ ରହିଛି। ଅପରପକ୍ଷରେ, ଦକ୍ଷିଣ ପ୍ରୟାଗରାଜ ପ୍ରାର୍ଥୀ ହୋଇଥିବା ନନ୍ଦ ଗୋପାଳ ନନ୍ଦୀ ଏବଂ ତାଙ୍କ ସ୍ତ୍ରୀ ଅଭିଳାଷ ଗୁପ୍ତାଙ୍କ ପାଖରେ ମୋଟ ୬ଟି ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରହିଛି। ଉଭୟଙ୍କର ପିସ୍ତଲ, ଏକ ଏସଭିଭିଏଲ୍‌ ବନ୍ଧୁକ ଏବଂ ରାଇଫଲ ଅଛି। ସେହିପରି, ପ୍ରୟାଗରାଜ ଉତ୍ତରର କଂଗ୍ରେସ ପ୍ରାର୍ଥୀ ଅନୁଗ୍ରହ ନାରାୟଣ ସିଂଙ୍କ ସ୍ତ୍ରୀ ଗୀତା ସିଂଙ୍କ ନିକଟରେ ରାଇଫଲ ଏବଂ ରିଭଲଭର ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri