Posted inଜାତୀୟ

ଏମ୍‌ବିଏ ଛାତ୍ରଙ୍କୁ ଅପହରଣ, ବନ୍ଧୁକ ଦେଖାଇ ନ୍ୟୁଡ୍‌ ଭିଡିଓ ଶୁଟ୍‌ କରାଗଲା

ନୂଆଦିଲ୍ଲୀ,୮।୨: ଏମ୍‌ବିଏ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମର ଦୁଇ ଦିନ ପରେ ତାଙ୍କୁ ଅପହରଣ ପରେ ବନ୍ଧୁକ ଦେଖାଇ ନ୍ୟୁଡ୍‌ ଭିଡିଓ ଶୁଟ୍‌ କରି ବ୍ଲାକମେଲ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବା ଲାଗି ପ୍ରୟାସ ଚାଲିଥିବା ପୋଲିସ ଅଧିକାରୀ କହିଛନ୍ତି।

ଦକ୍ଷିଣ ଦିଲ୍ଲୀରେ ରହୁଥିବା ଛାତ୍ର ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସମୟ ଥାଉ ଥାଉ ପରିବାର ବର୍ଗ ତାଙ୍କୁ ହସ୍ପିଟାଲ ନେଇଯିବାରୁ ତାଙ୍କ ଜୀବନ ବଞ୍ଚି ପାରିଥିଲା। ତା’ ପରେ ଏକ ଭିଡିଓ ପାଇଁ ତାଙ୍କୁ ବ୍ଲାକମେଲ ଓ ଧମକ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଥିଲା।

୨୦୨୦ ଅକ୍ଟୋବର ୨୩ ତାରିଖରେ ୩ ଅଭିଯୁକ୍ତ ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ନେଇଥିଲେ। ସେମାନେ ଗଞ୍ଜେଇ, ଚରସ ଓ ପିସ୍ତଲ ସହ ଭିଡିଓ କରିଥିଲେ। ପରେ ସେମାନେ ତାଙ୍କ ନାମରେ ମିଛ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ ଏବଂ ଏଥିଲାଗି ମାଗିଥିଲେ ୨୦ ଲକ୍ଷ ଟଙ୍କା।

ପୀଡ଼ିତ ପରିବାର ୫ ଲକ୍ଷ ଦେବା ପରେ ମଧ୍ୟ ଛାତ୍ରଙ୍କ ନ୍ୟୁଡ୍‌ ଭିଡିଓ ତାଙ୍କ ସମ୍ପର୍କୀୟ ଓ ସାଙ୍ଗମାନଙ୍କ ମଧ୍ୟରେ ଶେୟାର କରି ଦେଇଥିଲେ। ଗତ ୧ ତାରିଖରେ ବଳକା ଟଙ୍କା ନ ଦେଲେ ଛାତ୍ରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଛାତ୍ର ଜଣଙ୍କ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କନଷ୍ଟେବଳ ଧମରମପାଲ ଛାତ୍ରଙ୍କୁ ଧମକାଇଥିଲେ। ଏଥିରେ ସେ ହତାଶ ହୋଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଏଭଳି ଘଟଣା ପରେ ପୋଲିସ ରବିବାର ଛାତ୍ରଙ୍କ ଅଭିଯୋଗ ରେଜିଷ୍ଟର କରିଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି। ପୀଡ଼ିତ ଛାତ୍ରଙ୍କ ପରିବାର ସୋମବାର ପୋଲିସକୁ ଭେଟିଥିଲେ। ଉକ୍ତ କନଷ୍ଟେବଳଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ,...

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri