Posted inଜାତୀୟ

କଏଦୀଙ୍କର ବୈବାହିକ ସମ୍ପର୍କର ମୌଳିକ ଅଧିକାର ନାହିଁ, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ, ୨୭।୧ : କଏଦୀଙ୍କ ମୌଳିକା ଅଧିକାର ନେଇ ମାଡ୍ରାସ ହାଇକୋର୍ଟ ଏକ ରାୟରେ ଦୁଇଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ବୈବାହିକ ଅଧିକାରରୁ ବଞ୍ଚିତ କରିବା ଦ୍ୱାରା ସାମ୍ବିଧାନିକ ଧାରା ୨୧ ର ଉଲ୍ଲଂଘନ ହେବ କି ନାହିଁ ଏବଂ ଜରୁରୀକାଳୀନ ଛୁଟି କିମ୍ବା ସାଧାରଣ ଛୁଟି ଦେବା ଅନୁରୋଧର ବିଚାର କରାଯାଇ ପାରିବ କି ନାହିଁ ? ଯେହେତୁ ଏପରି କରାଯିବା ଦ୍ୱାରା ପରୋକ୍ଷରେ ଦୋଷୀ କଏଦୀଙ୍କ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ଦାମ୍ପତ୍ୟ ଅଧିକାରକୁ ଉଲ୍ଲଂଘନ କରାଯାଉଥିବା ଆବେଦନରେ ଦର୍ଶାଯାଇଥିଲା।

ବୈବାହିକ ସମ୍ପର୍କ ରଖିବା ଉଦ୍ଦେଶ୍ୟରେ ଦୋଷୀଙ୍କୁ ଜରୁରୀକାଳୀନ ଛୁଟି କିମ୍ବା ସାଧାରଣ ଛୁଟି ପ୍ରଦାନ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେବାର ଅଧିକାର ଉପରେ ନିଷ୍ପତ୍ତି ନେବାବେଳେ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ପକ୍ଷରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ, ଜଷ୍ଟିସ ପିଡି ଅଧିକେସଭାଲୁ ଏବଂ ଜଷ୍ଟିସ ପୁଷ୍ପା ସଥ୍ୟନାରାୟଣଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠଙ୍କ ରାୟ ପ୍ରଦାନ କରାଯାଇଛି ଯେ, କଏଦୀଙ୍କର ବୈବାହିକ ସମ୍ପର୍କର ମୌଳିକ ଅଧିକାର ନାହିଁ।

ଦୋଷୀ ଏପରି ଅଧିକାର ଦାବି କରିପାରନ୍ତି ଯଦି ଏହା ଅସାଧାରଣ କାରଣ ହୋଇଥିବ ଅଥବା ଏହା ବନ୍ଧ୍ୟାକରଣରେ ଦର୍ଶାଯାଇଥିବା କାରଣର ପରିଭାଷିତ ହୋଇଥାଏ। ଖଣ୍ଡପୀଠ କହିଛନ୍ତି ଯେ ବନ୍ଧ୍ୟାକରଣର ଚିକିତ୍ସା ପାଇଁ ଆବେଦନକାରୀଙ୍କ ପ୍ରାର୍ଥନା, ଯେତେବେଳେ ଦୋଷୀ ଏବଂ ସ୍ତ୍ରୀଙ୍କର କୌଣସି ସନ୍ତାନ ହେଉ ନାହାଁନ୍ତି। ସେତେବେଳେ ୧୯୮୨ ର ନିୟମ 20 (୭) ଅନ୍ତର୍ଗତ ଏହା ଏକ ଅସାଧାରଣ କାରଣ। ତେବେ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଯଦି ସାଧାରଣ ଭାବେ ଦମ୍ପତିଙ୍କର ସନ୍ତାନ ହୋଇପାରୁଛି ତେବେ ବନ୍ଧ୍ୟାକରଣର ଚିକିତ୍ସା ପାଇଁ ଛୁଟି ମାଗିବାକୁ ଅସାଧାରଣ କାରଣ ଭାବରେ ଗ୍ରହଣ କରାଯିବ ନାହିଁ। ଦୋଷୀ କଏଦୀ ସମାନ କାରଣରୁ ବାରମ୍ବାର ଅସାଧାରଣ କାରଣ ବର୍ଗରେ ଛୁଟି ମାଗି ପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

ଭାଜପା କେବେବି ମଜଭୁତ ଭାରତ ଗଢି ପାରିବ ନାହିଁ, ସତରେ କ’ଣ ମୋଦି କହିଛନ୍ତି ଏମିତି? ଜାଣନ୍ତୁ ଭାଇରାଲ…

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନର ୨୦୨୪ର ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଭାଜପା...

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri