ଗୁଗ୍‌ଲକୁ ବେଆଇନ ଘୋଷଣା

ବ୍ରସଲେସ୍‌,୨୧ା୧: ୟୁରୋପରେ ଗୁଗ୍‌ଲକୁ ବେଆଇନ ଘୋଷଣା କରାଯାଇଛି। ଫଳରେ ଗୁଗ୍‌ଲକୁ ଶକ୍ତ ଧକ୍କା ଲାଗିଛି। ଏହା କେବଳ ଗୁଗ୍‌ଲ ପାଇଁ ନୁହେଁ, ଅନ୍ୟ ଓ୍ବେବସାଇଟ୍‌ଙ୍କ ମାଲିକଙ୍କ ପାଇଁ ମଧ୍ୟ ଶୁଭଙ୍କର ନୁହେଁ। ଏକ ମାମଲାର ଶୁଣାଣି କରି ଅଷ୍ଟ୍ରିଆ କୋର୍ଟ ଗୁଗ୍‌ଲ ଆନାଲିଟିକ୍ସ ୟୁରୋପୀୟ ଡାଟା ପ୍ରୋଟେକ୍ସନ ଆଇନ ଉଲ୍ଲଂଘନ କରୁଥିବା କହିଛନ୍ତି। ଏହାପରେ ଅଷ୍ଟ୍ରିଆରେ ଗୁଗ୍‌ଲକୁ ବେଆଇନ ଘୋଷଣା କରାଯାଇଛି।

ଏସବୁ କାରଣ ହେଲା ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେଶନ (ଜିଡିପିଆର)। ୨୦୧୮ରେ ଲାଗୁ ହୋଇଥିବା ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେଶନ ଅନୁସାରେ ୟୁରୋପର ନାଗରିକମାନେ ବ୍ୟକ୍ତିଗତ ତଥ୍ୟ ନିଜ ଇଚ୍ଛା ଅନୁସାରେ ନିୟନ୍ତ୍ରିତ କରିପାରିବେ। ଏହି ନିୟନ୍ତ୍ରଣ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ହୋଇପାରିବ।

୨୦୨୦ରେ କୋର୍ଟ ଅଫ୍‌ ଜଷ୍ଟିସ ଅଫ୍‌ ୟୁରୋପିଆନ ୟୁନିୟନ ପଲିସି (ସିଜେଇୟୁ) ଏକ ଶୁଣାଣି କରିଥିଲେ। ଏହି ଅନୁଯାୟୀ, ଆମେରିକୀୟ ଓ୍ବେବସାଇଟ୍‌ ପ୍ରୋଭାଇଡର ଦ୍ବାରା ୟୁଜର୍ସଙ୍କୁ ବ୍ୟକ୍ତିଗତ ତଥ୍ୟ ଶେୟାର କରିବା ଜିଡିପିଆର ନିୟମ ପାଳନ କରୁନାହିଁ । ୨୦୨୦ ପୂର୍ବରୁ ପ୍ରାଇଭେସି ଶିଲ୍ଡ ନାମକ ଏକ ଆଇନ ଥିଲା । ଏହାଦ୍ବାରା ୟୁରୋପିଆନ ଡାଟା ଆମେରିକାକୁ ଯାଇ ପାରୁଥିଲା । ହେଲେ ୨୦୨୦ ଜୁଲାଇ ୧୬ରେ ସିଜେଇୟୁ ଏହି ଆଇନକୁ ଉଠାଇ ଦେଇଥିଲେ । ଏହାପରଠାରୁ ଆମେରିକୀୟ କମ୍ପାନୀଙ୍କୁ ଜିଡିପିଆର ଅନୁସାରେ କାମ କରିବାକୁ ପଡୁଛି। ସିଜେଇୟୁ ନିଷ୍ପତ୍ତି ପରେ ମଧ୍ୟ କିଛି ସର୍ଭିସ ପ୍ରୋଭାଇଡର୍ସ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଆମେରିକା ପଠାଉଥିଲେ । ଯେଉଁଥିରେ ଗୁଗ୍‌ଲ ଆନାଲିଟିକ୍ସ ମଧ୍ୟ ରହିଛି ।

ଏଣିକି ୟୁରୋପରେ କାମ କରୁଥିବା ଓ୍ବେବସାଇଟକୁ ଗୁଗ୍‌ଲ ଆନାଲିଟିକ୍ସ ବନ୍ଦ କରି ଅନ୍ୟ ବିକଳ୍ପ କଥା ଚିନ୍ତା କରିବାକୁ ପଡ଼ିବ। ନିୟମ ଉଲ୍ଲଂଘନ କଲେ ମାତ୍ରାଧିକ ଜରିମାନା ଦେବାକୁ ପଡ଼ିପାରେ। ରିପୋର୍ଟ ଅନୁସାରେ ଆୟରିସ ଡାଟା ପ୍ରୋଟେକ୍ସନ କମିଶନ ହ୍ବାଟ୍ସଆପ୍‌ରେ ଆଇନ ପାଳନ ନ କରିବାରୁ ୨୨.୫ କୋଟି ୟୁରୋ ଜରିମାନା ଲଗାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri