ଅଘୋଷିତ ମେଣ୍ଟ ଦାନା ବାନ୍ଧୁଛି

ଯାଜପୁର ଅଫିସ,୧୭ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଯାଜପୁର ଜିଲାରେ ୩୯ଟି ଜିଲା ପରିଷଦ ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡିକର ପ୍ରାର୍ଥୀ ଚୂଡାନ୍ତ ହୋଇପାରିନାହିଁ। ସବୁଠି ବିଦ୍ରୋହ ଏବଂ ଅଘୋଷିତ ମେଣ୍ଟ ଦାନା ବାନ୍ଧୁଥିବା ଦେଖିବାକୁ ମିଳିଛି। ବିଜେଡି କର୍ମୀମାନେ ଭାଗ ଭାଗ ହୋଇଯାଇଛନ୍ତି। ବିଶେଷକରି ବରୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ୨ ବିଧାୟକ ନେତା ରହିଥିବାରୁ ରାଜନୀତିରେ ଓଲଟପାଲଟ ହୋଇଯାଉଥିବା ଚର୍ଚ୍ଚା ହେଉଛି। ଅନ୍ୟ ଦଳରୁ ଡେଇଁ ଆସିଥିବା ନେତା ଓ ତାଙ୍କ ଅନୁଗତଙ୍କୁ ସନ୍ତୁଷ୍ଟ କରିବାକୁ ବିଜେଡି ପକ୍ଷରୁ ମାରାଥନ ଅଙ୍କକଷା ଚାଲିଛି। ଏହି ପରିପ୍ରେକ୍ଷୀରେ ଭାଜପା ଓ କଂଗ୍ରେସ ଅସନ୍ତୁଷ୍ଟଙ୍କ ଉପରେ ନଜର ଦେଇଥିବା ଜଣାପଡ଼ିଛି।
ବିଜେଡି ସମର୍ଥତ୍ତ ପ୍ରାର୍ଥୀଙ୍କୁ ହରାଇବାକୁ ଜିଲାର ସବୁଠି ଅଘୋଷିତ ମେଣ୍ଟ ଦାନା ବାନ୍ଧୁଛି। ସରପଞ୍ଚ ଓ ସମିତିସଭ୍ୟ ପାଇଁ ଊଣାଅଧିକେ ପ୍ରାର୍ଥୀ ଚୟନ ସରିଛି। କଂଗ୍ରେସର ସାଂଗଠନିକ ଦୁର୍ବଳତା ଯୋଗୁ ଏଯାଏ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରିନାହିଁ। ଭାଜପାରେ ମଧ୍ୟ ଗୋଷ୍ଠୀ କନ୍ଦଳ ପ୍ରାର୍ଥୀ ଚୟନରେ ବାଧକ ସାଜିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡିରେ ସେବା କରି ଆସୁଥିବା ବହୁ କର୍ମୀ ନିରାଶ ହେବେ ବୋଲି ଆକଳନ କରାଯାଉଛି। ୧୫୦ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଅସମର୍ଥତ୍ତ ସୂତ୍ରରୁ ଜଣାପଡିଛି। ଯଦି ନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀ ବିଜୟୀ ହେବେ ତେବେ ଆଗାମୀ ଦିନରେ ପୁଣି ବିଜେଡିରେ ସାମିଲ ହେବେ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି କରିଛି। ଏହାର ସମାଧାନ ବାଟ ଖୋଜିବାକୁ ବିଜେଡିର ଚିନ୍ତା ବଢ଼ିଛି। କେତେଜଣ ବିଦ୍ରୋହୀ ପ୍ରାର୍ଥୀ ସ୍ବାଧୀନ ଭାବେ ଲଢ଼ିବାକୁ ମନସ୍ଥ କରିଥିବାବେଳେ କେତେଜଣ ଭାଜପାରେ ଯୋଗଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଦୀର୍ଘଦିନ ବିଜେଡିରେ ରହି ସେମାନଙ୍କ ଲୋକସମର୍ଥନ ଥିବାରୁ ବିରୋଧୀଙ୍କୁ ଏହା ସୁହାଉଛି। ଏପରି କି ସବୁ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଜେଡି କିଭଳି ହାରିବ ସେ ନେଇ ଅଘୋଷିତ ମେଣ୍ଟ ପକ୍ଷରୁ ବିଭିନ୍ନ ସ୍ଥାନରେ ରଣନୀତି ପ୍ରସ୍ତୁତି ହେଉଥିବା ଜଣାପଡିଛି। ବିଜେଡିରୁ ଅତି କମ୍‌ରେ ପଞ୍ଚାୟତ ପ୍ରତି ୫ରୁ ୧୦ ଜଣ ଲେଖାଏ ଆଶାୟୀ ରହିଛନ୍ତି। ଏମାନେ ସମର୍ଥନ ପାଇବାକୁ ନେତାଙ୍କ ଚାରିପଟେ ଘୂରି ବୁଲୁଛନ୍ତି। ବାର୍ଷିକ ୫୦ ଲକ୍ଷରୁ ୨ କୋଟି ଟଙ୍କା ପଞ୍ଚାୟତ ଜରିଆରେ ବିଭିନ୍ନ ଉନ୍ନୟନମୂଳକ କାମରେ ଖର୍ଚ୍ଚ ହେଉଛି। ଏହାସହ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଆଦି ଯୋଜନାରେ ହିତାଧିକାରୀ ଚୟନରେ ପଞ୍ଚାୟତ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଏଥିପାଇଁ ସରପଞ୍ଚ ହେବାକୁ ବହୁ ନେତାଙ୍କ ଆଗ୍ରହ ରହିଛି। ଏଥିରେ ଠିକାଦାର, ବେକାର ଯୁବକ, ନେତାଙ୍କ ସମ୍ପର୍କୀୟ ପ୍ରମୁଖ ଲବି ଜୋର୍‌ଦାର କରୁଛନ୍ତି। ସେଥିପାଇଁ ଆଶାୟୀଙ୍କ ସଂଖ୍ୟା ବଢୁଥିବା ସହିତ ପ୍ରାର୍ଥୀ ଚୂଡାନ୍ତ ପରେ ବିଦ୍ରୋହ ଉଗ୍ରରୂପ ନେଇଛି।
ଚଳିତ ବର୍ଷ କୋଭିଡ କଟକଣା ନେତାଙ୍କୁ ଚିନ୍ତାରେ ପକାଇଛି। ଦଳ ଦଳ ହୋଇ ଘରକୁ ଘର ଯାଇ ଭୋଟରଙ୍କୁ ଆକୃଷ୍ଟ କରିବା ଏଥର ସମ୍ଭବ ହେଉନାହିଁ। ଅନ୍ୟପକ୍ଷେ ଶୋଭାଯାତ୍ରା, ବୈଠକ ଆଦି ପ୍ରଚାରକୁ ମଧ୍ୟ ବାରଣ କରାଯାଇଛି। ତେଣୁ ନେତା କିଭଳି ରଣକୌଶଳ ଅବଲମ୍ବନ କରିବେ ତାହା ଦେଖିବାକୁ ରହିଛି। ଅନ୍ୟପକ୍ଷେ କୋଭିଡ କଟକଣାରୁ ଭୋଟରମାନେ ଆଶ୍ୱସ୍ତି ପାଇବେ ବୋଲି ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri