ଓମିକ୍ରନ୍‌ ଏକ ବିଜାତୀୟ ଭୂତାଣୁ

ନୂଆଦିଲ୍ଲୀ,୧୭।୧ : ବୈଜ୍ଞାନିକମାନେ ଓମିକ୍ରନ୍‌କୁ ସମ୍ପୂର୍ଣ୍ଣ ଭିନ୍ନ ମହାମାରୀ ଭାବେ ଦେଖୁଥିବାବେଳେ ଦୁଇଟି ମହାମାରୀ ପରସ୍ପର ସହ ଯୋଡ଼ିହୋଇ ଚାଲିଥିବା ଭଳି ଜଣାପଡ଼ୁଥିବା ଆଇସିଏମ୍‌ଆର୍‌ର ପୂର୍ବତନ ମୁଖ୍ୟ ତଥା ଭୂତାଣୁ ବିଜ୍ଞାନୀ ଡ. ଟି. ଜାକୋବ ଜନ୍‌ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଉହାନରେ ସୃଷ୍ଟ ଡି୬୧୪ଜି, ଆଲ୍‌ଫା, ବିଟା, ଗାମା, ଡେଲ୍ଟା, କାପ୍ପା କିମ୍ବା ମୁ ଭାରିଆଣ୍ଟଠାରୁ ଓମିକ୍ରନ୍‌ ସୃଷ୍ଟି ହୋଇନାହିଁ। ମହାମାରୀ ସୃଷ୍ଟି କରିଥିବା ଉହାନ ଭୂତାଣୁ ସହ ଓମିକ୍ରନ୍‌ର ଦୂର ସମ୍ପର୍କ ରହିଥିବା ସେ କହିଛନ୍ତି। କୋଭିଡ-୧୯ ମହାମାରୀର ବିବର୍ତ୍ତନରେ ଓମିକ୍ରନ୍‌ ବିଜାତୀୟ ଭଳି ଲାଗୁଥିବାବେଳେ ଡେଲ୍ଟା ଓ ଏହାର ଘନିଷ୍ଠ ସମ୍ପର୍କୀୟ ଏକସଙ୍ଗେ ବ୍ୟାପୁଥିବା କଥା ଚିନ୍ତା କରାଯାଇପାରେ।
ଓମିକ୍ରନ୍‌କୁ ବିଜାତୀୟ କୁହାଯିବାର କାରଣ ହେଲା ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ଜିନୋମ ସିକ୍ୱେନ୍ସିରୁ କୋଭିଡ୍‌ ଭିନ୍ନ ଲକ୍ଷଣମାନ ଦେଖାଯାଉଛି। ପାରମ୍ପରିକ କୋଭିଡ୍‌ ଶ୍ୱାସକ୍ରିୟା ପ୍ରଣାଳୀକୁ ସଂକ୍ରମିତ କରୁଥିବାବେଳେ ଓମିକ୍ରନ୍‌ ମୁଖ୍ୟତଃ ଗଳାକୁ ସଂକ୍ରମଣ କରୁଛି। ପୂର୍ବରୁ କୋଭିଡ୍‌ ଷ୍ଟ୍ରେନ୍‌ଗୁଡ଼ିକ ଯେଉଁଭଳି ଆକ୍ରାନ୍ତ କରୁଥିଲା ଓମିକ୍ରନ୍‌ ସେଭଳି କରୁ ନ ଥିବା ଓକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମେଡିସିନ ପ୍ରଫେସର ଜନ୍‌ ବେଲ୍‌ କହିଛନ୍ତି। ନୂଆ ଭାରିଆଣ୍ଟ ଦ୍ରୁତ ସଂକ୍ରମଣ କରୁଥିବାବେଳେ ଟିକା ନେଇ ନ ଥିବା ଲୋକଙ୍କ ଉପରେ ଅଧିକ ପ୍ରଭାବ ପକାଉଛି। ତେଣୁ ଏହା ସାମାନ୍ୟ ନୁହେଁ ବରଂ ଟିକା ନେଇଥିବା ଲୋକଙ୍କୁ କମ୍‌ ଗୁରୁତର କରୁଛି। ଭବିଷ୍ୟତରେ ଏହାଠାରୁ ବିପଜ୍ଜନକ ଭାରିଆଣ୍ଟ କମ୍ବା ମିଶ୍ରିତ ଭାରିଆଣ୍ଟ ଆସିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି।

କୋଭିଡ୍‌ ଆର୍‌-ଭାଲ୍ୟୁ କମିଛି

ଭାରତରେ କୋଭିଡ୍‌୧୯ର ଆର୍‌-ଭାଲ୍ୟୁ ଜାନୁୟାରୀ ୭ରୁ ୧୩ ମଧ୍ୟରେ ହ୍ରାସ ପାଇଥିବା ଆଇଆଇଟି ମାଡ୍ରାସର ବିଶେଷଜ୍ଞମାନେ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ଆର୍‌-ଭାଲ୍ୟୁ ୪ ରହିଥିଲା, ଅର୍ଥାତ ଜଣେ ସଂକ୍ରମିତ ଅନ୍ୟ ୪ ଜଣଙ୍କୁ ସଂକ୍ରମିତ କରିପାରୁଥିଲେ। ଦ୍ୱିତୀୟ ସପ୍ତାହରେ ଏହା ୨.୨କୁ ହ୍ରାସ ପାଇଛି। ଅର୍ଥାତ୍‌ ପ୍ରତି ୧୦୦ ଜଣ ଲୋକ ୨୨୦ ଜଣଙ୍କୁ ସଂକ୍ରମିତ କରିପାରୁଛନ୍ତି ଯାହାକି ଦୁଇଗୁଣରୁ ଅଧିକ। ଆର୍‌-ଭାଲ୍ୟୁ ଭୂତାଣୁର ସଂକ୍ରାମକତାର ସୂଚନା ଦେଇଥାଏ। ଏହା ୧ରୁ ଅଧିକ ରହିଲେ ଜଣେ ଆକ୍ରାନ୍ତ ଏକାଧିକ ଲୋକଙ୍କୁ ସଂକ୍ରମଣ କରିବାର କ୍ଷମତା ରଖିଥାନ୍ତି। ଆଇଆଇଟି ମାଡ୍ରାସ ଗବେଷକମାନଙ୍କ ଆକଳନ ଅନୁଯାୟୀ ଗତ ସପ୍ତାହରେ ମୁମ୍ବାଇରେ ଆର୍‌-ଭାଲ୍ୟୁ ୧.୩ ରହିଥିବାବେଳେ ଦିଲ୍ଲୀରେ ୨.୫, ଚେନ୍ନାଇରେ ୨.୪ ଏବଂ କୋଲକାତାରେ ୧.୬ ରହିଛି। ଡିସେମ୍ବର ଶେଷ ସପ୍ତାହରେ ଆର୍‌-ଭାଲ୍ୟୁ ପାଖାପାଖି ୨.୯ ରହିଥିଲା। ମୁମ୍ବାଇରେ ଦୈନିକ ସଂକ୍ରମଣ ୨୦,୦୦୦ ଅତିକ୍ରମ କରିବା ପରେ ଖସିବା ଆରମ୍ଭ ହୋଇଥିଲା। ରବିବାର ସେଠାରେ ଦୈନିକ ସଂକ୍ରମଣ ୧୦,୦୦୦ ତଳେ ରହିଛି। ଦିଲ୍ଲୀରେ ମଧ୍ୟ ସଂକ୍ରମଣରେ ସ୍ଥିରତା ଆସୁଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଁମାର ସେନାର ଏୟାର ଷ୍ଟ୍ରାଇକ୍‌ରେ ହସ୍ପିଟାଲ ଧ୍ୱଂସ: ୩୪ ରୋଗୀ, ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ

ୟାଙ୍ଗୋନ୍,୧୧ା୧୨: ମ୍ୟାଁମାରରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ଏକ ହସ୍ପିଟାଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆରାକାନ୍ ଆର୍ମି...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri