ଓମିକ୍ରନ୍‌ ତାଣ୍ଡବ ଆରମ୍ଭ, ବହୁ ଲୋକ ନେଇ ନାହାନ୍ତି ଟିକାର ଗୋଟିଏ ବି ଡୋଜ୍‌…

ଜେନେଭା, ୧୩।୧ : ପୃଥିବୀରେ କୋଭିଡ -୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହାର ସଦ୍ୟତମ ମହାମାରୀ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଗତ ସପ୍ତାହରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ପାଇଛି। ମିଳିତ ଜାତିସଂଘର ସ୍ବାସ୍ଥ୍ୟ ଏଜେନ୍ସି କହିଛି ଯେ ଗତ ସପ୍ତାହରେ ଦେଢ଼ କୋଟିରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଅପରପକ୍ଷରେ ଏହି ସମୟ ମଧ୍ୟରେ ୪୩,୦୦୦ରୁ ଅଧିକଙ୍କ ମୃତ୍ୟୁ ଘଟିଛି। ତେବେ ରିପୋର୍ଟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ଆଫ୍ରିକା ବ୍ୟତୀତ ପୃଥିବୀର ଅଧିକାଂଶ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଆଫ୍ରିକାରେ, ସଂକ୍ରମଣରେ ପ୍ରାୟ ୧୧ ପ୍ରତିଶତ ହ୍ରାସ ଘଟିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି ଯେ ଗତ ସପ୍ତାହରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଓମିକ୍ରନ ଭାରିଆଣ୍ଟ କାରଣରୁ ଅଧିକାଂଶ ସଂକ୍ରମଣ ଘଟୁଛି। ଓମିକ୍ରନ ସଂକ୍ରମଣ ଡେଲ୍‌ଟାକୁ ବଳି ଯାଇଛି।

ଓମିକ୍ରନ ଯୋଗୁ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କଠାରେ ପୁନର୍ବାର ସଂକ୍ରମଣ ଘଟୁଛି। ସେହିପରି ଯେଉଁମାନଙ୍କର ଟିକାକରଣ କରାଯାଇଛି, ସେମାନେ ମଧ୍ୟ କରୋନାର ଓମିକ୍ରନ୍‌ ଭାରିଆଣ୍ଟ୍‌ ଦ୍ୱାରା ସଂକ୍ରମିତ ହେଉଛନ୍ତି ବୋଲି ସେ କହିଛନ୍ତି।

ଆକଳନଗୁଡିକ ଦର୍ଶାଉଛି ଯେ ଓମିକ୍ରନ୍‌ ସଂକ୍ରମଣ ଅଧିକ ବେଗରେ ବିସ୍ତାର କରୁଛି । ୧ ଡିସେମ୍ବର ୨୦୨୧ରେ, ୬ ଲକ୍ଷ ୭୮ହଜାର ମାମଲା ରେକର୍ଡ ହୋଇଥିଲା। ୨୦୨୨ ଜାନୁୟାରୀ ୧ ରେ ୧୭ ଲକ୍ଷ ୭୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୧୨ ଜାନୁୟାରୀ ୨୦୨୨ ରେ, ଏହି ସଂଖ୍ୟା ୨୮ ଲକ୍ଷ ୪୬ ହଜାରକୁ ବୃଦ୍ଧି ପାଇଛି। ମାତ୍ର ୧୨ ଦିନରେ ଦୈନିକ ସଂକ୍ରମଣରେ ୯ ଲକ୍ଷ ବୃଦ୍ଧି ଘଟିଛି। ସଂକ୍ରମଣରେ ପୂର୍ବ ଲହର ତୁଳନାରେ ତିନି ଗୁଣାରୁ ଅଧିକ ବୃଦ୍ଧି ଦୃଷ୍ଟି ଗୋଚର ହୋଇଛି।

କରୋନା ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ ଦେଶରେ ଟିକାକରଣ ଅଭିଯାନ ଚାଲିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଶ୍ୱର ଏକ ବୃହତ୍‌ ଜନସଂଖ୍ୟାଙ୍କର ଟିକାକରଣ ହୋଇନାହିଁ । ଆଫ୍ରିକାର ଜନସଂଖ୍ୟାର ପ୍ରାୟ ୮୫ ପ୍ରତିଶତ ଏପର୍ଯ୍ୟନ୍ତ ଗୋଟିଏ ବି ଡୋଜ୍‌ ପାଇନାହାଁନ୍ତି।

ଏପରିସ୍ଥଳେ ଆମେରିକା ସ୍ବାସ୍ଥ୍ୟ ସଂଗଠନ ଓମିକ୍ରନକୁ ହାଲୁକା ଭାବେ ନ ନେବାକୁ ଚେତାବନୀ ଦେଇଛି। ଏଭଳି ଭୁଲ ନକରି କରୋନା ମାର୍ଗଦର୍ଶିକାକୁ ସାବଧାନତାର ସହିତ ପାଳନ କରିବା ଲାଗି ସଂଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri