ଆଉ ଜଣେ ଉଠାଦୋକାନୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୧୨।୧(ବ୍ୟୁରୋ): ମାର୍କେଟ ବିଲ୍ଡିଂରୁ ଉଠା ଦୋକାନକୁ ଉଠାଇ ଦିଆଯିବା ପରେ ଜୀବିକା ହରାଇଥିବା ଜଣକ ପରେ ଜଣେ ବ୍ୟବସାୟୀ ଜୀବନ ହାରିବାରେ ଲାଗିଛନ୍ତି। ରବିବାର ବେଡ୍‌ଶିଟ୍‌ ବ୍ୟବସାୟୀ ଅଜିତ୍‌ ସାହାଣୀ ଆତ୍ମହତ୍ୟା କରିଥିବାବେଳେ ମଙ୍ଗଳବାର ପୁଣି ଆଉଜଣେ ଉଠା ଦୋକାନୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଡ଼ଗଡ଼ ଥାନା ଅନ୍ତର୍ଗତ ନୂଆସାହିରେ ରହୁଥିବା ବିହାର ସମଷ୍ଟିପୁର ଜିଲା ପଟୋରୀ ଥାନାଞ୍ଚଳର ସୁବାସ ପଣ୍ଡିତ(୩୫)। ସେ ମାର୍କେଟ ବିଲ୍ଡିଂରେ ପ୍ଲାଷ୍ଟିକ୍‌ ଦୋକାନ କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମୃତ ସୁବାସଙ୍କ ୨ଟି ଝିଅ ଅଛନ୍ତି। ଜଣଙ୍କର ବୟସ ୧୦ ବର୍ଷ ହୋଇଥିବାବେଳେ ଆଉ ଜଣେ ୫ ବର୍ଷର। ସେ ୨୦ ବର୍ଷ ତଳେ ଭୁବନେଶ୍ୱର ଆସିଥିଲେ। କିଛିଦିନ ମାର୍କେଟ୍‌ ବିଲ୍ଡଂରେ ଦୋକାନ ପକେଇବା ପରେ ଅସୁବିଧା ହେବାରୁ ରାମମନ୍ଦିର ନିକଟରେ ଦୋକାନ କରିଥିଲେ। ସେଠାରୁ ଉଠାଇ ଦିଆଯିବା ପରେ ପୁଣି କିଛି ମାସ ହେବ ମାର୍କେଟ ବିଲ୍ଡିଂରେ ଭିଶାଲ୍‌ ମଲ୍‌ ସାମ୍ନାରେ ପ୍ଲାଷ୍ଟିକ୍‌ ଦୋକାନ କରିଥିଲେ। ତେବେ କରୋନା ପାଇଁ ଦୋକାନ ବନ୍ଦ ହୋଇଯିବାରୁ ଆର୍ଥିକ ସମସ୍ୟା ଦେଖାଯାଇଥିଲା। ସ୍ଥିତି ସୁଧୁରିବା ପରେ ମାର୍କେଟ ବିଲ୍ଡିଂରେ ପୁଣି ଦୋକାନ ଖୋଲିଥିଲେ। କିଛି ମାସ ହେବ ସେ ବ୍ୟବସାୟ ପାଇଁ ଫାଇନାନ୍ସରେ ଏକ ବାଇକ୍‌ ଆଣିଥିଲେ। ଏଥିସହ ମହିଳା ସମିତି ମାଧ୍ୟମରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରିଥିଲେ। ଗତ ମଙ୍ଗଳବାର ଉଠାଦୋକାନୀଙ୍କୁ ଉଚ୍ଛେଦ ଦାବିରେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ବଜାର ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇବାରୁ ସୁବାସଙ୍କ ବେପାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଶୁକ୍ରବାର ମାର୍କେଟ ବିଲ୍ଡିଂ ଖୋଲିଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପଦକ୍ଷେପ ଯୋଗୁ ଉଠାଦୋକାନୀଙ୍କ ବ୍ୟବସାୟକୁ ବାରଣ କରାଯାଇଛି। ବ୍ୟବସାୟ ବନ୍ଦ ହୋଇଯିବା ପରେ ସୁବାସ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ୨ଝିଅ ଟିଉଶନ ଯାଇଥିଲେ। ଘରେ ଥିବା ସ୍ତ୍ରୀ ରୋଜାଲିନ ପଣ୍ଡିତ୍‌ ବାଥ୍‌ରୁମ୍‌ ଯାଇଥିଲେ। ଏହି ସମୟରେ ସୁବାସ ଏକ ଷ୍ଟୋଲ୍‌କୁ ବେକରେ ବାନ୍ଧି ଝୁଲି ପଡିଥିଲେ। କିଛି ସମୟ ପରେ ସ୍ତ୍ରୀ ଏହା ଦେଖି ଚିତ୍କାର କରି ଡାକ ପକାଇବାରୁ ନିକଟରେ ବଢ଼େଇ କାମ କରୁଥିବା ଜଣେ ପଡ଼ୋଶୀ ଛୁରି ଆଣି ଉକ୍ତ ଷ୍ଟୋଲ୍‌କୁ କାଟି ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri