ଆସୁଛି ବଡ଼ଦିନ: ଜମିଲାଣି ବଜାର

ଆସୁଛି ବଡ଼ଦିନ। ରାଜଧାନୀରେ ଧୀରେ ଧୀରେ ଜମିଲାଣି ସାନ୍ତାକ୍ଲଜ, କ୍ରିସ୍‌ମାସ ଟ୍ରି, ଲାଇଟିଂ ଷ୍ଟାର ଓ ସାଜସଜ୍ଜା ସାମଗ୍ରୀର ବେପାର। ଭଳିକି ଭଳି ସୁସ୍ବାଦୁ କେକ୍‌ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଚର୍ଚ୍ଚକୁ ମଧ୍ୟ ସଜ୍ଜିତ କରାଯାଉଛି। କରୋନା ମହାମାରୀ ଆତଙ୍କ ଭିତରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ବଡ଼ଦିନ ପବର୍ର୍ ଖୁସି ଓ ଉତ୍ସାହ ଆଣିଛି। କିପରି ହସଖୁସିରେ ସେମାନେ ଏହି ପର୍ବ ପାଳନ କରିବେ ସେନେଇ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଭୁବନେଶ୍ୱରର ୟୁନିଟ-୪, ସତ୍ୟନଗର, ନୀଳାଦ୍ରିବିହାର, ଆଚାର୍ଯ୍ୟ ବିହାର, ନୟାପଲ୍ଲୀ, ଖାରବେଳନଗର, ବରମୁଣ୍ଡା ପ୍ରଭୃତି ବିଭିନ୍ନ ସ୍ଥାନରେ ୧୦ରୁ ଊର୍ଦ୍ଧ୍ୱ ବାପ୍‌ଟିଷ୍ଟ ଓ କ୍ୟାଥୋଲିକ୍‌ ଚର୍ଚ୍ଚ ରହିଛି। ଏସବୁ ଚର୍ଚ୍ଚଗୁଡ଼ିକରେ ବଡ଼ଦିନ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜନ ଲାଗି ପ୍ରସ୍ତୁତି ଚାଲିଛି। ସେହିପରି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ନିଜ ଘର ସାଜସଜ୍ଜାରେ ଲାଗିପଡ଼ିଛନ୍ତି। ଅନ୍ୟପକ୍ଷରେ ବଜାରରେ ବ୍ୟବସାୟୀମାନେ ବିଭିନ୍ନ ସାମଗ୍ରୀର ପସରା ମେଲାଇଛନ୍ତି।
ଗତ ବର୍ଷ ବେପାର ମାନ୍ଦା ଥିଲା
ସତ୍ୟନଗର ମୁଖ୍ୟରାସ୍ତା ପାର୍ଶ୍ୱରେ ଅଶୋକ କୁମାର ମହାନ୍ତି ସାନ୍ତାକ୍ଲଜ୍‌, ଲାଇଟିଂ ଷ୍ଟାର, ମ୍ୟୁଜିକ ସାନ୍ତାକ୍ଲଜ, ଖ୍ରୀଷ୍ଟମାସ୍‌ ଟ୍ରି ପ୍ରଭୃତି ବିଭିନ୍ନ ପ୍ରକାର ସାମଗ୍ରୀର ପସରା ମେଲାଇଛନ୍ତି। ୧୦ ଟଙ୍କାରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ ତାଙ୍କ ପାଖରେ ଉପଲବ୍ଧ। ପ୍ରତିବର୍ଷ ଖ୍ରୀଷ୍ଟମାସରେ ସେ ଗ୍ରାହକଙ୍କ ପାଇଁ ନୂଆ ନୂଆ ସାମଗ୍ରୀ ଆଣିଥାନ୍ତି। ଭଲ ବେପାର ହୁଏ। ମାତ୍ର ଗତ ବର୍ଷ କରୋନା କଟକଣା ଯୋଗୁ ବେପାର ମାନ୍ଦା ଥିଲା। କିନ୍ତୁ ଏବର୍ଷ ଭଲ ବ୍ୟବସାୟ ହେବା ନେଇ ସେ ଆଶାବାଦୀ। ବଡ଼ଦିନ ଯେତେ ପାଖେଇ ଆସୁଛି ବଜାର ସେତେ ଜମୁଛି ବୋଲି ଅଶୋକ କହିଛନ୍ତି।

ପୂର୍ବାପେକ୍ଷା ଦାମ୍‌ ବଢିଛି
ସତ୍ୟନଗରଠାରେ ଅନ୍ୟ ଜଣେ ବ୍ୟବସାୟୀ ସନ୍ତୋଷ କୁମାର ପୃଷ୍ଟି ଛୋଟ ଉଠାଦୋକାନ ଖୋଲିଛନ୍ତି। ସେ କହିଛନ୍ତି, ପୂର୍ବ ବର୍ଷଠାରୁ ଏ ବର୍ଷ ସାମଗ୍ରୀଗୁଡ଼ିକର ଦାମ୍‌ ବଢିଛି। ତେଣୁ ବେପାର ସେତେ ହେଉନାହିଁ। ତଥାପି ଆଗକୁ ଭଲ ବେପାର ହେବ ବୋଲି ଆଶା ବାନ୍ଧିଛି। ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲି ଗ୍ରାହକଙ୍କୁ ଚାହିଁବସୁଛି।

ଆତ୍ମିକ ଆନନ୍ଦ ମିଳିବ
କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ଚଳିତ ବର୍ଷ ମଧ୍ୟ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନ ହେବ। ଥରକେ ୨୦୦ ଜଣ ଲୋକଙ୍କୁ ନେଇ ୩ରୁ ୪ ଭାଗରେ ଚର୍ଚ୍ଚରେ ପ୍ରାର୍ଥନା କରାଯିବ। ଆଡମ୍ବରପୂର୍ଣ୍ଣ କିମ୍ବା ନାଇଟ୍‌ ଭିଜିଲ ହେବନାହିଁ, ଯାହାକି ଲୋକଙ୍କୁ କିଛି ମାତ୍ରାରେ ନିରାଶ କରିବ। ସେମାନେ କେବଳ ଆତ୍ମିକ ଆନନ୍ଦର ସୁଯୋଗ ପାଇବେ ବୋଲି ସତ୍ୟନଗରସ୍ଥିତ ସେଣ୍ଟ ଭିନ୍‌ସେଣ୍ଟ୍‌ସ୍‌ ପ୍ରୋ କାଥେଡ୍ରାଲ ଚର୍ଚ୍ଚର ଫାଦର ଅଜୟ କୁମାର ଶୋଭାସୁନ୍ଦର କହିଛନ୍ତି।

ଉତ୍ସବ ପାଳନ ବନ୍ଦ ନ ହେଉ
କୋଭିଡ୍‌ ଆସିବ ବୋଲି ଉତ୍ସବ ପାଳନ ବନ୍ଦ କରିବା ଉଚିତ୍‌ ନୁହେଁ। ଜୀବନରେ ସବୁ ମୁହୂର୍ତ୍ତକୁ ସ୍ମରଣୀୟ କରିବାର ଅଛି। ଆଡମ୍ବରପୂର୍ଣ୍ଣ ନ ହେଲେ ବି ପରିବାର ସହ ଘରେ ରହି ଖ୍ରୀଷ୍ଟମାସ ପାଳନ କରିବି ବୋଲି ମଞ୍ଚେଶ୍ୱର ଅଧିବାସୀ ବର୍ଣ୍ଣାଶ୍ରୀ ମହାନ୍ତି କହିଛନ୍ତି। ସେ ଘର ସଜାଇବା ଲାଗି ସାମଗ୍ରୀ କିଣିବାକୁ ଦୋକାନକୁ ଆସିଥିବା ପ୍ରକାଶ କରିଥିଲେ।
ରିପୋର୍ଟ-ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri