ବ୍ୟାଙ୍କରୁ ୧ କୋଟି ୧୬ ଲକ୍ଷ ଠକେଇ

ଭୁବନେଶ୍ୱର, ୨୨ା୧୨(ବ୍ୟୁରୋ): ଏକ ଘରୋଇ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ବିଭିନ୍ନ ଗ୍ରାହକଙ୍କ ଆକାଉଣ୍ଟରୁ ୧ କୋଟି ୧୬ ଲକ୍ଷ ଟଙ୍କାର ଲୋନ୍‌ ଉଠାଇନେଇଛନ୍ତି। ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଫିକ୍ସ ଡିପୋଜିଟ୍‌ରୁ ୭ଲକ୍ଷ ଟଙ୍କା ଲୋନ୍‌ ନେଇଥିବା ଜଣାପଡ଼ିବା ପରେ ଘଟଣା ପଦାକୁ ଆସିଛି। ଠକାମିର ଶିକାର ହୋଇଥିବା ଭୁବନେଶ୍ୱର ଘାଟିକିଆର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହୃଷିକେଶ ଭୁଜବଳଙ୍କ ଅଭିଯୋଗକ୍ରମେ ଭରତପୁର ଥାନା ପୋଲିସ ବ୍ୟାଙ୍କର ପୂର୍ବତନ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେ ହେଲେ ଭରତପୁର ଥାନା ଅଧୀନ ମହାଲକ୍ଷ୍ମୀ ବିହାରରେ ରହୁଥିବା ମୟୂରଭଞ୍ଜ ଜିଲା ବାରିପଦା ଥାନା ଅଞ୍ଚଳର ନୀନା ନାଏକ (୪୦)। ତାଙ୍କଠାରୁ ଠକେଇ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି। ଠକାମିର ଶିକାର ହୋଇଥିବା ଅନେକ ଗ୍ରାହକ ଆଗକୁ ଅଭିଯୋଗ କରିବେ ବୋଲି ତଦନ୍ତକାରୀ ଅଫିସର ବିଜୟ ଦାଶ କହିଛନ୍ତି।
ସୂଚନା ଅନୁଯାୟୀ, ହୃଷିକେଶ ନିଜର ଅବସରକାଳୀନ ପ୍ରାପ୍ୟ(ପେନ୍‌ସନ୍‌) ରାଶି ୧୦ଲକ୍ଷ ଟଙ୍କାକୁ ଅକ୍ଟୋବର ୧୬ରେ ଘାଟିକିଆସ୍ଥିତ ଏକ ଘରୋଇ ବ୍ୟାଙ୍କ ଶାଖାରେ ଫିକ୍ସ ଡିିପୋଜିଟ୍‌ କରିଥିଲେ। ଏହି ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ମୀନା ଉକ୍ତ ଟଙ୍କାରୁ ୭ଲକ୍ଷ ଟଙ୍କା ଲୋନ୍‌ ଉଠାଇ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ହୃଷିକେଶ ବ୍ୟାଙ୍କ ଆସି ବୁଝିବାରୁ ଉକ୍ତ ଟଙ୍କାରୁ ଲୋନ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ସେ କୌଣସି ଲୋନ୍‌ ନେଇ ନ ଥିବା ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ପରେ ଯାଞ୍ଚ କରାଯିବାରୁ ଆସିଷ୍ଟାଣ୍ଟ୍‌ ମ୍ୟାନେଜର ମୀନା ବ୍ୟାଙ୍କ ଚେକ୍‌ରେ ଦସ୍ତଖତ ନେଇ ଟଙ୍କା ହଡପ କରିଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ତେବେ ବ୍ୟାଙ୍କ ପକ୍ଷରୁ ଅଡିଟ୍‌ କରାଯିବା ପରେ ମୀନା ଏହିପରି ଅନେକ ଗ୍ରାହକଙ୍କ (ଫିକ୍ସ ଡ଼ିପୋଜିଟ୍‌, ପେନସନ୍‌ ଆକାଉଣ୍ଟ, ଗୋଲ୍ଡ ଲୋନ୍‌) ଆକାଉଣ୍ଟରୁ ୧ କୋଟି ୧୬ଲକ୍ଷ ୮୭ହଜାର ଟଙ୍କା ଉଠାଇନେଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ତେବେ ବ୍ୟାଙ୍କ ପକ୍ଷରୁ ଟଙ୍କା ଫେରାଇ ଦିଆଯିବ ବୋଲି ହୃଷିକେଶଙ୍କୁ କୁହାଯାଇଥିଲା। ମାତ୍ର ଟଙ୍କା ନ ମିଳିବାରୁ ସେ ସୋମବାର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଏକ ମାମଲା (ନଂ.୪୩୯/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri