୨୦ ମିନିଟ୍‌ରେ ଚିହ୍ନଟ ହେବ ଓମିକ୍ରନ୍‌ !…

ସିଓଲ, ୧୩।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଦକ୍ଷିଣ କୋରିଆର ଗବେଷକମାନେ ଓମିକ୍ରନ ଭାରିଆଣ୍ଟର ଚିହ୍ନଟ ପାଇଁ ଏକ ମଲିକୁଲାର ଡାଇଗ୍ନୋଷ୍ଟିକ ଟେକ୍ନୋଲୋଜିର ବିକାଶ କରିଛନ୍ତି। ଏହା ଦ୍ୱାରା ମାତ୍ର ୨୦ ମିନିଟ ମଧ୍ୟରେ ଆକ୍ରାନ୍ତ ବ୍ୟକ୍ତି ଜଣକ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଗବେଷକଙ୍କ ଅନୁଯାୟୀ, ମଲିକୁଲାର ଡାଇଗ୍ନୋଷ୍ଟିକ ଟେକ୍ନୋଲୋଜି ଏକକ-ନ୍ୟୁକ୍ଲିଓଟାଇଡ ଭିତ୍ତିରେ ମ୍ୟୁଟେଶନକୁ ପୃଥକ କରିବାକୁ ସକ୍ଷମ ହୋଇଥାଏ।

ଦକ୍ଷିଣ କୋରିଆରେ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରଗୁଡ଼ିକ ବର୍ତ୍ତମାନ କରୋନାର ବିଭିନ୍ନ ଭାରିଆଣ୍ଟର ଚିହ୍ନଟ ପାଇଁ ତିନୋଟି ପଦ୍ଧତି ବ୍ୟବହାର କରୁଛନ୍ତି। ସେଗୁଡ଼ିକ ହେଉଛି ଫୁଲ୍‌ ଜିନୋମ ସ୍ବିକ୍ୱେନ୍ସିଂ, ଟାର୍ଗେଟ ଡିଏନ୍‌ଏ ଆନାଲିସିସ୍‌ ଏବଂ ଆର୍‌ଟି-ପିସିଆର୍‌ ପରୀକ୍ଷା ପ୍ରଭୃତି।

ଡେଲଟା ଭାରିଆଣ୍ଟକୁ ଆର୍‌ଟି-ପିସିଆର୍‌ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇପାରେ, କିନ୍ତୁ ଏହା ଓମିକ୍ରନ୍‌ ପାଇଁ ପ୍ରଭାବଶାଳୀ ନୁହେଁ । ନୂତନ ବିକଶିତ ଟେକ୍ନୋଲୋଜି ଡିଏନ୍‌ କିମ୍ବାଆଏନ୍‌ଏ ସିକ୍ୱେନ୍ସିଂର ପ୍ରକ୍ରିୟା ନୁହେଁ ବରଂ ମଲିକୁଲାର ଡାଇଗ୍ନୋଷ୍ଟିକ ଟେକ୍ନୋଲୋଜି ହୋଇଥିବାରୁ ଏହା ଓମିକ୍ରନ୍‌ ଭାରିଆଣ୍ଟକୁ ସହଜରେ ଚିହ୍ନଟ କରିବାକୁ ସକ୍ଷମ ହେବ। ନ୍ୟୁକ୍ଲିୟିକ ଏସିଡ-ବାଇଣ୍ଡିଂ ପ୍ରତିକ୍ରିୟାର କାରଣ ଜାଣିବା ପାଇଁ ମଲିକୁଲାର ଡାଇଗ୍ନୋଷ୍ଟିକ ଟେକ୍ନୋଲୋଜି ଡିଜାଇନ ହୋଇଛି । ଯାହା ଦ୍ୱାରା କୋଭିଡ୍‌-୧୯ ଆର୍‌ଏନ୍‌ଏରେ ଉପସ୍ଥିତ ଥିଲେ ଏହା ଶୀଘ୍ର ଚିହ୍ନଟ ହୋଇପାରିବ।

ପ୍ରଫେସର ଲିଙ୍କ ଅନୁଯାୟୀ, ଆର୍‌ଟି-ପିସିଆର୍‌ ପରୀକ୍ଷା ଓମିକ୍ରନରେ ଥିବା ଏନ୍‌ ଜିନ ଚିହ୍ନଟ କରିପାରିବ। ଓମିକ୍ରନ କ୍ଷେତ୍ରରେ, ଉଭୟ ଏନ୍‌ ଏବଂ ଏସ୍‌ ଜିନସ୍ପଜିଟିଭ୍‌ ରହିଥାଏ। ଫଳରେ ଏହାକୁ ଅନ୍ୟ ଭାରିଆଣ୍ଟ୍‌ଠାରୁ ପୃଥକ୍‌ କରିବା କଷ୍ଟକର ହୋଇଥାଏ। ମାତ୍ର ମଲିକୁଲାର ଡାଇଗ୍ନୋଷ୍ଟିକ ଟେକ୍ନୋଲୋଜି ଆର୍‌ଟି-ପିସିଆର୍‌ ତୁଳାନରେ ପୃଥକ ଭାବରେ କାର୍ଯ୍ୟ କରିବା ସହିତ ସଫଳତାର ସହିତ ଓମିକ୍ରନ ଚିହ୍ନଟ କରିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri