Posted inଜାତୀୟ

ସବୁ ଆସନରେ ହାରିଲା ଭାଜପା

କୋଲକତା,୨।୧୧: ପଶ୍ଚିମବଙ୍ଗର ୪ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଏକପାଖିଆ ବିଜୟ ହାସଲ କରିଛି। ସଦ୍ୟତମ ତଥ୍ୟ ଅନୁଯାୟୀ ଟିଏମସି ଚାରିଟି ଆସନ ଜିତିଛି। ଟିଏମସି ଗୋସାବା, ଦିନହଟା, ଖାରଦାହ ଏବଂ ଶାନ୍ତିପୁର ବିଧାନସଭା ଆସନ ଜିତିଛି।
ତୃଣମୂଳ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ସୁବ୍ରତ ମଣ୍ଡଳ ୧,୪୩,୦୫୧ ଭୋଟ ବ୍ୟବଧାନରେ ଗୋସାବା ବିଧାନସଭା ଆସନ ଜିତିଛନ୍ତି। ଦିନହଟାରେ ଟିଏମସି ପ୍ରାର୍ଥୀ ଉଦୟାନ ଗୁହା ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧,୬୪,୦୮୯ ଭୋଟରେ ପରାସ୍ତ କରିଛନ୍ତି। ସେହିଭଳି ଦଳର ପ୍ରାର୍ଥୀ ଶୋଭନଦେବ ଚଟ୍ଟୋପାଧ୍ୟାୟ ୯୩,୮୩୨ ଖଣ୍ଡ ଭୋଟ ବ୍ୟବଧାନରେ ଖାରଦାହ ବିଧାନସଭା ଆସନ ଜିତିଛନ୍ତି। ଏହା ବ୍ୟତୀତ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବ୍ରଜ କିଶୋର ଗୋସ୍ବାମୀ ଶାନ୍ତିପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନିରଞ୍ଜନ ବିଶ୍ୱାସଙ୍କୁ ୬୪,୬୭୫ ଭୋଟରେ ପରାସ୍ତ କରିଛନ୍ତି।
ସମ୍ପୂର୍ଣ୍ଣ ଫଳାଫଳ ବାହାରିବା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଚାରିଜଣ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି – ଚାରିଜଣ ପ୍ରାର୍ଥୀଙ୍କୁ ଅଭିନନ୍ଦନ। ଏହା ଲୋକମାନଙ୍କର ବିଜୟ, କାରଣ ଏହା ଦର୍ଶାଏ ଯେ ବଙ୍ଗଳାର ଲୋକମାନେ ସର୍ବଦା ମିଥ୍ୟା ପ୍ରଚାର ଏବଂ ଘୃଣାର ରାଜନୀତି ଉପରେ ବିକାଶ ଏବଂ ଏକତା ବାଛିବେ।


Enter your email to get our daily news in your inbox.

All Right Reserved By Dharitri.Com

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ଶରୀରର କେଉଁ କେଉଁ ଭାଗରେ ଥିବା କଳାଜାଇ ଖୋଲେ ପୂର୍ୱଜନ୍ମର ରହସ୍ୟ, ସତ ଜାଣିଲେ…

ଲୋକଙ୍କ ଶରୀରରେ ବାର୍ଥମାର୍କ ରହିଥାଏ। ଏହାକୁ ଏକ ସାଧାରଣ ଘଟଣା ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଚିହ୍ନଗୁଡ଼ିକର ଜ୍ୟୋତିଷଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ରହିଛି। ଜଣେ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…

ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ବଢୁଛି ଭିଡ଼, ଜୈବିକ ହଳଦୀ-କଫିଚାଷକୁ ପ୍ରଶଂସା କରି ପର୍ଯ୍ୟଟକ କହିଲେ…

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାରଠାରୁ ଆସନ୍ତା ନୂତନ ବର୍ଷର...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ବିଦ୍ୟୁତ୍‌ ତାର ଚୋରି ଅଭିଯୋଗରେ ୭ ଗିରଫ, ଜବତ ହେଲା ଲକ୍ଷାଧିକ ଟଙ୍କାର…

ବଲାଙ୍ଗୀର, ଖପ୍ରାଖୋଲ ୧୯।୧୨(ସୁନିଲ ମହାନ୍ତି/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଏକ ବିଦ୍ୟୁତ୍‌ ତାର ଚୋରି ଗ୍ୟାଙ୍ଗକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri