ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର ହୋଇଥିଲେ। ଆଜାଦ୍‌ କୋର୍ଟରେ ହାଜର ହେବା ପରେ ତାଙ୍କ ଉପରେ ଚାର୍ଜଫ୍ରେମ୍‌ ହୋଇଥିଲା ା ଆଜାଦ୍‌ ଏହି ମାମଲାରେ ସମ୍ପୃକ୍ତି ନ ଥିବା ଏବଂ ଉକ୍ତ ମାମଲାରୁ ତାଙ୍କୁ ମୁକ୍ତକରିବା ପାଇଁ ତାଙ୍କ ଓକିଲ ନବ କୁମାର କଣ୍ଟା କୋର୍ଟରେ ପିଟିଶନ ଦାଖଲ କରିଛନ୍ତି। ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ପୋକ୍‌ସୋ ଅଧିକାରିଣୀ ଶ୍ୱେତା ମିଶ୍ର ପିଟିଶନ ଖାରଜକରି ଆଜାଦଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି।

ଆଜାଦ୍‌ଙ୍କ ଓକିଲ କଣ୍ଟାଙ୍କଠାରୁ ମିଳିଥିବା ସୂଚନା ମୁତାବକ, ୨୦୧୩ ଏପ୍ରିଲ ୨୫ରେ ବିଷମକଟକ ଥାନାରେ ଦାଏର ହୋଇଥିବା ଜଣେ ନାବାଳିକାଙ୍କ ଏତଲା ପ୍ରକାରେ ସମ୍ପୃକ୍ତ ନାବାଳିକାଙ୍କୁ ଆଜାଦ୍‌, ନିଖିଲ, ସାଗର, ମିଟୁ, ସାଧୁ ଓ ସୁବାସଙ୍କ ସମେତ ଅନ୍ୟ ମାଓବାଦୀମାନେ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିନେଇ ଗଣବଳାତ୍କାର କରିଥିଲେ। ପରେ ଆଜାଦ୍‌, ନିଖିଲ ଓ ଅନ୍ୟମାନେ ନାବାଳିକାଙ୍କୁ ଚନ୍ଦ୍ରପୁର, ଫୁଲବାଣୀ, ଗଜପତି, କର୍ଲାଘାଟି ଓ ନିୟମଗିରି ଜଙ୍ଗଲରେ ଜବରଦସ୍ତି ରଖିଥିଲେ। ତେବେ ଏତଲା ଦେବାର ପ୍ରାୟ ୧୫ଦିନ ପୂର୍ବରୁ ନାବାଳିକା ଜଣକ କୌଶଳକ୍ରମେ ସେମାନଙ୍କ କବଳରୁ ଖସିଆସି ନିଜ ଗାଁରେ ଲୁଚି ରହିଥିଲେ ଏବଂ ପରେ ସାହସ କରି ଥାନାରେ ଏତଲା ଦେଇଥିବା ଉଲ୍ଲେଖ ରହିଛି। ଅଭିଯୋଗକୁ ଭିତ୍ତିକରି ବିଷମକଟକ ପୋଲିସ କେସ୍‌ ନଂ. ୪୩/୨୦୧୩ରେ ମାମଲା ରୁଜୁ କରିଥିଲେ। ତେବେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଆଜାଦ୍‌ଙ୍କ ଓକିଲ କଣ୍ଟା କହିଛନ୍ତି। କଣ୍ଟାଙ୍କ ନିକଟରେ ରହିଥିବା ତଥ୍ୟ ଅନୁସାରେ ଆଜାଦ୍‌ ୨୦୧୧ ମେ ୧୮ରେ ହାଇଦ୍ରାବାଦ ପୋଲିସ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ମେ ୨୯ ତାରିଖରେ ଆଜାଦ୍‌ଙ୍କ ମାଆଙ୍କ ଦ୍ୱାରା ପଲାସା ତତ୍କାଳୀନ ବିଧାୟକ ଜୁଟ୍ଟୁ ଜଗନାୟକୁଲୁଙ୍କ ଉପସ୍ଥିତିରେ ଶ୍ରୀକାକୁଲମ ଜିଲା କାଶୀବୁଗା ଏସ୍‌ଡିପିଓ କାର୍ଯ୍ୟାଳୟରେ ଆନ୍ଧ୍ରପ୍ରଦେଶ ପୋଲିସ ଆଜାଦ୍‌ଙ୍କୁ ଓଡ଼ିଶା ପୋଲିସକୁ ହସ୍ତାନ୍ତର କରିଥିଲା। ତେଣୁ ୨୦୧୧ରୁ ଆଜାଦ୍‌ ଜେଲରେ ରହିଥିବା ବେଳେ ୨୦୧୨ରେ ଏଭଳି ଅପରାଧ କରିଥିବା ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଓକିଲ କଣ୍ଟା କହିଛନ୍ତି । ଆଜାଦ୍‌ଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ନବ କୁମାର କଣ୍ଟା ଏବଂ ବିଶ୍ୱନାଥ ଗନ୍ତାୟତ ପରିଚାଳନା କରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri