ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ ଚାଲାଣ ପଇଠ କରିବାକୁ ପଡ଼ିବ। ଏକ ଜନସ୍ୱାର୍ଥ ମାମଲା (PIL) ର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହି ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି।

କୋର୍ଟ ତାଙ୍କ ନିଷ୍ପତ୍ତିରେ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ର ଧାରା ୧୬୭, ଉପ-ଧାରା (୧୨) ର ଉଲ୍ଲେଖ କରିଛନ୍ତି। ଏହି ନିୟମ ଅନୁଯାୟୀ, ଯଦି କୌଣସି ଗାଡ଼ି ନାମରେ ଚାଲାଣ ବାକି ରହିଛି, ତେବେ ସେହି ଗାଡ଼ି ମାଲିକ PUCC ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୋର୍ଟରେ ହାଜର ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୫ ଡିସେମ୍ବର ୨୦ ତାରିଖରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ ପେଟ୍ରୋଲ ପମ୍ପରୁ ତେଲ ପକାଇବା ପାଇଁ PUCC ବାଧ୍ୟତାମୂଳକ କରାଯାଇଥିଲା। ତେବେ ଚଳିତ ବର୍ଷ ଜାନୁଆରୀ ମାସରେ ରାଜ୍ୟ ସରକାର ହାଇକୋର୍ଟରେ ଏକ ସପଥ ପାଠ ଦାଖଲ କରି ଜଣାଇଛନ୍ତି ଯେ, ଏହି ‘ନୋ ପିୟୁସିସି, ନୋ ଫ୍ୟୁଲ’ ନିୟମକୁ ପ୍ରତ୍ୟାହାର କରିନିଆଯାଇଛି।

କିନ୍ତୁ ବର୍ତ୍ତମାନ କୋର୍ଟଙ୍କ ନୂଆ ନିର୍ଦ୍ଦେଶ ପରେ, ଗାଡ଼ି ଚାଳକମାନଙ୍କୁ ନିଜର ବାକିଥିବା ଚାଲାଣ କ୍ଲିୟର ନକଲେ ପ୍ରଦୂଷଣ ପ୍ରମାଣପତ୍ର ମିଳିବାରେ ସମସ୍ୟା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପାନ ଦୋକାନୀ,ତାଙ୍କ ବାପାଙ୍କୁ ହତ୍ୟା ଉଦ୍ୟମ: ୨ ଗିରଫ

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

ଥୁଆମୂଳ ରାମପୁରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ୭୮ଟି ଆବେଦନ ଗ୍ରହଣ, ସମାଧାାନକୁ ନେଇ ଉଠିଲା ପ୍ରଶ୍ନ

ଥୁଆମୂଳ ରାମପୁର, ୨୯/୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ବ୍ଲକସ୍ତରୀୟ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଓ ସମାଧାନ…

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ଅଭିଯୋଗ

ଭୁବନେଶ୍ୱର,୨୯।୬: ଖୋର୍ଦ୍ଧା ଜିଲା ବାଣପୁର ପୋଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଏକ ଗଣ୍ଡଗୋଳ ମାମଲାରେ ବାଣପୁର ପୋଲିସ…

ପୁଇଁତୋଳାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ, ମଇଳା ପାଣି ଜମୁଥିବାରୁ ହନ୍ତସନ୍ତ….

ଗଞ୍ଜାମ, ୨୯।୬ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ମଧ୍ୟରେ ଥିବା ବିଭିନ୍ନ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ…

ଜୁଲାଇ ୪ରେ ଓଡ଼ିଶା ଆସିବେ ଅମିତ ଶାହା: ବରଗଡ଼ରେ…

ବରଗଡ଼,୨୯।୬(ପ୍ରେମାନନ୍ଦ ଖମାରୀ): ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଶାହା ଜୁଲାଇ…

ଝରାଫୁଲ ହତ୍ୟା ଘଟଣା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ଭୁବନେଶ୍ୱର,୨୯।୬: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଘଟଣାର ରାୟ ଆସିଛି। ଦୋଷୀ ରାକେଶ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ ରାକେଶଙ୍କ ସହଯୋଗୀ ଅମରେଶ ରାଉତକୁ ୫ ବର୍ଷ…

ବାଇକକୁ ପିଟିଲା ୩୦ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ଭ୍ୟାନ, ଜଣେ ମୃତ

କେସିଙ୍ଗା,୨୯।୬(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଉତ୍କେଲା ଗ୍ରାମରୁ କୋକୋଡମାଲକୁ ସଂଯୋଗ କରୁଥିବା ପିବ୍ଲୁଡି ରାସ୍ତା ପାର୍ଶ୍ଵରେ ଅବସ୍ଥିତ ମେର୍ଶି ଇଂରାଜୀ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri