ଜିଲା ମୁଖ୍ୟ ଚିକିତ୍ସାଳୟରେ ଫାୟାର ସିଷ୍ଟମ୍‌ ଅଚଳ

ପୁରୀ ଅଫିସ,୧୯।୪: ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସେବା ସପ୍ତାହ ଚାଲୁ ରହିଛି। ଅଗ୍ନିଶମ ଟିମ୍‌ ସହରର ବିଭିନ୍ନ ସଂସ୍ଥା ଓ ବଡ଼ବଡ଼ କୋଠାରେ ଅଗ୍ନି ସୁରକ୍ଷାକୁ ଯାଞ୍ଚ କରୁଛି। ଏଯାବତ୍‌ ଜିଲାର ସରକାରୀ କୋଠାର ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇ ନ ଥିବାବେଳେ ସପ୍ତାହର ୫ ଦିନରେ ଭିକ୍ଟୋରିଆ ପେଟ୍ରୋଲ ପମ୍ପରେ ମକଡ୍ରିଲ୍‌ ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହୋଇଛି। ଏହାପୂର୍ବରୁ ବଡ଼ଦାଣ୍ଡସ୍ଥିତ ବିଗ୍‌ବଜାର ଓ ଘରୋଇ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ କହିବା ଅନୁଯାୟୀ, ସୋମବାର ପୁରୀ ମୁଖ୍ୟ ଚିକିତ୍ସାଳୟର ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ପରଖା ଯିବ। ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଭାଗ କେଉଁ ସୁରକ୍ଷା ବ୍ୟବସ୍ଥାକୁ ଦେଖିବ ଓ ଯାଞ୍ଚ କରିବ। ମୁଖ୍ୟତଃ ଯାଞ୍ଚର ଦୁଇଟି ପାର୍ଶ୍ୱ ରହିଛି। ଗୋଟିଏ ହେଉଛି ନିଆଁ ଲିଭାଇବା ପାଇଁ ବାଲି, ପାଣି, ପାଉଡର ଓ ଗ୍ୟାସ୍‌ । ଅନ୍ୟଟି ହେଉଛି ଫାୟର ଫାଇଟିଂ ସିଷ୍ଟମ୍‌। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ହୋଇଥାଏ। ଏକ ବ୍ୟବସ୍ଥିତ ଫାୟାର ସିଷ୍ଟମ ଇନଷ୍ଟଲ କରିବାକୁ ପଡ଼ିଥାଏ। ପୁରୀର ୩ ପ୍ରମୁଖ ଡାକ୍ତରଖାନା ମୁଖ୍ୟ ଚିକିତ୍ସାଳୟ, ଆଇଡିଏଚ୍‌ ଓ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଏହି ସିଷ୍ଟମ ନାହିଁ ନାହିଁରେ ଚାଲିଛି। କେତେକ ଜାଗାରେ ପମ୍ପ ହାଉସ୍‌, ହୋସ୍‌ ରିଲ୍‌, ସ୍ରିଙ୍କଲର୍‌ ଓ ରାଉଜର ଭଳି ଉପକରଣ ନ ଥିବାବେଳେ ଅନ୍ୟ କେତେ ଜାଗାରେ ଅକାମୀ ହୋଇପଡ଼ିଛି। ମୁଖ୍ୟ ଚିକିତ୍ସାଳୟରେ ଥିବା ୬ ତାଲା ବିଶିଷ୍ଟ ହସ୍ପିଟାଲରେ ମଧ୍ୟ ଏହି ସିଷ୍ଟମ ଦେଖିବାକୁ ମିଳୁନି। ତେବେ ଏସବୁ ପୁରୀ ସ୍ବାସ୍ଥ୍ୟ ବିଭାଗ ପାଇଁ ନୂଆ କଥା ନୁହେଁ। ଅଗ୍ନିଶମ ବିଭାଗ ସମୟ ସମୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଏଥିରେ ସୁଧାର ଆଣିବା ପାଇଁ ରିପୋର୍ଟ ଦେଇଛି। ଲିଖିତ ଭାବେ ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବିଭାଗ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ ରାଉତଙ୍କ କହିବା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷାରେ ଆମେ ରିମାଇଣ୍ଡ ମଧ୍ୟ କରୁ। ନୋଟିସ୍‌ ମଧ୍ୟ ଦେଉ ହେଲେ ସ୍ବାସ୍ଥ୍ୟ ପ୍ରଶାସନକୁ ଏନେଇ ଫରକ ପଡିନି। ସେହିଭଳି କୋଭିଡ୍‌ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହାର ହେଉଥିବା ଆଇଡିଏଚ୍‌ରେ ପୂର୍ବରୁ ଏକ ପାୟାର ଫାଇଟିଂ ସିଷ୍ଟମ ଥିଲା। ତାହା ଏବେ କାମ କରୁ ନ ଥିବାରୁ ଅକାମୀ ହୋଇପଡ଼ିଛି। ଅଗ୍ନିକାଣ୍ଡ ଭଳି ଜରୁରି ସ୍ଥିତିରେ ସମସ୍ୟା ଭୟଙ୍କର ରୂପ ନେଇପାରେ। ଅନ୍ୟପକ୍ଷେ ସୂଚନାକର୍ମୀ ବିଶ୍ୱଜିତ ମହାନ୍ତିଙ୍କ କହିବା ଅନୁଯାୟୀ, ପୁରୀ ମୁଖ୍ୟ ଚିକିତ୍ସାଳୟରେ ଥିବା ଫାୟାର ସିଷ୍ଟମ୍‌ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଥିଲେ ମଧ୍ୟ ଏନେଇ କାହାରି ଧ୍ୟାନ ନାହିଁ। ଅଗ୍ନିଶମ ବିଭାଗକୁ ସିଷ୍ଟମ ଚାଲୁ କରିବା ପାଇଁ ସହଯୋଗ ମାଗିଲେ ସେମାନେ ଯୋଗାଇଦେବେ। ମାତ୍ର ସିଡିଏମଓଙ୍କ ମନୋବୃତ୍ତି ଅଭାବ ହେତୁ ଏସବୁ କାର୍ଯ୍ୟ ବନ୍ଦ ହୋଇପଡ଼ିଛି। ଅନ୍ୟପକ୍ଷରେ ସିଡିଏମଓ ଓ ଏଡିଏମ୍‌ଓଙ୍କୁ ଏନେଇ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ପର୍କ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri