କରୋନା ସଂକ୍ରମିତ ମା’ଙ୍କ ସ୍ତନ୍ୟପାନ

ଡା.ଜ୍ୟୋତିରଞ୍ଜନ ଚମ୍ପତିରାୟ

ବର୍ତ୍ତମାନ ସମୟରେ କରୋନା ଯଦିଓ ତଳ ମୁହଁା ହେଲାଣି ତଥାପି ସାଧାରଣରେ ଲୋକମାନଙ୍କ ଭିତରେ ଭୟ ରହିଛି। ବିଶେଷକରି କରୋନାର ଶିକାର ହୋଇଥିବା ମା’ମାନେ ନିଜ ଶିଶୁଙ୍କୁ ସ୍ତନ୍ୟପାନ ଦେବା ନେଇ ବଡ଼ ଚିନ୍ତାରେ ପଡ଼ୁଛନ୍ତି। ମା’କ୍ଷୀର ଅମୃତ ସମାନ। ନବଜାତ ଶିଶୁର ବିକାଶର ପ୍ରଥମ ପାହାଚ। ଶିଶୁ ଜନ୍ମ ହେବା ପରଠାରୁ ଛଅ ମାସ ବୟସ ପୂରା ହେବା ପର୍ଯ୍ୟନ୍ତ କେବଳ ମା’କ୍ଷୀର ଏବଂ ତା’ ପରେ ପରିପୂରକ ଖାଦ୍ୟ ସହିତ ଦୁଇ ବର୍ଷ ପର୍ଯ୍ୟନ୍ତ ମା’କ୍ଷୀର ଦେବା ନିତାନ୍ତ ଜରୁରୀ। କାରଣ ଏହି ବୟସରେ ଶିଶୁର ୮୫ ପ୍ରତିଶତ ମସ୍ତିଷ୍କ ବିକାଶ ହୋଇଥାଏ। ମା’କ୍ଷୀର ଶିଶୁ ପାଇଁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଏବଂ ଏହା ଶିଶୁର ମାନସିକ, ଶାରୀରିକ ବୃଦ୍ଧି ପାଇଁ ନିହାତି ଆବଶ୍ୟକ। ମା’ ଓ ମା’ କ୍ଷୀରର ବିକଳ୍ପ ନାହିଁ। ବର୍ତ୍ତମାନ କରୋନା ମହାମାରୀର ଭୟ ସମାଜର ପ୍ରତିଟି ମଣିଷକୁ ଗ୍ରାସ କରିଛି। କୌଣସି ମା’ଙ୍କୁ ସାଧାରଣ ଥଣ୍ଡା, କାଶ ହେଲେ ବି ତା’ ମନରେ ପ୍ରଶ୍ନ ଉଠୁଛି। ତା’ ଶିଶୁକୁ ସ୍ତନ୍ୟପାନ କରାଇବା ସୁରକ୍ଷିତ ତ? ଏହି ପ୍ରଶ୍ନର ଉତ୍ତର ଦେବାକୁ ହେଲେ ଆମକୁ କରୋନାରୁ ଶିଶୁମାନଙ୍କୁ ଥିବା ବିପଦ ସହିତ ସ୍ତନ୍ୟପାନ ଓ ମା’ କ୍ଷୀରରୁ ବଞ୍ଚତ୍ତ ହେବା ଦ୍ୱାରା ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନାକୁ ତୁଳନା କରିବାକୁ ହେବ। ମାଆର ପ୍ରଥମ କ୍ଷୀର ଯାହାକୁ କଷ କ୍ଷୀର କୁହାଯାଇଥାଏ ତାହା ଶିଶୁ ପାଇଁ ଅମୃତ ସଞ୍ଜୀବନୀ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଏଥିରେ ଅନେକ ରୋଗ ପ୍ରତିରୋଧକାରୀ ଶକ୍ତି ରହିଛି। ସେଗୁଡ଼ିକ ହେଉଛି ଇମ୍ୟୁନୋଗ୍ଲୋବୁଲିନ୍‌ସ, ଏପିଡର୍ମାଟ ଗ୍ରୋଥ ଫ୍ୟାକ୍ଟର୍ସ, ଲାକ୍ଟୋଫେରିସ୍‌, ଲାଇସୋଜାଇମ୍‌, ବାଇଲ ସଲ୍ଟ, ଷ୍ଟିମୁଲେଟେଡ ଲାଇପେଜ ମାର୍କୋଫେଜେସ୍‌। ଏଗୁଡ଼ିକ ପିଲାଙ୍କୁ ଅନେକ ସଂକ୍ରମିତ ଏପରି କି ଅଣସଂକ୍ରମିତ ରୋଗରୁ ସେମାନଙ୍କୁ ସୁରକ୍ଷା କବଚ ପରି ଶକ୍ତି ପ୍ରଦାନ କରିଥାଏ।
ଅନେକ ଗବେଷଣାର ତତ୍ତ୍ୱ ଅନୁଯାୟୀ ମାଆର ଏହି କଷ କ୍ଷୀର ଅନେକ ମାତ୍ରାରେ ଗ୍ରହଣ କରିଥିବା ପିଲାମାନଙ୍କ କ୍ଷେତ୍ରରେ ପରବର୍ତ୍ତୀ ସମୟରେ ଉଚ୍ଚରକ୍ତଚାପ, ହୃଦ୍‌ ସମସ୍ୟା, ଡାଇବେଟିସ ଓ ମେଦବହୁଳତା ସମ୍ଭାବନାକୁ କମ୍‌ କରିଦିଏ। ସବୁଠାରୁ ବଡ଼ କଥା ହେଉଛି ମାଆ ଜଣଙ୍କ ନିଜ ପିଲାକୁ ଯଥାର୍ଥ ଭାବରେ ସ୍ତନ୍ୟପାନ କରାଉଥିଲେ ସେମାନେ ନିଜର ସ୍ତନକର୍କଟଜନିତ ସମସ୍ୟା ଓ ସେମାନଙ୍କର ମେଦବହୁଳତା ସମସ୍ୟାକୁ ଦୂରୀଭୂତ କରିଦିଏ। କରୋନା ସଂକ୍ରମିତ ପିଲାମାନଙ୍କ କ୍ଷେତ୍ରରେ ଅନେକ ଲକ୍ଷଣ ବିହୀନ ଓ କେତେକ କ୍ଷେତ୍ରରେ ଅଳ୍ପ ଲକ୍ଷଣଧାରୀ ହୋଇଥାନ୍ତି। ତେଣୁ ମାଆ କ୍ଷୀରର ବିକଳ୍ପ ଭାବେ ଡବା କ୍ଷୀର ଦିଅନ୍ତୁ ନାହିଁ। ମାଆ କ୍ଷୀର ପ୍ରଚୁର ମାତ୍ରାରେ ଖାଉ, ଖାଇ ନ ଥିବା ଶିଶୁମାନଙ୍କ କ୍ଷେତ୍ରରେ ମୃତ୍ୟୁହାର ୧୪ଗୁଣଠାରୁ ଅଧିକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଓ ପରାମର୍ଶ ଅନୁଯାୟୀ ଯଦି ମାଆ କିମ୍ବା ଶିଶୁ କରୋନାରେ ପୀଡ଼ିତ ବା କରୋନାର ଲକ୍ଷଣରେ ଥାଆନ୍ତି ଓ ମାଆର ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ନ ଥାଏ ସେ କ୍ଷେତ୍ରରେ ମାଆ ପିଲାଟିକୁ ସ୍ତନ୍ୟପାନ କରାଇବା ଦରକାର। କିନ୍ତୁ ଏହି ସମୟରେ ମାସ୍କ ପିନ୍ଧିବା ସହ ପିଲାଟିକୁ ଛୁଇଁବା ପୂର୍ବରୁ ଭଲ ଭାବରେ ବାରମ୍ବାର ସାବୁନରେ ଧୋଇବା ଓ ଯେଉଁମାନେ ବି ପିଲାଟି ସଂସ୍ପର୍ଶରେ ଆସୁଥାନ୍ତି ସେମାନେ ମଧ୍ୟ କରୋନାର ସମସ୍ତ ସ୍ବାସ୍ଥ୍ୟ ସତର୍କତାକୁ ପାଳନ କରିବା ଜରୁରୀ। ଅନେକ କ୍ଷେତ୍ରରେ ଦେଖାଯାଏ ମାଆଟି ଗୁରୁତର ଭାବେ କରୋନାରେ ସଂକ୍ରମିତ ହୋଇ ପିଲାଟିକୁ ସ୍ତନ୍ୟପାନ କରାଇବାରେ ଅସମର୍ଥ ହୋଇଥାନ୍ତି। ସେ କ୍ଷେତ୍ରରେ ବ୍ରେଷ୍ଟ ପମ୍ପ ଅର୍ଥ ନିଜ ସ୍ତନ୍ୟରୁ କ୍ଷୀର ସଂଗ୍ରହ କରି ପିଲାଟିକୁ ଗିନା ବା ଚାମଚରେ ଦେଇପାରନ୍ତି। ତେବେ ନବଜାତ ଶିଶୁକୁ ଏହି ଏକ୍ସପ୍ରେସ୍‌ଡ ବ୍ରେଷ୍ଟ ମିଲ୍କ ଦେବେ ସେମାନେ ସୁସ୍ଥ ଓ କରୋନା ଲକ୍ଷଣବିହୀନ ହୋଇଥିବା ଜରୁରୀ। କରୋନା ଭୂତାଣୁ ମାଆ ଠାରୁ ଶିଶୁକୁ ମାଆ କ୍ଷୀର ଦ୍ୱାରା ହେବାର ସମ୍ଭାବନା ଖୁବ୍‌ କମ୍‌ ରହିଥାଏ। ସ୍ତନ୍ୟପାନ କରାଇବା ଦ୍ୱାରା ମାଆଙ୍କ ମାନସିକ ଓ ଶିଶୁର ଶାରୀରିକ ଓ ସର୍ବୋପରି ପରିବାରର ଅର୍ଥନୈତିକ କ୍ଷେତ୍ର ସୁରକ୍ଷିତ ହୋଇଥାଏ। କରୋନାକୁ ନେଇ ଭୟଭୀତ ନ ହୋଇ ନିଜ ଶିଶୁକୁ କେବଳ ବର୍ତ୍ତମାନର କରୋନା ସଂକ୍ରମଣ ନୁହଁ ଭବିଷ୍ୟତର ଅନ୍ୟାନ୍ୟ ରୋଗ ପାଇଁ ସୁରକ୍ଷା କବଚ ସାଜୁଥିବା ମାଆର କଷ କ୍ଷୀର ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଶିଶୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ସରକାରୀ ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ
ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri