ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର

ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ ସ୍ବୀକାର କରୁଛନ୍ତି। ରାଜ୍ୟ ସାମଗ୍ରିକ ଭାବେ ଦୁର୍ନୀତି ପଙ୍କରେ ଉବୁଟୁବୁ ହେଉଥିବା ବେଳେ ସ୍ବଚ୍ଛତା ବା ଶୂନ୍ୟ ସହନଶୀଳତାର ଆତ୍ମ ଡିଣ୍ଡିମ ଯାଦୁ ଆକ୍ରାନ୍ତ ବ୍ୟକ୍ତି ଯାଦୁ ମଲମ ବିକ୍ରି କରିବା ଭଳି ମନେହୁଏ। ଆମ ରାଜ୍ୟରେ ଦୁର୍ନୀତି ନିବାରଣ ପାଇଁ ଯେଉଁ ସଂସ୍ଥା ରହିଛି ତାହା ଭିଜିଲାନ୍ସ ଭାବେ ନାମିତ। ରାଜ୍ୟ ଗୃହ ବିଭାଗର ସ୍ବତନ୍ତ୍ର ପଦବୀ ବା କ୍ୟାଡର କିଛି ନାହିଁ। ପୋଲିସ ବିଭାଗର ମୂଳ କର୍ମଚାରୀ ସେଠାରେ କାର୍ଯ୍ୟ କରନ୍ତି । ସେହି ବିଭାଗ ସାଧାରଣତଃ ଲାଞ୍ଚ ଗ୍ରହଣ ମାମଲା ପାଇଁ ଯେତେ ଗୁରୁତ୍ୱ ଦିଏ, ଖଣି, ପାଣି, ବାଲି, ଡାଲି, କୋଇଲା ବା ଚିଟ୍‌ଫଣ୍ଡ ପରି ବହୁଚର୍ଚ୍ଚିତ ଏବଂ ହଜାର ଶହ କୋଟିର ଦୁର୍ନୀତି ପାଇଁ ତା’ ହାତର ଲମ୍ବ ନିଅଣ୍ଟ ହୁଏ। ସେଥିପାଇଁ ସେହି ବିଭାଗ, ଦୁର୍ନୀତି ମାମଲାରେ ତଳ ସ୍ତରୀୟ କର୍ମଚାରୀ ବା ଅଧିକାରୀଙ୍କୁ ହିଁ ନିଶାନା କରେ। ଅପରପକ୍ଷରେ ପ୍ରଥମ ଶ୍ରେଣୀ ଓ ତଦୂଦ୍ଧର୍‌ବ ପଦବୀରେ କାର୍ଯ୍ୟରତ ଅଧିକାରୀମାନଙ୍କ ନାମରେ ଭିଜିଲାନ୍ସ ମାମଲା ପାଇଁ ସରକାରଙ୍କଠାରୁ ପୂର୍ବାନୁମତି ନେବାକୁ ବିଧି ରହିଛି। ଆଜିର ତାରିଖରେ ସେପରି ପଦବୀରେ ଥିବା ଅଧିକାରୀଙ୍କ ବିରୋଧରେ ମାମଲା ପାଇଁ ଭିଜିଲାନ୍ସ ବିଭାଗର ଶତାଧିକ ଆବେଦନ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହା ସତ୍ତ୍ୱେ ସରକାର ନୀରବ ରହିବା ଯେତିକି ସନ୍ଦେହଜନକ ସମ୍ପୃକ୍ତ ଅଧିକାରୀମାନେ ନିଶରେ ହାତମାରି ବେଧଡ଼କ ନିଜ ଅଭ୍ୟାସ ଜାରି ରଖିବା ସରକାରୀ ସ୍ବଚ୍ଛତା ପ୍ରଚାର ପ୍ରତି ତତୋଽଧିକ ତାଚ୍ଛଲ୍ୟକର। ଆମ ରାଜ୍ୟର ରାଜସ୍ବ, ଅବକାରୀ, ଯୋଗାଣ, ବ୍ଲକ, ପୋଲିସ, ପରିବହନ, ଜଙ୍ଗଲ, ଜଳସେଚନ, ପୂର୍ତ୍ତ ବିଭାଗକୁ ତାରକାଚିହ୍ନିତ ଦୁର୍ନୀତି ବିଭାଗ ଭାବେ ବିବେଚନା ହେଉଥିଲା। ଏହି ବିଭାଗରେ ଚାକିରି ପାଇଁ ଅର୍ଥ ଲଗାଣ ହେଉଥିବା ସମସ୍ତ ଅନୁଭବୀ ଜାଣନ୍ତି। ଏବେ କିନ୍ତୁ ରାଜ୍ୟରେ ଦୁର୍ନୀତି ନ ଥିବା ବିଭାଗ। କାର୍ଯ୍ୟାଳୟ ଶୂନ ହୋଇସାରିଛି ଏପରି କି ବିଗତ ଶତାବ୍ଦୀର ଅଶୀ ଦଶକ ପର୍ଯ୍ୟନ୍ତ ଆଦୌ ଦୁର୍ନୀତି ନ ଥିବା ଶିକ୍ଷା ବିଭାଗ ଏବେ ଅଧିକ ଦୁର୍ନୀତିଗ୍ରସ୍ତ ହୋଇସାରିଛି।
ଦୁର୍ନୀତି ଅଭିଯୋଗରେ ସରକାର ଯେଉଁ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ତାଙ୍କର ପେନ୍‌ସନ ବନ୍ଦ କରୁଛନ୍ତି ତାହା ଆଇନତଃ ବାଧ୍ୟବାଧକତା ସତ୍ତ୍ୱେ ଏହା ସରକାରଙ୍କ ଶୂନ୍ୟ ସହନଶୀଳତା ବୋଲି ଅତିରଞ୍ଜିତ ପ୍ରଚାର ହେଉଛି ।
ଅଦାଲତରେ ଦୋଷୀ ସାବ୍ୟସ୍ତ ଅଧିକାରୀ ବା କର୍ମଚାରୀଙ୍କୁ ବରଖାସ୍ତ ପାଇଁ ରାଜ୍ୟ ସେବା ସଂହିତାରେ ସ୍ପଷ୍ଟ ଲିଖିତ ଅଛି, ଯାହା କି ସରକାର ପାଳନ କରିବାକୁ ବାଧ୍ୟ। ଦୁର୍ନୀତିରେ କେବଳ ସରକାରୀ ଅଧିକାରୀ ବା କର୍ମଚାରୀ ସଂଶ୍ଳିଷ୍ଟ ବୋଲି ସାଧାରଣରେ ଧାରଣା ସୃଷ୍ଟି କରାଯାଉଛି। ମାତ୍ର ଜଣେ ରାଜନେତା ନିର୍ବାଚିତ ହେବାପରେ ନିଜ ଆୟର ବହୁ ହଜାର ଗୁଣ ସମ୍ପତ୍ତିର ମାଲିକ ହୋଇପାରନ୍ତି, ଯାହା ସର୍ବଜନବିଦିତ। କିନ୍ତୁ ତାହା ଏହି ବିଭାଗର ଦୃଷ୍ଟି ଆକର୍ଷଣ କରେନାହିଁ। କେବଳ ସ୍ଥଳବିଶେଷରେ ଶାସନ ମୁଖ୍ୟଙ୍କ ପାନରୁ ଚୂନ ଖସିଗଲେ କିଛି ରାଜନେତା ବା ଉଚ୍ଚ ପଦାଧିକାରୀ ସେହି ବିଭାଗର ବଳୟ ମଧ୍ୟକୁ ଆସିଥାନ୍ତି। ଅନ୍ୟପକ୍ଷରେ ଲାଞ୍ଚ ନେବା ବା ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ଅଧିକାରୀ ବା କର୍ମଚାରୀ କିଛିଦିନ ଜେଲରେ ରହିବା ଯୋଗୁ କାର୍ଯ୍ୟରୁ ନିଲମ୍ବିତ ହୁଅନ୍ତି। ଜାମିନରେ ଆସିବା ପରେ ପୁନଶ୍ଚ ସେହି ବିଭାଗ ସୁପାରିସରେ ସରକାର ତାଙ୍କୁ ଚାକିରିରେ ପୁନଃ ସ୍ଥାପିତ କରନ୍ତି। ଫଳତଃ ସେମାନଙ୍କୁ ପ୍ରମାଣ ନଷ୍ଟ ଏବଂ ପୁନଃ ଦୁର୍ନୀତି କରିବାପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିଥାଏ। ଏହାଦ୍ବାରା ଜଣେ ଅଧିକାରୀ ଏକାଧିକ ଦୁର୍ନୀତି ମାମଲାରେ ସମ୍ପୃକ୍ତ ହେଉଥିବାର ବହୁତ ଦୃଷ୍ଟାନ୍ତ ରହିଛି। ଅପରପକ୍ଷରେ ସେହି ବିଭାଗ ଦ୍ୱାରା ଦାଏର ମାମଲାରେ ୯୧ ଶତାଂଶ ଅଭିଯୁକ୍ତ ଖଲାସ ହେଉଥିବାର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ହୋଇଛି। ଏତଦ୍‌ବ୍ୟତୀତ ଗମ୍ଭୀର କଥା ହେଉଛି ଯେ ଏଭଳି ମାମଲାର ତଦନ୍ତ ଓ ବିଚାର ଶେଷ ପାଇଁ ଅନୂ୍ୟନ ୫ବର୍ଷ ଏବଂ ସ୍ଥଳ ବିଶେଷରେ ୨୦ ବର୍ଷରୁ ଅଧିକ ସମୟ ଲାଗୁଛି। ଯଦି ମାମଲାରେ ଦଣ୍ଡବିଧାନ କରାଯାଏ ତା’ପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅପିଲ ସୁଯୋଗ ଯୋଗୁ ସମୟକ୍ରମେ ମାମଲା ଭିନ୍ନ ମୋଡ଼ ନେଇଥାଏ।
ଅନେକ କ୍ଷେତ୍ରରେ ଅଭିଯୁକ୍ତ ଚାକିରିରୁ ଅବସର ନେବାର ଦୀର୍ଘଦିନ ପରେ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପ୍ରକାଶ ପାଇଥାଏ। ଏହା ମଧ୍ୟରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଭିଜିଲାନ୍ସ ମାମଲା କୌଣସି କର୍ମଚାରୀ ବା ଅଧିକାରୀଙ୍କ ପଦୋନ୍ନତି ପାଇଁ ବାଧକ ହେବନାହିଁ ବୋଲି ନିର୍ଦ୍ଦେଶ ଦେବାରେ ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ତାହା ଆଶୀର୍ବାଦ ହୋଇଥିଲା। ଅବଶ୍ୟ ପରେ ତାହା ସଂଶୋଧିତ ହୋଇଛି। ଏହା ସତ୍ୟ ଯେ ଜାଗା ବା ଜମି କିଣାରେ କଳାଧନ ପରିମାଣ ଲୁଚାଇବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିଥାଏ। ବଜାର ଦରରେ କିଣାଯାଇଥିବା ଜମିର ସରକାରୀ ଦର ପ୍ରାୟ ୭୦ ଶତାଂଶ କମ୍‌ ରହିଥାଏ। କିନ୍ତୁ ଭିଜିଲାନ୍ସ ବିଭାଗ ଆୟ ବହିର୍ଭୂତ ସମ୍ପତ୍ତି ତଦନ୍ତ ବେଳେ ଜମିର ବା ଘରର ବଜାର ଦର ବା ବିକ୍ରେତାଙ୍କ ସମ୍ପର୍କରେ କୌଣସି ତଦନ୍ତ ହୁଏ ନାହିଁ । ତାହା କରାଗଲେ ଜମି ବିକ୍ରେତାଙ୍କୁ ମଧ୍ୟ ଦୁର୍ନୀତିରେ ସମ୍ପୃକ୍ତ ହେବା ନିଶ୍ଚିତ ହୋଇପାରନ୍ତା। ଏଭଳି ମାମଲାର ତ୍ୱରିତ ବିଚାର ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇବା ସହ ବିଚାର ଶେଷ ପର୍ଯ୍ୟନ୍ତ ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀଙ୍କୁ କୌଣସି ଦାୟିତ୍ୱ ଦେବା ଅନୁଚିତ। ସର୍ବୋପରି ଭିଜିଲାନ୍ସ ମାମଲା ପାଇଁ ସରକାରୀ ପୂର୍ବାନୁମୋଦନ ବ୍ୟବସ୍ଥାର ଉଚ୍ଛେଦ ଜରୁରୀ ମନେହୁଏ। ଏତଦ୍‌ବ୍ୟତୀତ କୌଣସି ମାମଲାରେ ଅପରାଧୀ ଖଲାସ ହେଲେ ବିଭାଗକୁ ଉତ୍ତରଦାୟୀ କରାଯିବା ସହ ସାକ୍ଷୀମାନେ ବୟାନ ବଦଳାଇଲେ ସେମାନଙ୍କୁ ମଧ୍ୟ ସହ ଅଭିଯୁକ୍ତ ଭାବେ ବିବେଚନା କରାଯିବା ଉଚିତ। ସରକାର ଯେଉଁ ଶୂନ୍ୟ ସହନଶୀଳତାର ନାରା ଦେଉଛନ୍ତି ତାହାକୁ ସାକାର କରିବାକୁ ହେଲେ ଶାସନର ଶୀର୍ଷରୁ ତାହାର ପରିଚାଳନା ଓ ପ୍ରୟୋଗ ଜରୁରୀ ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?