Odisha Elections 2024

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର

ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ ସ୍ବୀକାର କରୁଛନ୍ତି। ରାଜ୍ୟ ସାମଗ୍ରିକ ଭାବେ ଦୁର୍ନୀତି ପଙ୍କରେ ଉବୁଟୁବୁ ହେଉଥିବା ବେଳେ ସ୍ବଚ୍ଛତା ବା ଶୂନ୍ୟ ସହନଶୀଳତାର ଆତ୍ମ ଡିଣ୍ଡିମ ଯାଦୁ ଆକ୍ରାନ୍ତ ବ୍ୟକ୍ତି ଯାଦୁ ମଲମ ବିକ୍ରି କରିବା ଭଳି ମନେହୁଏ। ଆମ ରାଜ୍ୟରେ ଦୁର୍ନୀତି ନିବାରଣ ପାଇଁ ଯେଉଁ ସଂସ୍ଥା ରହିଛି ତାହା ଭିଜିଲାନ୍ସ ଭାବେ ନାମିତ। ରାଜ୍ୟ ଗୃହ ବିଭାଗର ସ୍ବତନ୍ତ୍ର ପଦବୀ ବା କ୍ୟାଡର କିଛି ନାହିଁ। ପୋଲିସ ବିଭାଗର ମୂଳ କର୍ମଚାରୀ ସେଠାରେ କାର୍ଯ୍ୟ କରନ୍ତି । ସେହି ବିଭାଗ ସାଧାରଣତଃ ଲାଞ୍ଚ ଗ୍ରହଣ ମାମଲା ପାଇଁ ଯେତେ ଗୁରୁତ୍ୱ ଦିଏ, ଖଣି, ପାଣି, ବାଲି, ଡାଲି, କୋଇଲା ବା ଚିଟ୍‌ଫଣ୍ଡ ପରି ବହୁଚର୍ଚ୍ଚିତ ଏବଂ ହଜାର ଶହ କୋଟିର ଦୁର୍ନୀତି ପାଇଁ ତା’ ହାତର ଲମ୍ବ ନିଅଣ୍ଟ ହୁଏ। ସେଥିପାଇଁ ସେହି ବିଭାଗ, ଦୁର୍ନୀତି ମାମଲାରେ ତଳ ସ୍ତରୀୟ କର୍ମଚାରୀ ବା ଅଧିକାରୀଙ୍କୁ ହିଁ ନିଶାନା କରେ। ଅପରପକ୍ଷରେ ପ୍ରଥମ ଶ୍ରେଣୀ ଓ ତଦୂଦ୍ଧର୍‌ବ ପଦବୀରେ କାର୍ଯ୍ୟରତ ଅଧିକାରୀମାନଙ୍କ ନାମରେ ଭିଜିଲାନ୍ସ ମାମଲା ପାଇଁ ସରକାରଙ୍କଠାରୁ ପୂର୍ବାନୁମତି ନେବାକୁ ବିଧି ରହିଛି। ଆଜିର ତାରିଖରେ ସେପରି ପଦବୀରେ ଥିବା ଅଧିକାରୀଙ୍କ ବିରୋଧରେ ମାମଲା ପାଇଁ ଭିଜିଲାନ୍ସ ବିଭାଗର ଶତାଧିକ ଆବେଦନ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହା ସତ୍ତ୍ୱେ ସରକାର ନୀରବ ରହିବା ଯେତିକି ସନ୍ଦେହଜନକ ସମ୍ପୃକ୍ତ ଅଧିକାରୀମାନେ ନିଶରେ ହାତମାରି ବେଧଡ଼କ ନିଜ ଅଭ୍ୟାସ ଜାରି ରଖିବା ସରକାରୀ ସ୍ବଚ୍ଛତା ପ୍ରଚାର ପ୍ରତି ତତୋଽଧିକ ତାଚ୍ଛଲ୍ୟକର। ଆମ ରାଜ୍ୟର ରାଜସ୍ବ, ଅବକାରୀ, ଯୋଗାଣ, ବ୍ଲକ, ପୋଲିସ, ପରିବହନ, ଜଙ୍ଗଲ, ଜଳସେଚନ, ପୂର୍ତ୍ତ ବିଭାଗକୁ ତାରକାଚିହ୍ନିତ ଦୁର୍ନୀତି ବିଭାଗ ଭାବେ ବିବେଚନା ହେଉଥିଲା। ଏହି ବିଭାଗରେ ଚାକିରି ପାଇଁ ଅର୍ଥ ଲଗାଣ ହେଉଥିବା ସମସ୍ତ ଅନୁଭବୀ ଜାଣନ୍ତି। ଏବେ କିନ୍ତୁ ରାଜ୍ୟରେ ଦୁର୍ନୀତି ନ ଥିବା ବିଭାଗ। କାର୍ଯ୍ୟାଳୟ ଶୂନ ହୋଇସାରିଛି ଏପରି କି ବିଗତ ଶତାବ୍ଦୀର ଅଶୀ ଦଶକ ପର୍ଯ୍ୟନ୍ତ ଆଦୌ ଦୁର୍ନୀତି ନ ଥିବା ଶିକ୍ଷା ବିଭାଗ ଏବେ ଅଧିକ ଦୁର୍ନୀତିଗ୍ରସ୍ତ ହୋଇସାରିଛି।
ଦୁର୍ନୀତି ଅଭିଯୋଗରେ ସରକାର ଯେଉଁ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ତାଙ୍କର ପେନ୍‌ସନ ବନ୍ଦ କରୁଛନ୍ତି ତାହା ଆଇନତଃ ବାଧ୍ୟବାଧକତା ସତ୍ତ୍ୱେ ଏହା ସରକାରଙ୍କ ଶୂନ୍ୟ ସହନଶୀଳତା ବୋଲି ଅତିରଞ୍ଜିତ ପ୍ରଚାର ହେଉଛି ।
ଅଦାଲତରେ ଦୋଷୀ ସାବ୍ୟସ୍ତ ଅଧିକାରୀ ବା କର୍ମଚାରୀଙ୍କୁ ବରଖାସ୍ତ ପାଇଁ ରାଜ୍ୟ ସେବା ସଂହିତାରେ ସ୍ପଷ୍ଟ ଲିଖିତ ଅଛି, ଯାହା କି ସରକାର ପାଳନ କରିବାକୁ ବାଧ୍ୟ। ଦୁର୍ନୀତିରେ କେବଳ ସରକାରୀ ଅଧିକାରୀ ବା କର୍ମଚାରୀ ସଂଶ୍ଳିଷ୍ଟ ବୋଲି ସାଧାରଣରେ ଧାରଣା ସୃଷ୍ଟି କରାଯାଉଛି। ମାତ୍ର ଜଣେ ରାଜନେତା ନିର୍ବାଚିତ ହେବାପରେ ନିଜ ଆୟର ବହୁ ହଜାର ଗୁଣ ସମ୍ପତ୍ତିର ମାଲିକ ହୋଇପାରନ୍ତି, ଯାହା ସର୍ବଜନବିଦିତ। କିନ୍ତୁ ତାହା ଏହି ବିଭାଗର ଦୃଷ୍ଟି ଆକର୍ଷଣ କରେନାହିଁ। କେବଳ ସ୍ଥଳବିଶେଷରେ ଶାସନ ମୁଖ୍ୟଙ୍କ ପାନରୁ ଚୂନ ଖସିଗଲେ କିଛି ରାଜନେତା ବା ଉଚ୍ଚ ପଦାଧିକାରୀ ସେହି ବିଭାଗର ବଳୟ ମଧ୍ୟକୁ ଆସିଥାନ୍ତି। ଅନ୍ୟପକ୍ଷରେ ଲାଞ୍ଚ ନେବା ବା ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ଅଧିକାରୀ ବା କର୍ମଚାରୀ କିଛିଦିନ ଜେଲରେ ରହିବା ଯୋଗୁ କାର୍ଯ୍ୟରୁ ନିଲମ୍ବିତ ହୁଅନ୍ତି। ଜାମିନରେ ଆସିବା ପରେ ପୁନଶ୍ଚ ସେହି ବିଭାଗ ସୁପାରିସରେ ସରକାର ତାଙ୍କୁ ଚାକିରିରେ ପୁନଃ ସ୍ଥାପିତ କରନ୍ତି। ଫଳତଃ ସେମାନଙ୍କୁ ପ୍ରମାଣ ନଷ୍ଟ ଏବଂ ପୁନଃ ଦୁର୍ନୀତି କରିବାପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିଥାଏ। ଏହାଦ୍ବାରା ଜଣେ ଅଧିକାରୀ ଏକାଧିକ ଦୁର୍ନୀତି ମାମଲାରେ ସମ୍ପୃକ୍ତ ହେଉଥିବାର ବହୁତ ଦୃଷ୍ଟାନ୍ତ ରହିଛି। ଅପରପକ୍ଷରେ ସେହି ବିଭାଗ ଦ୍ୱାରା ଦାଏର ମାମଲାରେ ୯୧ ଶତାଂଶ ଅଭିଯୁକ୍ତ ଖଲାସ ହେଉଥିବାର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ହୋଇଛି। ଏତଦ୍‌ବ୍ୟତୀତ ଗମ୍ଭୀର କଥା ହେଉଛି ଯେ ଏଭଳି ମାମଲାର ତଦନ୍ତ ଓ ବିଚାର ଶେଷ ପାଇଁ ଅନୂ୍ୟନ ୫ବର୍ଷ ଏବଂ ସ୍ଥଳ ବିଶେଷରେ ୨୦ ବର୍ଷରୁ ଅଧିକ ସମୟ ଲାଗୁଛି। ଯଦି ମାମଲାରେ ଦଣ୍ଡବିଧାନ କରାଯାଏ ତା’ପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅପିଲ ସୁଯୋଗ ଯୋଗୁ ସମୟକ୍ରମେ ମାମଲା ଭିନ୍ନ ମୋଡ଼ ନେଇଥାଏ।
ଅନେକ କ୍ଷେତ୍ରରେ ଅଭିଯୁକ୍ତ ଚାକିରିରୁ ଅବସର ନେବାର ଦୀର୍ଘଦିନ ପରେ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପ୍ରକାଶ ପାଇଥାଏ। ଏହା ମଧ୍ୟରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଭିଜିଲାନ୍ସ ମାମଲା କୌଣସି କର୍ମଚାରୀ ବା ଅଧିକାରୀଙ୍କ ପଦୋନ୍ନତି ପାଇଁ ବାଧକ ହେବନାହିଁ ବୋଲି ନିର୍ଦ୍ଦେଶ ଦେବାରେ ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ତାହା ଆଶୀର୍ବାଦ ହୋଇଥିଲା। ଅବଶ୍ୟ ପରେ ତାହା ସଂଶୋଧିତ ହୋଇଛି। ଏହା ସତ୍ୟ ଯେ ଜାଗା ବା ଜମି କିଣାରେ କଳାଧନ ପରିମାଣ ଲୁଚାଇବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିଥାଏ। ବଜାର ଦରରେ କିଣାଯାଇଥିବା ଜମିର ସରକାରୀ ଦର ପ୍ରାୟ ୭୦ ଶତାଂଶ କମ୍‌ ରହିଥାଏ। କିନ୍ତୁ ଭିଜିଲାନ୍ସ ବିଭାଗ ଆୟ ବହିର୍ଭୂତ ସମ୍ପତ୍ତି ତଦନ୍ତ ବେଳେ ଜମିର ବା ଘରର ବଜାର ଦର ବା ବିକ୍ରେତାଙ୍କ ସମ୍ପର୍କରେ କୌଣସି ତଦନ୍ତ ହୁଏ ନାହିଁ । ତାହା କରାଗଲେ ଜମି ବିକ୍ରେତାଙ୍କୁ ମଧ୍ୟ ଦୁର୍ନୀତିରେ ସମ୍ପୃକ୍ତ ହେବା ନିଶ୍ଚିତ ହୋଇପାରନ୍ତା। ଏଭଳି ମାମଲାର ତ୍ୱରିତ ବିଚାର ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇବା ସହ ବିଚାର ଶେଷ ପର୍ଯ୍ୟନ୍ତ ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀଙ୍କୁ କୌଣସି ଦାୟିତ୍ୱ ଦେବା ଅନୁଚିତ। ସର୍ବୋପରି ଭିଜିଲାନ୍ସ ମାମଲା ପାଇଁ ସରକାରୀ ପୂର୍ବାନୁମୋଦନ ବ୍ୟବସ୍ଥାର ଉଚ୍ଛେଦ ଜରୁରୀ ମନେହୁଏ। ଏତଦ୍‌ବ୍ୟତୀତ କୌଣସି ମାମଲାରେ ଅପରାଧୀ ଖଲାସ ହେଲେ ବିଭାଗକୁ ଉତ୍ତରଦାୟୀ କରାଯିବା ସହ ସାକ୍ଷୀମାନେ ବୟାନ ବଦଳାଇଲେ ସେମାନଙ୍କୁ ମଧ୍ୟ ସହ ଅଭିଯୁକ୍ତ ଭାବେ ବିବେଚନା କରାଯିବା ଉଚିତ। ସରକାର ଯେଉଁ ଶୂନ୍ୟ ସହନଶୀଳତାର ନାରା ଦେଉଛନ୍ତି ତାହାକୁ ସାକାର କରିବାକୁ ହେଲେ ଶାସନର ଶୀର୍ଷରୁ ତାହାର ପରିଚାଳନା ଓ ପ୍ରୟୋଗ ଜରୁରୀ ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ସଫଳତାର ମୂଳମନ୍ତ୍ର, ଯାହା ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଡ. କେ.ଏସ୍‌. ରଜାନ୍ନା। ପୋଲିଓ ଆକ୍ରାନ୍ତ ହୋଇ ମାତ୍ର ୧୧ ବର୍ଷ ବୟସରେ...

ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ।...

ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ...

ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri