ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି

 

୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ ଥରେ ବି ପ୍ରେସ୍‌ ସମ୍ମିଳନୀ କରିନାହାନ୍ତି ବା ସାମ୍ବାଦିକମାନଙ୍କୁ ପ୍ରଶ୍ନ ପଚାରିବାର ସ୍ବାଧୀନତା ନେଇନାହାନ୍ତି। ଏପରି କି ଗତ ସେପ୍ଟେମ୍ବର ୨୦୨୩ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ ଜି-୨୦ ବୈଠକରେ ଯୋଗ ଦେବାକୁ ଆସିଥିବା ଅବସରରେ ଭାରତରେ ସାମ୍ବାଦିକ ସମ୍ମିଳନୀ ପାଇଁ ସେ କହିଲେ ମଧ୍ୟ ତାହା କରାଇ ଦିଆଗଲା ନାହିଁ। କଂଗ୍ରେସ ନେତା ଜୟରାମ ରମେଶ ତାଚ୍ଛଲ୍ୟ କରି ଲେଖିଥିଲେ ଯେ, ‘ମୁଁ ସାମ୍ବାଦିକ ସମ୍ମିଳନୀ କରିବି ନାହିଁ କିମ୍ବା କରାଇ ଦେବି ନାହିଁ।’ ଭାରତରୁ ଭିଏଟ୍‌ନାମ ଯାଇ ବାଇଡେନ୍‌ ସେଠାରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ସେ ମୋଦିଙ୍କୁ ତିନୋଟି ପ୍ରସଙ୍ଗ କହିଛନ୍ତି। ସେଗୁଡ଼ିକ ହେଉଛି- ମାନବିକ ଅଧିକାର, ପ୍ରେସ ସ୍ବାଧୀନତା ଓ ସିଭିଲ ସୋସାଇଟି।
କଶ୍ମୀରରେ ସାମ୍ବାଦିକମାନଙ୍କୁ ବିନା କାରଣରେ ଜେଲରେ ରଖାଯାଉଛି। ସୁଲତାନ ନାମକ ଜଣେ ସାମ୍ବାଦିକଙ୍କୁ ୨୦୧୮ରେ ଗିରଫ କରାଯାଇ ଜେଲକୁ ପଠାଇ ଦିଆଗଲା। ଚାରିବର୍ଷ ପରେ ତାଙ୍କୁ ଅଦାଲତ ନିର୍ଦ୍ଦୋଷ ଘୋଷଣା ପରେ ସେ ଜେଲ ଗେଟ୍‌ ଅତିକ୍ରମ କରିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇ ଉତ୍ତରପ୍ରଦେଶର ଜେଲକୁ ପଠାଇ ଦିଆଗଲା। ସେଠାରେ ମଧ୍ୟ ଅଭିଯୋଗମୁକ୍ତ ହେବାପରେ ପୁଣି ଗିରଫ ହୋଇଛନ୍ତି। ଧାରା ୩୭୦ ବାତିଲ ହେବା ପରଠାରୁ କଶ୍ମୀରର ଆଠଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ସାମ୍ବାଦିକମାନଙ୍କୁ ଗିରଫ ଓ ଜେଲ ପଠାଇ ସରକାର ଏକ ଆତଙ୍କ ସୃଷ୍ଟି କରିଛି। ନିଉଜ୍‌ ଉଇକ୍‌ର ପ୍ରତିଷ୍ଠାତା ଓ ଚିଫ୍‌ ଏଡିଟର ପ୍ରବୀର ପୁରକାୟସ୍ତାଙ୍କୁ ଗତବର୍ଷ ଅକ୍ଟୋବରରୁ ଗିରଫ କରାଯାଇଛି।
ଭାରତରେ ପ୍ରଚାର ମାଧ୍ୟମ ବିଶେଷକରି ବହୁଳ ପ୍ରସାରିତ ସମ୍ବାଦପତ୍ର ଓ ଆଞ୍ଚଳିକ ସମ୍ବାଦପତ୍ରଗୁଡ଼ିକ ସରକାରଙ୍କ ଗୁଣଗାନ କରି ଚାଲିଛନ୍ତି। ଖୁବ୍‌ ଅଳ୍ପ ସଂଖ୍ୟକ ସମ୍ବାଦପତ୍ର ଓ ସୋସିଆଲ ମିଡିଆ ନିରପେକ୍ଷ ସମ୍ବାଦ ପରିବେଷଣ କରୁଛନ୍ତି। ମାତ୍ର ସେମାନେ ମଧ୍ୟ ଆକ୍ରମଣରୁ ମୁକ୍ତ ନୁହନ୍ତି। ଦି ୱାର, ନିଉଜ୍‌ ଲଣ୍ଡ୍ରି, ଜନହିତ, ଦେଶଭକ୍ତ ଭଳି ସୋସିଆଲ ମିଡିଆର ଅଫିସ୍‌କୁ ତଲାସି କରାଯାଉଛି।
ବହୁଦିନରୁ ପରିଚିତ ପି.ଟି.ଆଇ. ଓ ୟୁ.ଏନ.ଆଇ. ଖୁବ୍‌ ଚ୍ୟାଲେଞ୍ଜ ନେଇ ଗତି କରୁଥିବା ବେଳେ ୧୯୪୮ରେ ଆର.ଏସ୍‌.ଏସ୍‌. ଦ୍ୱାରା ପ୍ରତିଷ୍ଠିତ ‘ହିନ୍ଦୁସ୍ତାନ ସମାଚାର’ ନିଉଜ ଏଜେନ୍ସିର ପ୍ରସାର ବଢି ଚାଲିଛି। ସରକାରଙ୍କୁ ପ୍ରଶ୍ନ ପଚାରିଲେ ସାମ୍ବାଦିକମାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଉଛି। ତା’ସତ୍ତ୍ୱେ ରବିଶ କୁମାର, ଅଭିଶାର ଶର୍ମା, ପ୍ରସୂନ ବାଜପେୟୀ, ଧୃବ ରାଖି ଓ ଅନେକ ସାମ୍ବାଦିକ ଭୟ ନ କରି ସ୍ପଷ୍ଟ ଭାବେ ନିରପେକ୍ଷ ସମ୍ବାଦ ପରିବେଷଣ କରୁଛନ୍ତି।
ଗତବର୍ଷ ବିବିସି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ମୁଖ୍ୟମନ୍ତ୍ରୀ କାଳରେ ହୋଇଥିବା ଦଙ୍ଗା ସମ୍ପର୍କିତ ଏକ ଭିଡିଓ ପ୍ରଚାର କରିଥିବାରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇ ଅଫିସ ଉପରେ ଚଢ଼ାଉ କରାଯାଇଥିଲା।
ପ୍ରେସ ସ୍ବାଧୀନତା ତାଲିକାରେ ଭାରତର ସ୍ଥାନ ତଳକୁ ତଳକୁ ଯାଉଛି। ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୬୧ରେ ପହଞ୍ଚତ୍ଛି। ଭାରତରେ ଭାଜପା ସରକାର ପ୍ରେସ୍‌କୁ ବିରୋଧୀ ଦଳମାନଙ୍କ ବିରୋଧରେ ଲଗାଉଛି। ଗୋଦି ମେଡିଆ ସରକାରଙ୍କୁ ପ୍ରଶ୍ନ ନ କରି ବିରୋଧୀମାନଙ୍କୁ ପ୍ରଶ୍ନ କରୁଛି। ଏ କ୍ଷେତ୍ରରେ ଦି-ନିଉଜ୍‌, ଟାଇମସ୍‌ ନାଓ, ରିପବ୍ଲିକ ଭାରତ, ରିପବ୍ଲିକ ଟି.ଭି., ଆଜ୍‌ତକ୍‌, ଏବିପି ନିଉଜ୍‌, ସୁଦର୍ଶନ ନିଉଜ୍‌, ସି.ଏନ.ଏନ.-ନିଉଜ୍‌-୧୮, ଇଣ୍ଡିଆ ଟିଭି, ଟୁଡେ, ଏନ.ଡି.ଟିଭି ଓ ଆଉ ଅନେକ ଟିଭି ଚାନେଲ ୨୪ଘଣ୍ଟା ଧରି ସରକାର ସପକ୍ଷରେ କୀର୍ତ୍ତନ କରୁଛନ୍ତି। ଗୋଟିଏ ହିସାବରୁ ପ୍ରକାଶ ଯେ, ଅମ୍ବାନି କମ୍ପାନୀ ୭୨ଟି ଟିଭି ଚାନେଲର ମାଲିକ ଓ ୮୦ କୋଟି ଲୋକ ଏହାକୁ ଦେଖୁଛନ୍ତି। ଖାଲି ସେତିକି ନୁହେଁ, ସେମାନେ ହିନ୍ଦୁତ୍ୱବାଦୀ କାର୍ଯ୍ୟକ୍ରମକୁ ପ୍ରଚାର ଚଳାଇଛନ୍ତି। ଭାରତରେ ଏହା ଘଟୁଛି, ଯେଉଁଠି ବୃହତ୍‌ ପୁଞ୍ଜିପତି ଓ ଧର୍ମାନ୍ଧ ଓ ସାଂପ୍ରଦାୟିକତାବାଦୀମାନେ ଏକାକାର ହୋଇଛନ୍ତି। ଅର୍ଣ୍ଣବ ଗୋସ୍ବାମୀ ଓ ସୁଧୀରଙ୍କ ଭଳି ଟିଭି ପ୍ରଚାରକମାନେ ମୁସଲମାନମାନଙ୍କ ବିରୋଧରେ ମିଥ୍ୟା ପ୍ରଚାର ଚଳାଇ ରଖିଛନ୍ତି।
ବିଶିଷ୍ଟ ସାମ୍ବାଦିକ ଶ୍ରୀ ରାଜଦୀପ ସାର୍‌ ଦେଶାଇ କହିଛନ୍ତି ମିଡିଆ ଜଗୁଆଳୀ କୁକୁର ନ ହୋଇ ପୋଷା କୁକୁରରେ ପରିଣତ ହୋଇଛି। ବିଶ୍ୱର ଜଣେ ମହାନ୍‌ ବିପ୍ଳବୀ ଦାର୍ଶନିକ ଲେଖିଥିଲେ- ସମ୍ବାଦପତ୍ର ତିନୋଟି ଭୂମିକା ପାଳନ କରିଥାଏ। ତାହା ହେଉଛି- ଏହା ସମାଜକୁ ସଂଗଠିତ କରାଏ, ଶିକ୍ଷିତ କରାଏ ଓ ଆନ୍ଦୋଳନର ଶିକ୍ଷା ଦିଏ। ଏହା ସମାଜକୁ ନୂତନ ଶିକ୍ଷାଦିଏ, ଲୋକଙ୍କୁ ସଂଗଠିତ କରାଇଥାଏ ଓ ଅନ୍ୟାୟ ବିରୋଧରେ ଆନ୍ଦୋଳନର ଧାରା ଦେଖାଏ।
ଆମ ଦେଶର ସ୍ବାଧୀନତା ଆନ୍ଦୋଳନ କାଳରେ ଅନେକ ସମ୍ବାଦପତ୍ର ସ୍ବାଧୀନତା ଆନ୍ଦୋଳନକୁ ନୂତନ ଦିଶା ଦେଖାଇଥିଲେ। ମାତ୍ର ବିଗତ ଦଶବର୍ଷ ମଧ୍ୟରେ ଭାରତର ସମ୍ବାଦପତ୍ର, ଟିଭି ଚାନେଲ ଓ ପତ୍ରପତ୍ରିକାର ଏକ ବଡ଼ ଅଂଶ ଦେଶକୁ ବିଭାଜନ ଭିତରକୁ ଠେଲି ଦେଉଛି। ସମ୍ବାଦ ମାଧ୍ୟମର ଭୂମିକା- ଆଜିର ଏ ସମୟରେ ସୁଦୂର ପ୍ରସାରୀ। ସମ୍ବାଦପତ୍ର ଓ ଟିଭି ଚାନେଲମାନେ ନିରପେକ୍ଷ ସମ୍ବାଦ ପରିବେଷଣ ନ କଲେ, ସେମାନେ ସମାଜରୁ ବଞ୍ଚତ୍ତ ହେବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ମୋ:୯୪୩୭୦୦୭୭୭୦

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?