ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ନେମେଶ୍ୱରୀ। ମହାରାଷ୍ଟ୍ର ନାସିକ ଜିଲ୍ଲାର ଏହି ଛୋଟ ଝିଅଟି ଏବେ ନର୍ମଦା ପରିକ୍ରମା କରୁଛନ୍ତି। ଏଥିପାଇଁ ସେ ପ୍ରତିଦିନ ୩୦ରୁ ୪୦ କିଲୋମିଟର ଖାଲି ପାଦରେ ଚାଲୁଛନ୍ତି। ପ୍ରକୃତରେ ବର୍ଷେ ପୂର୍ବରୁ ନେମେଶ୍ୱରୀ ପରିକ୍ରମା ନିମନ୍ତେ ସଙ୍କଳ୍ପ କରିଥିଲେ। ୨୦୨୨-୨୦୨୩ରେ ତାଙ୍କ ବାପା ବାଲୁବାଲୁ ବୋଡ୍‌କେ ନର୍ମଦା ପରିକ୍ରମା କରୁଥିଲେ। ସେ ସମୟରେ ନେମେଶ୍ୱରୀ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ବାପା ଭଲରେ ଘରକୁ ଫେରି ଆସିଲେ ସେ ନର୍ମଦା ପରିକ୍ରମା କରିବେ। ବାପା ଘରକୁ ଫେରିଆସିବା ପରେ ପ୍ରଭୁଙ୍କ ନିକଟରେ କୃତଜ୍ଞତା ସ୍ବରୂପ ନେମେଶ୍ୱରୀ ଏବେ ନର୍ମଦା ପରିକ୍ରମା ଆରମ୍ଭ କରିଛନ୍ତି। ଏତେ କମ୍‌ ବୟସରେ ଏମିତି ଏକ ଦୁଃସାହସିକ ପଦକ୍ଷେପ ନେଇ ସେ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ନେମେଶ୍ୱରୀଙ୍କ ମାତାପିତା ମଧ୍ୟ ତାଙ୍କ ସହ ଏହି ଯାତ୍ରାରେ ସାମିଲ୍‌ ହୋଇଛନ୍ତି। ଏବେ ଏତେ ଖରା ଓ ଗରମରେ ମଧ୍ୟ ନେମେଶ୍ୱରୀ ତାଙ୍କ ସଙ୍କଳ୍ପରୁ ଓହରି ଯାଇ ନାହାନ୍ତି। ଅବିଚଳିତଭାବେ ସେ ଆଗେଇ ଚାଲିଛନ୍ତି। ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ମାଆ ନର୍ମଦାଙ୍କର ଆଶୀର୍ବାଦରୁ ଏସବୁ ସମ୍ଭବ ବୋଲି ଲୋକେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri